ସମ୍ମାନ ଜନକ “ଦୟାନିଧି ପ୍ରତିଭା ସମ୍ମାନ – ୨୦୨୧” ପ୍ରଦାନ ନେଇ ପ୍ରସ୍ତୁତି ଚୂଡାନ୍ତ

Spread the love
କଟକ, 09/04 (ସନ୍ଧାନ ନିଉଜ /ମାନସ ରାଉତ)କଟକ ଜିଲ୍ଲା ବୟାଳିଶମୌଜ଼ା ଉପକଣ୍ଠ ପଟଣା ଗ୍ରାମର ଅଗ୍ରଣୀ ସାମାଜିକ ସଂଗଠନ “ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ” ଓ “ଆନନ୍ଦ ନୃସିଂହ ସ୍ମୃତି ପୂଜ୍ୟପୂଜା ସଂସଦ” ଅନୁକୂଲ୍ୟରେ ଏବଂ କଟକ ଜିଲ୍ଲା କନ୍ଦରପୁରର ଅଗ୍ରଣୀ ସାଂସ୍କୃତିକ ସଂଗଠନ “ସରସ୍ୱତୀ କଳା ପରିଷଦ” ପରିଚାଳନାରେ ଚଳିତ ମାସ ୧୧ ତାରିଖ(ରବିବାର)ରେ କନ୍ଦରପୁର କଳାବିହାର ସ୍ଥିତ ସରସ୍ୱତୀ କଳା ପରିଷଦ କାର୍ଯ୍ୟାଳୟରେ ସାରସ୍ୱତ ପ୍ରତିଭା ସମ୍ମାନପର୍ବ ଅନୁଷ୍ଠିତ ହେବାକୁ ଯାଉଅଛି । ଏହି ସମ୍ବର୍ଦ୍ଧନା ପର୍ବରେ ଉଲ୍ଲେଖନୀୟ କୃତିତ୍ୱ ନିମନ୍ତେ ବହୁ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷଙ୍କୁ ସମ୍ବର୍ଦ୍ଧନା ଦିଆଯିବା ସହ ସାହିତ୍ୟ ସଭା,ଆଲୋଚନାଚକ୍ର,ପତ୍ର ପତ୍ରିକା ଉନ୍ମୋଚନ ଆଦି ବହୁ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାର  ବ୍ୟବସ୍ତା ରହିଛି । ତ୍ରୟ ଅନୁଷ୍ଠାନ ପକ୍ଷରୁ ଦକ୍ଷ ସଂଗଠକ ନାରାୟଣ ଚନ୍ଦ୍ର ମହାନ୍ତି,ସାହିତ୍ୟିକ ଇଂ.ଅଶୋକ କୁମାର ବିଶ୍ବାଳ,ସମାଜସେବୀ ରୁଦ୍ରନାରାୟଣ ଦାସ,କବୟିତ୍ରୀ ସରୋଜ ନଳିନୀ ପରିଜା ଓ ନାଟ୍ୟକାର ଅଶୋକ କୁମାର ପଟ୍ଟନାୟକ ପ୍ରମୁଖ ସମସ୍ତ ସାହିତ୍ୟ,ସଂକୃତି ପ୍ରେମି ବଂଧୁବର୍ଗ ଉପସ୍ଥିତରହି ଏହି କାର୍ଯ୍ୟକ୍ରମକୁ ସଫଳ କରିବାକୁ ସାଧାରଣରେ ନିବେଦକ କରିଛନ୍ତି ।

Related Posts

About The Author

Add Comment