ସରକାରଙ୍କ ବସୁଧା ଯୋଜନା ବିଫଳ, ଗୋପାଳପୁରରେ ପାନୀୟ ଜଳର ଅଭାବ

Spread the love

ନୟାଗଡ଼/ରଣପୁର, (ସନ୍ଧାନ ନିଉଜ/ ନିରଞ୍ଜନ ମହାପାତ୍ର):  ରାଜ୍ୟ ସରକାର ଜନ ସାଧାରଣଙ୍କୁ ଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ପାଇଁ ବସୁଧା ଯୋଜନା ରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି କିନ୍ତୁ ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ୍ ଅନ୍ତର୍ଗତ ଗୋପାଳପୁର ପଞ୍ଚାୟତରେ ବସୁଧା ଯୋଜନା ବିଫଳ ହୋଇଛି।ଏହି ବର୍ଷ ପ୍ରବଳ ଗ୍ରୀଷ୍ମ ତାପ ଯୋଗୁଁ ଜନସାଧାରଣ ମାନଙ୍କୁ ପାନୀୟ ଜଳର ଅଭାବ ଦେଖାଦେଇଛି।ଯାହା ଫଳରେ ନଳକୂଅ ଓ କୂଅ ରୁ ପାନୀୟ ଜଳର ଅଭାବ ରହିଛି।ଗୋପାଳପୁର ପଞ୍ଚାୟତରେ ବୋରିଂ ହେବା ସହ ଓଭରହେଡ ଟାଙ୍କି କରାଯାଇଛି କିନ୍ତୁ କୌଣସି ତ୍ରୁଟି ଯୋଗୁଁ ବୋରିଂ ରୁ ଆବଶ୍ୟକ ଜଳ ବାହାରୁ ନ ଥିବାରୁ ଓଭରହେଡ ଟାଙ୍କିକୁ ଜଳ ଉଠୁନାହିଁ।ଯାହା ଫଳରେ ଆବଶ୍ୟକ ଅନୁଯାୟୀ ଜଳ ଯୋଗାଇ ପାରୁ ନାହିଁ। ନିମ୍ନ ମାନର କାମ ହେବା ସହିତ ଅଳ୍ପ ଦିନରେ ଓଭରହେଡ ଟାଙ୍କି ହୋଇ ଥିବା ବେଳେ ରଙ୍ଗ ମାରି ବିଲ୍ ହୋଇଛି ବୋଲି ଜନସାାରଣରେ ଚର୍ଚ୍ଚା ହେଉଛି ।ଗୋପାଳପୁର ପଞ୍ଚାୟତରେ ପାନୀୟ ଜଳର ଅଭାବ ଦୂର କରିବା ପାଇଁ ପ୍ରଶାସନକୁ ଗ୍ରାମବାସୀ ମାନେ ଦାବି କରିଛନ୍ତି।

Related Posts

About The Author

Add Comment