ସମ୍ୱାଦ ପତ୍ର ହକର ମାନଙ୍କୁ ପରିଚୟ ପତ୍ର ବଣ୍ଟନ

Spread the love

ଯାଜପୁର, ୨୧/୦୪/୨୨ (ସନ୍ଧାନ ନିଉଜ) : ଯାଜପୁର ଜିଲ୍ଳ୍‌ାରେ ସମ୍ୱାଦ ପତ୍ର ବିତରଣ କରୁଥିବା ହକର ମାନଙ୍କୁ ପରିଚୟ ପତ୍ର ବଣ୍ଟନ କାର୍ଯ୍ୟକ୍ରମ ଆରମ୍ଭ ହୋଇଚ୍ଥି । ବୁଧବାର ପୂର୍ବାହ୍ନରେ ଅତିରିକ୍ତ ଜିଲ୍ଳ୍‌ାପାଳ (ରାଜସ୍ୱ) ଅକ୍ଷୟ କୁମାର ମଲ୍ଳ୍‌ିକ ପ୍ରକୋଷ୍ଠରେ ଜିଲ୍ଳ୍‌ାର ସମ୍ୱାଦ ପତ୍ର ବିତରଣ କରୁଥିବା ହକର ମାନଙ୍କୁ ସେମାନଙ୍କର ପରିଚୟ ପତ୍ର ପ୍ରଦାନ କରିଥିଲେ । ରାଜ୍ୟ ସରକାର ଖବର କାଗଜ ହକର ମାନଙ୍କ ପାଇଁ ବିବିଧ ବ୍ୟବସ୍ଥା କରିଚ୍ଥନ୍ତି । ପୂର୍ବରୁ କୋଭିଡ ସହାୟତା ପାଇଁ ଟ. ୬୦୦୦/- ଲେଖାଏଁ ସେମାନଙ୍କୁ ପ୍ରଦାନ କରାଯାଇଥିବା ବେଳେ ସେମାନଙ୍କୁ ଆଜି ପରିଚୟ ପତ୍ର ପ୍ରଦାନ କରାଯାଇଚ୍ଥି । ପରିଚୟ ପତ୍ର ଦ୍ୱାରା ସେମାନଙ୍କୁ କାର୍ଯ୍ୟ କରିବାରେ ସହାୟକ ଳୋଇପାରିବ । ସେହିପରି ଯାଜପୁର ଜିଲ୍ଳ୍‌ାର ଯାଜପୁର ସହର ଓ ବ୍ୟାସନଗରରେ କାର୍ଯ୍ୟ କରିବାକୁ ସହଜ ଊଦ୍ଦେଶ୍ୟରେ ଦୁଇଟି ୱାର୍କ ସେଡ ପ୍ରସ୍ôତତ ପାଇଁ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଚ୍ଥି ବୋଲି ଶ୍ରୀ ମଲ୍ଳ୍‌ିକ କହିଥିଲେ । ସୂଚନା ଓ ଲୋକ ସଂପର୍କ ବିଭାଗ ଦ୍ୱାରା ପୂର୍ବରୁ ପଞ୍ଜିକୃତ ହୋଇଥିବା ୩୧୪ ଜଣ ହକରଙ୍କ ମଧ୍ୟରୁ ସର୍ବଶ୍ରୀ ବ୍ରଜେନ୍ଦ୍ର ମାଝି, ଅଜୟ କୁମାର ପୃଷ୍ଟି, ଅମରଜିତ ବୋଷ, ଅନନ୍ତ ପୃଷ୍ଟି, ବାମନ ବେହେରା, ବଂଶୀଧର ସେଠୀ, ବସନ୍ତ କୁମାର ଜେନା. ଭ୍ରମରବର ସୂତାର, ବିଦ୍ୟାଧର ସାହୁ, ବିଷ୍ଣୁ ଚରଣ ଜେନା, ଗୋବର୍ଦ୍ଧନ ମହାପାତ୍ର, ଗୋବିନ୍ଦ ସାମନ୍ତ, ଗୋଲେଖ ଚନ୍ଦ୍ର ଯେନା, ଗୈାତମ ସାମନ୍ତ, ଜ୍ଞାନେନ୍ଦ୍ର ନାଥ ମିଶ୍ର, କୈଳାସ ଚନ୍ଦ୍ର ଯେନା, କମ୍ଭୁନାଥ ପରମାଣିକ, କୃଷ୍ଣ ଚନ୍ଦ୍ର ଜେନା, ପ୍ରପୁଂଲ କୁମାର ସେନାପତି, ପ୍ରକାଶ କୁମାର ମାଝି, ପ୍ରପୁଂଲ ଜେନା, ଶରତ କୁମାର ସାହୁ, ସରୋଜ ମିଶ୍ର, ସମ୍ଭୁନାଥ ବେହୁରିଆ, ସୁରେନ୍ଦ୍ର କୁମାର ଜେନା ପ୍ରମୁଖ ଅତିରିକ୍ତ ଜିଲ୍ଳ୍‌ାପାଳ ଶ୍ରୀ ମଲ୍ଳ୍‌ିକ ଏବଂ ଜିଲ୍ଳ୍‌ା ସୂଚନା ଓ ଲୋକ ସଂପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀଙ୍କ ଠାରୁ ପରିଚୟ ପତ୍ର ଗ୍ରହଣ କରିିଥିଲେ । ପଞ୍ଜିକୃତ ହୋଇଥିବା ଅନ୍ୟ ହକର ମାନେ ଜିଲ୍ଳ୍‌ା ସୂଚନା ଓ ଲୋକ ସଂପର୍କ କାର୍ଯ୍ୟାଳୟରୁ ପରିଚୟ ପତ୍ର ସଂଗ୍ରହ ପାଇଁ ଜିଲ୍ଳ୍‌ା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଶ୍ରୀ ସେଠୀ ନିବେଦନ କରିଚ୍ଥନ୍ତି । ପ୍ରକାଶ ଥାଊ କି, ପୂର୍ବରୁ ଊକ୍ତ ହକର ମାନଙ୍କୁ ଟ. ୬୦୦୦/- କୋଭିଡ ସହାୟତା ରାଶି ପ୍ରଦାନ ସହ ସରକାରଙ୍କ ସାମାଜିକ ସୁରକ୍ଷା ଯୋଜନାରେ ସାମିଲ କରାଯାଇଚ୍ଥି । ଆଜିର ଏହି କାର୍ଯ୍ୟକ୍ରମରେ ଜିଲ୍ଳ୍‌ା ସୂଚନା ଓ ଲୋକ ସଂପର୍କ କାର୍ଯ୍ୟାଳୟର କର୍ମଚାରୀଙ୍କ ସମେତ ଗଣମାଧ୍ୟମର ପ୍ରତିନିଧିମାନେ ଊପସ୍ଥିତ ଥିଲେ ।

Related Posts

About The Author

Add Comment