ସର୍ବକାଳୀନ ରେକର୍ଡ ଭାଙ୍ଗି ୮୦ ହଜାର ପାର କଲା ସୁନା ଦର

Spread the love

ଭୁବନେଶ୍ବର/ସନ୍ଧାନ ନ୍ୟୁଜ: ଦର ବୃଦ୍ଧିରେ ରେକର୍ଡ ପରେ ରେକର୍ଡ କରୁଛି ସୁନା । ସର୍ବକାଳୀନ ରେକର୍ଡ ସହ ୧୦ଗ୍ରାମ ସୁନାର ମୂଲ୍ୟ ୮୦ହଜାର ଟଙ୍କାର ପାର କରିଛି । ଆଜି ଭୁବନେଶ୍ବରରେ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ୧୦ ଗ୍ରାମକୁ ୮୦ ହଜାର ୬ ଶହ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟର ମୂଲ୍ୟ ୮୭ ହଜାର ୯୩୦ ଟଙ୍କାରେ ପହଞ୍ଚିଛି । ସ୍ଥିତି ଏମିତି ଯେ ଶୀଘ୍ର ଏହା ୧ ଲକ୍ଷ ପାର କରିଯିବ ।ଅଲ୍ ଇଣ୍ଡିଆ ସରାଫା ଆସୋସିଏସନ୍ ଅନୁଯାୟୀ, ଗତକାଲି ଜାତୀୟ ରାଜଧାନୀ ଦିଲ୍ଲୀରେ ସୁନା ମୂଲ୍ୟ ୨,୪୩୦ ଟଙ୍କା ବୃଦ୍ଧି ପାଇ ପ୍ରତି ୧୦ ଗ୍ରାମ ପିଛା ୮୮ ହଜାର ୫୦୦ ଟଙ୍କାରେ ପହଞ୍ଚିଥିଲା । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆମେରିକାକୁ ସମସ୍ତ ଇସ୍ପାତ ଓ ଆଲୁମିନିୟମ ଆମଦାନୀ ଉପରେ ୨୫ ପ୍ରତିଶତ ନୂତନ ଶୁଳ୍କ ଘୋଷଣା କରିବା ପରେ ଏହି ଦର ବଢିଛି । ବିଶ୍ୱସ୍ତରରେ ସ୍ପଟ୍ ବଜାରରେ ସୁନା ଆଉନ୍ସ ପ୍ରତି ୨୯୦୦ ଡଲାରର ରେକର୍ଡ ସ୍ତର ଅତିକ୍ରମ କରିଛି ।ଗତ ସପ୍ତାହରେ, ୨୪ କ୍ୟାରେଟ୍ ସୁନା ପ୍ରତି ୧୦ ଗ୍ରାମ ୮୬,୦୭୦ ଟଙ୍କା ଥିଲା । ସ୍ଥାନୀୟ ବଜାରରେ, ୨୨ କ୍ୟାରେଟ୍ ସୁନା ୨,୪୩୦ ଟଙ୍କା ବୃଦ୍ଧି ପାଇ ପ୍ରତି ୧୦ ଗ୍ରାମ ୮୮,୧୦୦ ଟଙ୍କାରେ ପହଞ୍ଚିଥିବା ବେଳେ ରୁପା ମୂଲ୍ୟ କିଲୋଗ୍ରାମ ପିଛା ୧୦୦୦ ଟଙ୍କା ବୃଦ୍ଧି ପାଇ ୯୭,୫୦୦ ଟଙ୍କା ହୋଇଛି । ଗତ ଗୋଟିଏ ସପ୍ତାହ ମଧ୍ୟରେ ସୁନା ମୂଲ୍ୟରେ ୧୦.୨୬ ପ୍ରତିଶତରୁ ଅଧିକ ବୃଦ୍ଧି ଘଟିଛି । ବ୍ୟବସାୟୀମାନେ କହିଛନ୍ତି ଯେ ବିଶ୍ୱ ଆର୍ଥିକ ଅନିଶ୍ଚିତତା ମଧ୍ୟରେ ନିବେଶକମାନେ ଷ୍ଟକ୍ ଭଳି ବିପଦପୂର୍ଣ୍ଣ ସମ୍ପତ୍ତି ବିକ୍ରି କରି ସୁରକ୍ଷିତ ନିବେଶକୁ ପସନ୍ଦ କରୁଛନ୍ତି ।ରାଷ୍ଟ୍ରପତି ଟ୍ରମ୍ପଙ୍କ ସଦ୍ୟ ଘୋଷଣା ପରେ ସୁନାର ମୂଲ୍ୟ ବୃଦ୍ଧି ପାଇ ଏବେ ରେକର୍ଡ ସ୍ତରରେ ପହଞ୍ଚିଛି । ଏସୀୟ ବଜାରରେ, କମେକ୍ସ ରୂପା ଫ୍ୟୁଚର୍ସ ପ୍ରାୟ ୧ ପ୍ରତିଶତ ବୃଦ୍ଧି ପାଇ ୩୨.୭୬ ଡଲାର ପ୍ରତି ଆଉନ୍ସରେ ପହଞ୍ଚିଛି । ଡଚ୍ ବହୁରାଷ୍ଟ୍ରୀୟ ING ବ୍ୟାଙ୍କର ଏକ ରିପୋର୍ଟ ଅନୁଯାୟୀ, ଏହି ବର୍ଷ ସୁନା ଅନେକ ନୂତନ ରେକର୍ଡ ଉଚ୍ଚତା ଛୁଇଁ ସାରିଛି । ସୁନା ଭଳି ମୂଲ୍ୟବାନ ଧାତୁର ମୂଲ୍ୟ ଚଳିତ ର୍ଷ ଆହୁରି ରେକର୍ଡ ଛୁଇଁବ ଓ ଏବେ ପ୍ରତି ଆଉନ୍ସ ୩୦୦୦ ଆମେରିକୀୟ ଡଲାର ଅତିକ୍ରମ କରିପାରେ ।

Related Posts

About The Author

Add Comment