ସରପଞ୍ଚ ଙ୍କ ବ୍ୟକ୍ତିଗତ ପାରିବାରିକ କଳହ ପାଇଁ ସାଢେ ତିନିବର୍ଷ ହେବ ନିଜର ପାରିଶ୍ରମିକ ରୁ ବଞ୍ଚିତ ସଞ୍ଜୟ ସାହୁ

Spread the love

କେନ୍ଦ୍ରାପଡ଼ା, ୨୯/୦୫/୨୦ (ସନ୍ଧାନ ନିଉଜ) : କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁର ବ୍ଲକ ପଦ୍ମପୁର ପଞ୍ଚାୟତ ର ସରପଞ୍ଚ ଙ୍କ ବ୍ୟକ୍ତିଗତ ପାରିବାରିକ କଳହ ପାଇଁ ସାଢେ ତିନିବର୍ଷ ହେବ ନିଜର ପାରିଶ୍ରମିକ ରୁ ବଞ୍ଚିତ ସଞ୍ଜୟ ସାହୁ l ପଦ୍ମପୁର ପଞ୍ଚାୟତ ରେ  ପାଣି ପମ୍ପ ଡ୍ରାଇଭର ଭାବେ ଦିନକୁ ପାଞ୍ଚ ରୁ ଛ ଘଣ୍ଟା ପରିଶ୍ରମ କରି ଆଜି ପର୍ଯ୍ୟନ୍ତ କାର୍ଯ୍ୟ କରି ଆସୁଥିବା ସଞ୍ଜୟ ସାହୁ ଙ୍କୁ ଦୀର୍ଘ ସାଢେ ତିନିବର୍ଷ ହେବ ପାରିଶ୍ରମିକ ଦେଉନାହାନ୍ତି ସ୍ଥାନୀୟ ସରପଞ୍ଚ  l ବର୍ତମାନ ସାରା ଦେଶରେ ଲକଡାଉନ ଥିବାରୁ ପାଞ୍ଚ ପ୍ରାଣୀ କୁଟୁମ୍ଭ ଙ୍କ ପେଟ ପୋଷିବା କଷ୍ଟ କର  ହୋଇପଡିଛି l ଧାର କରଜ କରି ଭୋକ ଉପବାସ ରେ ଦିନକୁ ଓଳିଏ ଖାଇ ଓଳିଏ ଉପବାସ ରେ ଜୀବନ ବିତାଉଛନ୍ତି ସଞ୍ଜୟ ଏବଂ ତାଙ୍କ ପରିବାର l  କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ ଙ୍କୁ ଅନୁରୋଧ ଏଥିପ୍ରତି ଦୃଷ୍ଟି ଦେବେ

Related Posts

About The Author

Add Comment