ସର୍ବ ଭାରତୀୟ ଜେ.ଇ.ଇ. ପରୀକ୍ଷାର ପରୀକ୍ଷାର୍ଥୀ ମାନଙ୍କ ପାଇଁ ସହଯୋଗ ।

Spread the love

ଯାଜପୁର, ୨୯/୦୮/୨୦ (ସନ୍ଧାନ ନିଉଜ) : ୨୦୨୦ ମସିହାର ସର୍ବଭାରତୀୟ ସ୍ତରର ଜେ.ଇ.ଇ. ପରୀକ୍ଷାର୍ଥୀ ମାନଙ୍କ ପାଇଁ ଜିଲ୍ଳ୍ା ପ୍ରଶାସନ ପକ୍ଷରୁ ବିବିଧ ବ୍ୟବସ୍ଥା କରାଯାଇଚ୍ଥି ବୋଲି ଜିଲ୍ଳ୍ାପାଳ ରଂଜନ କୁମାର ଦାସ ସୂଚନା ଦେଇଚ୍ଥନ୍ତି । ଚଳିତ ବର୍ଷର ଜେ.ଇ.ଇ. ପରୀକ୍ଷା ସେପ୍ଟେମ୍ୱର ୧ ଠାରୁ ୬ ତାରିଖ ପର୍ଯ୍ୟନ୍ତ ରାଜ୍ୟର ଭୁବନେଶ୍ୱର, କଟକ, ବାଲେଶ୍ୱର ୩ ଗୋଟି ସ୍ଥାନରେ ଅନୁଷ୍ଠିତ ହେବ । ଯାଜପୁର ଜିଲ୍ଳ୍ାର ବିଭିନ୍ନ ସ୍ଥାନରୁ ପରୀକ୍ଷା ଦେବାକୁ ଥିବା ଆଶାୟୀ ପ୍ରାର୍ଥୀ ମାନଙ୍କ ସୁବିଧା ପାଇଁ ଯାଜପୁର ରୋଡ ସ୍ଥିତ ରଗଡି ପଲି-ଟେକ୍ନିକ କଲେଜରେ ଦେୟ-ମୁକ୍ତ ରହଣୀ ବ୍ୟବସ୍ଥା କରାଯାଇଚ୍ଥି । ଆଗ୍ରହୀ ପ୍ରାର୍ଥୀମାନେ ଏ ସଂପର୍କରେ ରଗଡି ସ୍ଥିତ ପଲିଟେକ୍ନିକ୍ କଲେଜର ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ପୃଷ୍ଟିଙ୍କୁ ୯୪୩୭୧୫୫୧୦୭/୭୯୭୮୦୨୭୦୩୬ ରେ ଯୋଗାଯୋଗ କରିବା ପାଇଁ ଜିଲ୍ଳ୍ାପାଳ ଶ୍ରୀ ଦାସ ପରାମର୍ଶ ଦେଇଚ୍ଥନ୍ତି । ଯେଊଁ ଚ୍ଥାତ୍ର ଚ୍ଥାତ୍ରୀ ମାନଙ୍କର ପରୀକ୍ଷା ୧,୨,୩ ତାରିଖରେ ରହିଚ୍ଥି ସେମାନଙ୍କ ପାଇଁ ଅଗଷ୍ଟ ୩୧ ତାରିଖ ଦିବା ୨ ଘଟିକାରେ ଯାଜପୁର ଟାଊନ ନିକଟସ୍ଥ ସଂସ୍କୃତି ଭବନ ଠାରେ ପରିବହନ ପାଇଁ ଗାଡି ବ୍ୟବସ୍ଥା କରାଯାଇଚ୍ଥି । ଅନ୍ୟ ପରୀକ୍ଷାର୍ଥୀମାନେ ଚାହିଁଲେ ସିଧା ସଳଖ ରଗଡି ସ୍ଥିତ ପଲିଟେକନିକ କଲେଜରେ ଅଗଷ୍ଟ ୩୧ ତାରିଖ ଦିବା ୨ ଘଟିକା ପୂର୍ବରୁ ରିପୋର୍ଟିଂ କରିପାରିବେ । ୪,୫ ଓ ୬ ତାରିଖରେ ପରୀକ୍ଷା ପାଇଁ ପରୀକ୍ଷାର୍ଥୀଙ୍କୁ ୩ ତାରିଖରେ ଅନୁରୂପ ଭାବେ ନିଆଯିବାର ବ୍ୟବସ୍ଥା କରାଯାଇଚ୍ଥି ବୋଲି ଅଧ୍ୟକ୍ଷ ଶ୍ରୀ ପୃଷ୍ଟି ସୂଚନା ଦେଇଚ୍ଥନ୍ତି । ରଗଡି ଠାରୁ ପରୀକ୍ଷା କେନ୍ଦ୍ରକୁ ଯିବା ଆସିବା ପାଇଁ ପରୀକ୍ଷାର୍ଥୀ ଓ ଅଭିଭାବକଙ୍କ ପାଇଁ ଦେୟମୁକ୍ତ ପରିବହନର ବ୍ୟବସ୍ଥା ହୋଇଚ୍ଥି । ସଂପୃକ୍ତ ପରୀକ୍ଷା କେନ୍ଦ୍ର ମାନଙ୍କରେ ମଧ୍ୟ ପରୀକ୍ଷାର୍ଥୀ ରହିବା ପାଇଁ ସୁ-ବନେ୍ଦାବସ୍ତ କରାଯାଇଚ୍ଥି ବୋଲି ଅଧ୍ୟକ୍ଷ ଶ୍ରୀ ପୃଷ୍ଟି ସୂଚନା ଦେଇଚ୍ଥନ୍ତି । ଅପର ପକ୍ଷରେ ଅଧିକ ତଥ୍ୟ ପାଇଁ ପରୀକ୍ଷାର୍ଥୀ ବା ଅଭିଭାବକମାନେ ଯାଜପୁର ଜିଲ୍ଳ୍ା ପାଇଁ ଦାୟିତ୍ୱରେ ଥିବା ନୋଡାଲ ଅଧିକାରୀ ଶ୍ରୀ ପୃଷ୍ଟିଙ୍କୁ ଯୋଗାଯୋଗ କରିବାକୁ ଜିଲ୍ଳ୍ାପାଳ ଶ୍ରୀ ଦାସ ଅନୁରୋଧ କରିଚ୍ଥନ୍ତି । ଏ ସଂପର୍କିତ ଜିଲ୍ଳ୍ା କାର୍ଯ୍ୟାଳୟ ସମ୍ମିଳନୀ ଗୃହରେ ଅନୁଷ୍ଠିତ ବୈଠକରେ ଜିଲ୍ଳ୍ାପାଳ ଅଧ୍ୟକ୍ଷତା କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଉକ୍ତ ବୈଠକରେ ପ୍ରକଳ୍ପ ନିଦେ୍ର୍ଦଶକ ଇନ୍ଦ୍ରମଣି ନାୟକ, ଅତିରିକ୍ତ ଜଲ୍ଳ୍ାପାଳ(ରାଜସ୍ୱ) ଅକ୍ଷୟ କୁମାର ମଲ୍ଲିକ, ଅତିରିକ୍ତ ଜିଲ୍ଳ୍ାପାଳ ମିହିର ପ୍ରସାଦ ମହାନ୍ତି, ଜିଲ୍ଳ୍ା ଶିକ୍ଷା ଅଧିକାରୀ କୃଷ୍ଣ ଚନ୍ଦ୍ର ନାୟକ, ଜିଲ୍ଳ୍ା ପରିବହନ ଅଧିକାରୀ ଏସ୍.ଏନ୍. ପଣ୍ଡା, ଜିଲ୍ଳ୍ା ସମଗ୍ର ଶିକ୍ଷା ଅଧିକାରୀ ବିଷ୍ଣୁ ଚରଣ ସୁତାର, ଜିଲ୍ଳ୍ା ସୂଚନା ଓ ଲୋକ ସଂପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ ପ୍ରମୁଖ ଉପସ୍ଥିତ ଥିଲେ ।

Related Posts

About The Author

Add Comment