ସମିତିସଭ୍ୟା ସ୍ୱାମୀଙ୍କ ଦାଦାଗୀରି ଯୋଗୁ ଡ଼ଙ୍କୁଣିଆ ସ୍କୁଲରେ ତାଲା, ବିସ୍କୁଟ ଖାଇଲେ ଛାତ୍ରଛାତ୍ରୀ ।

Spread the love

ଯାଜପୁର, ୨୦ ।୧ (ସନ୍ଧାନ ନିୟୁଜ): ଧର୍ମଶାଳା ଶିକ୍ଷା ମଣ୍ଡଳ ଅଧିନସ୍ଥ ଡ଼ଙ୍କୁଣିଆ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟରେ ତାଲା ଝୁଲୁଥିବାର ଦୃଶ୍ୟ ତାଲା ପକାଇଥିବା ଲୋକମାନଙ୍କ ପାଇଁ ହୁଏତ ସନ୍ତୋସ ଦାୟକ ହୋଇଥିବ । ଏହା କିନ୍ତୁ ବିଦ୍ୟାଳୟରେ ଅଧ୍ୟୟନ ରତ ୩୬ଜଣ ପିଲାଙ୍କୁ ମଧ୍ୟାହ୍ନ ଭୋଜନରୁ ବଞ୍ଚôତ କରିଛି ଏଥିରେ ସନେ୍ଦହ ନାହିଁ । ଛୋଟ ଛୋଟ ପିଲାମାନଙ୍କ ପାଇଁ ସରକାର ମଧ୍ୟାହ୍ନ ଭୋଜନ ବାଧ୍ୟତା ମୁଳକ କରିଥିବା ବେଳେ ଆଜି କିନ୍ତୁ ସ୍ଥାନୀୟ ସମିତିସଭ୍ୟ ସ୍ୱାମୀଙ୍କ ମନୋମୁଖି କାର୍ଯ୍ୟ ଏହି ପିଲାମାନଙ୍କ ପାଟିରୁ ମଧ୍ୟାହ୍ନ ଭୋଜନ ଛଡାଇ ନେଇଛି । ଅଞ୍ଜିରା ପଂଚାୟତର ଡ଼ଙ୍କୁଣିଆ ପ୍ରକଳ୍ପ ବିଦ୍ୟାଳୟରେ ବିଦ୍ୟା ଅଧ୍ୟୟନ କରୁଛନ୍ତି ୩୬ଜଣ ଛାତ୍ର ଛାତ୍ରୀ । ସବୁଦିନ ପରି ଆଜି ଉକ୍ତ ସ୍କୁଲର ପ୍ରଧାନ ଶିକ୍ଷକ ଚୈତନ ପାଳ ୯ଟା ୪୦ମିନିଟ ସମୟରେ ସ୍କୁଲରେ ପହଞ୍ଚôବା ସମୟରେ ଦେଖିଲେ ଉକ୍ତ ବିଦ୍ୟାଳୟର ସମସ୍ତ କୋଠରୀରେ ତାଲା ଝୁଲୁଛି । ଏବଂ ପିଲା ମାନେ ସ୍କୁଲ ଗୃହ ପରିବର୍ତ୍ତେ ସ୍କୁଲ ବାରଣ୍ଡାରେ ବସିଥିବା ଦେଖାଯାଇଛି । ଏପରିକି ବିଦ୍ୟାଳୟର ଗୋଟିଏ ଗୃହରେ ଅଙ୍ଗନବାଡି ଛାତ୍ରଛାତ୍ରୀ ମାନେ ପଢ଼ିବାର ବ୍ୟବସ୍ଥା ଥିôଲେ ହେଁ ସେମାନେ ମଧ୍ୟ ସ୍କୁଲ ବାରଣ୍ଡାରେ ବସିଥିଲେ । ପ୍ରଧାନ ଶିକ୍ଷକଙ୍କ କହିବା ଅନୁଯାଇ ବିଦ୍ୟାଳୟରେ ଉକ୍ତ ପଂଚାୟତର ସମିତି ସଦସ୍ୟାଙ୍କ ସ୍ୱାମୀ ପ୍ରହଲ୍ଲାଦ ମଳିକ ବିଦ୍ୟାଳୟରେ ତାଲା ପକାଇଥିଲେ । ବିଦ୍ୟାଳୟର ପାଚିକା କାଠ ନେଇ ସ୍କୁଲକୁ ଯିବା ସମୟରେ ସେଠାରେ ବିଦ୍ୟାଳୟରେ ତାଲା ଝୁଲୁଥିଲା । କାରଣ ସମ୍ବନ୍ଧରେ ପଚାରିବାରୁ ପ୍ରଧାନ ଶିକ୍ଷକଙ୍କ ବଦଳି ପାଇଁ ଏବଂ ପ୍ରଧାନ ଶିକ୍ଷକ ବିଭିନ୍ନ ଦୁର୍ନିତି ସହିତ ଜଡିତ ଥିବା ସମିତିସଭ୍ୟ ମିଲି ମଳିକଙ୍କ ସ୍ୱାମୀ ପ୍ରହଲ୍ଲାଦ ମଳକ ଅଭିଯୋଗ କରିଥିଲେ । ପ୍ରହଲାଦଙ୍କ କହିବା କଥା ଆଜକୁ ବହୁତ ଦିନ ଧରି ପ୍ରଧାନ ଶିକ୍ଷକ ଜଣକ ବିଦ୍ୟଳୟରେ ବହୁ ଦୁର୍ନିତି ସହିତ ଜଡିତ ଅଛନ୍ତି । ପ୍ରଧାନ ଶିକ୍ଷକଙ୍କୁ ଏ ସମ୍ବନ୍ଧରେ ଯେତେବେଳେ ସାମ୍ବାଦିକ ମାନେ ପ୍ରଶ୍ନ କରିଥିଲେ ସେ ଏହାକୁ ଉଦେଶ୍ୟ ପ୍ରଣୋଦିତ ଏବଂ ପୁର୍ବରୁ ସେ ଏଭଳି ଅନେକ ଥର ବିଦ୍ୟାଳୟକୁ ଆସି ସମସ୍ୟା ସୃଷ୍ଟି କରିଥିବା କହିଥିଲେ । ପ୍ରହଲ୍ଲାଦଙ୍କ କହିବା ଯଦି ସତ୍ୟ ତେବେ ପୂର୍ବରୁ ଏ ସମ୍ବନ୍ଧରେ ବିଭାଗୀୟ ଅଧିକାରୀଙ୍କୁ ଅଭିଯୋଗ କରିଥିଲେ କି? ସ୍ଥାନୀୟ ସରପଞ୍ଚ ଏ ସମ୍ବନ୍ଧରେ ଜଣିଛନ୍ତି କି? ସ୍ଥାନୀୟ ଜିଲା ପରିଷଦ ସଦସ୍ୟା ଜାଣିଛନ୍ତ ିକି? ଏ ସମ୍ବନ୍ଧରେ ସ୍ଥାନୀୟ ସରପଞ୍ଚ ଜ୍ୱତୀର୍ମୟୀ ସେଠୀଙ୍କୁ ପଚାରିବରେ ସେ ଏ ବିଷୟେ କିଛି ଜାଣି ନଥିବା କହିବା ସହିତ ଏ ଭଳି ଘଟଣାକୁ ତିବ୍ର ନିନ୍ଦା କରିଛନ୍ତି । ତାଙ୍କ କହିବା କଥା ସେହି ବିଦ୍ୟାଳୟରେ ସେମିତି କିଛି ସମସ୍ୟା ଥିବା ଖବର ତାଙ୍କ ପାଖରେ ନାହିଁ । କେହି ତାଙ୍କୁ କେବେ ଜଣାଇ ନାହାଁନ୍ତି । ୧୧ନଂ ଜିଲା ପରିଷଦର ସଦସ୍ୟା ଶୁରେଖା ନାୟକଙ୍କୁ ମଧ୍ୟ ଏ ଘଟଣା ସମ୍ବନ୍ଧରେ ପଚରା ଯାଇଥିଲା । ସେ ମଧ୍ୟ ବିଦ୍ୟଳୟରେ କୌଣସି ସମସ୍ୟା ତାଙ୍କ ଜ୍ଞାତ ସାରରେ ନଥିବା କହିଥିଲେ । ଏବଂ ଯଦି କିଛି ସମସ୍ୟା ଉପୁଝିଛି ତେବେ ଏ ସମ୍ବନ୍ଧରେ ବିଭାଗୀୟ ଅଧିକାରୀ ମାନଙ୍କୁ ଜଣାଇବା ପରେ କୌଣସି ପଦକ୍ଷେପ ନିଆଜିବା ଉଚିତ ବୋଲି କହିବା ସହିତ ଏଭଳି ଭାବରେ ବିଦ୍ୟାଳୟରେ ତାଲା ପକାଇବାକୁ ନାପସନ୍ଦ କରିଛନ୍ତି । ଏବିଓ ରମାକାନ୍ତ ସେଠି ଙ୍କୁ ଅଭିଯୋଗ ସମ୍ବନ୍ଧରେ ପଚାରିବାରୁ ସେ ପୁର୍ବରୁ କୌଣସି ଅଭିଯୋଗ ବିଭାଗୀୟ ଅଧିକାରୀଙ୍କୁ ହୋଇନଥିବା କହିଛନ୍ତି । ତେବେ ଯଦି ବିଭାଗୀୟ ଅଧକାରୀଙ୍କୁ ଜଣାଇ ନାହାଁନ୍ତି ତେବେ କାହା ପ୍ରରୋଚନାରେ ବିଦ୍ୟାଳୟରେ ତାଲା ପଡିଲା ତାହାର ତଦନ୍ତ ଜିଲା ଶିକ୍ଷାଧିକାରୀ କରିବେ କି? ନା ଆପୋସ ମିଳାମିଶାରେ ସମସ୍ୟାର ସମାଧାନ ହୋଇଗଲା କହି ବିଦୟାଳୟର ପିଲାମାନଙ୍କର ଭବିଷ୍ୟତକୁ ଅଣଦେଖା କରିବେ? ଅନୁସନ୍ଧାନରୁ ଜାଣିବାକୁ ମିଳିଛି ଏହି ବିଦ୍ୟାଳୟରେ ପାଚେରୀ ନିର୍ମାଣ ପାଇଁ ଦୁଇଲକ୍ଷଟଙ୍କା ବ୍ୟୟ ଅଟକଳ କର୍ାଇଛି । ଏହାକୁ କାମ କରିବାକୁ ବିଦ୍ୟଳୟ ପରିଚାଳନା କମିଟିର ସଭାପତିଙ୍କୁ ଦାୟୀତ୍ୱ ହସ୍ତାରନ୍ତର କରାଯାଇଥିବା ବେଳେ ଏହାକୁ କିଛି ଲୋକ ବିରୋଧ କରି ଏଭଳି ଘଟଣା ଭାଆଇଛନ୍ତି । ଜିଲା ଶିକ୍ଷାଧିକାରୀ ଏହାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ବିହିତ କାର୍ଯ୍ୟାନୁଷ୍ଟାନ ନିମନ୍ତେ ପଦକ୍ଷେପ ଗ୍ରହଣ କରିବେ ବୋଲି ସଧାରଣରେ ଦାବି ହୋଇଛି । ଜିଲା ଶିକ୍ଷାଧିକାରୀଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଠା କରିଥିଲେ ମଧ୍ୟ କଲ ଗ୍ରହଣ ନକରିବାରୁ ସମ୍ଭବ ହୋଇପାରିନାହିଁ ।

Related Posts

About The Author

Add Comment