କଟକ ୨୦.୧୨.୨୦୨୨ (ସନ୍ଧାନ ନିଉଜ) : କଟକ ସଦର ବ୍ଲକ କନ୍ଦରପୁର ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ବାର୍ଷିକ କ୍ରୀଡା ୩ ଦିନ ଧରି ଅନୁଷ୍ଠିତ ହୋଇଯାଇଛି l ଫକିରପଡା ପଞ୍ଚାୟତର ସରପଞ୍ଚ ମିଲି ସେଠୀ ଏହି ଉତ୍ସବକୁ ଉଦଘାଟନ କରିଥିଲେ l ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ କଟକ ସଦର ତହସିଲର ଆଡିସନାଲ ତହସିଲଦାର ସରୋଜ କୁମାର ସାମଲ ଯୋଗଦେଇଥିଲେ l ପରିଚାଳନା ପରିଷଦର ସଭାପତି ପ୍ରଫୁଲ ଚନ୍ଦ୍ର କରଙ୍କ ପୌରହିତ୍ୟରେ ଆୟୋଜିତ ସଭାରେ ସମ୍ମାନିତ ଅତିଥି ଭାବେ ଉପ ସଭାପତି ଅବସରପ୍ରାପ୍ତ ପ୍ରାଧ୍ୟାପକ ସନ୍ତୋଷ କୁମାର ତ୍ରିପାଠୀ, ସମ୍ପାଦକ ନବଘନ ରାଉତ, କୋଷାଧକ୍ଷ ଡାକ୍ତର ମନୋରଞ୍ଜନ ମହାପାତ୍ର, ଉପଦେଷ୍ଟା ହୃଷିକେଶ ଜେନା, ରାଧାକୃଷ୍ଣ ସ୍ୱାଇଁ ପ୍ରମୁଖ ଯୋଗଦେଇଥିଲେ l ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ସୋମନାଥ ବିଶ୍ୱାଳ ଅତିଥି ପରିଚୟ ପ୍ରଦାନ ଓ ସ୍ୱାଗତ ଭାଷଣ ଦେଇଥିଲେ l ଶାରୀରିକ ପ୍ରମୁଖ ସନାତନ ନାୟକ ବିବରଣୀ ପାଠ କରିଥିଲେ l ଆଚାର୍ଯ୍ୟ ପ୍ରଣୟ ଜେନା ସଭାକାର୍ଯ୍ୟ ସଂଚାଳନ କରିଥିବା ବେଳେ ବରିଷ୍ଠ ଗୁରୁଜୀ ଦିଲ୍ଲୀପ କୁମାର ଜେନା, ତ୍ରିଲୋଚନ ହାତୀ, ଜାନକୀ ବଲ୍ଲଭ ମହାପାତ୍ର, ପ୍ରଭାତ ପ୍ରଧାନ, ଗୁରୁମା ସୂଚିତା ପ୍ରହରାଜ, ନମିତା ପ୍ରଧାନ, ଲୋଚନ ପରିଡା ପ୍ରମୁଖଙ୍କ ସମେତ ସମସ୍ତ ଗୁରୁଜୀ, ଗୁରୁମା ପରିଚାଳନାରେ ସହଯୋଗ କରିଥିଲେ l ଏହି କ୍ରୀଡା ଉତ୍ସବରେ ମୋଟ ୫୬୮ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ l ୧୬୬ ଜଣ କୃତି ଛାତ୍ର ଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା l
ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ବାର୍ଷିକ କ୍ରୀଡା
|
December 20, 2022 |



