ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ସାଇନଡାଏ ଘୋଷଣା
ସମ୍ବଲପୁର, ୪/୧୦ (ସନ୍ଧାନ ନିୟୁଜ): ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ଅଶାନ୍ତ ବାତାବରଣ ସୃଷ୍ଟି ହୋଇଥିବା ଯୋଗୁଁ ସାଇନଡାଏ ଘୋଷଣା କରାଯାଇଛି। ବିଶ୍ୱବିଦ୍ୟାଳୟର ହଷ୍ଟେଲଗୁଡ଼ିକୁ ୪ ତାରିଖ ସକାଳ ୯ଟା ସୁଦ୍ଧା ଖାଲି କରିଦେବାକୁ କୁହାଯାଇଛି। ନିର୍ବାଚନକୁ ମଧ୍ୟ ସ୍ଥଗିତ ରଖାଯାଇଛି। ଉଲ୍ଲେଖଯୋଗ୍ୟ ଯେ, ବିଶ୍ୱବିଦ୍ୟାଳୟରେ ନୂଆଁଖାଇ ଭେଟଘାଟ ପାଳନ ଅବସରରେ ବରିଷ୍ଠ ଅଧ୍ୟାପକ ରଜତ କୁମାର କୁଜୁର ଏବଂ କେଇଜଣ ଛାତ୍ରଙ୍କ ମଧ୍ୟରେ ଗଣ୍ଡଗୋଳ ଘଟିଥିଲା। ଏହାକୁ କେନ୍ଦ୍ରକରି ଉଭୟ ପକ୍ଷ ପରସ୍ପର ବିରୁଦ୍ଧରେ ଅଭିଯୋଗ ଆଗତ କରିଥିଲେ। ତଦନ୍ତ ଚାଲିଥିବା ଦୃଷ୍ଟିରୁ ୩ ଜଣ ଛାତ୍ରଙ୍କୁ ହଷ୍ଟେଲ ଛାଡ଼ିବାକୁ ପୂର୍ବରୁ କୁହାଯାଇଛି। ସେମାନଙ୍କୁ କାରଣ ଦର୍ଶାଅ ନୋଟିସ ମଧ୍ୟ ଦିଆଯାଇଛି। ଅଧ୍ୟାପକ କୁଜୁରଙ୍କୁ ସ୍ପଷ୍ଟିକରଣ ମଗାଯାଇଛି। ଏଭଳି ଏକ ତିକ୍ତ ବାତାବରଣ ମଧ୍ୟରେ ନିର୍ବାଚନ ହେଲେ ଅଧିକ ଗଣ୍ଡଗୋଳର ଆଶଙ୍କା କରି ବିଶ୍ୱବିଦ୍ୟାଳୟରେ ସାଇନଡ଼ାଏ ଘୋଷଣା କରାଯାଇଛି।
Related Posts
About The Author