କଟକ, ୧୬/୧୧/୨୦୨୧ (ସନ୍ଧାନ ନିଉଜ) : କଟକ ସଦର ବୟାଳିଶମୌଜା ବରାଳ ଗ୍ରାମର ସମାଜସେବୀ ତଥା ଧର୍ମପରାୟଣ ବ୍ୟକ୍ତି ସ୍ବର୍ଗତ ପ୍ରମୋଦ କୁମାର ଲେଙ୍କାଙ୍କ ପ୍ରଥମ ଶ୍ରଦ୍ଧ ବାର୍ଷିକରେ ସ୍ମୃତି ଚାରଣ ସଭା ସହ ଚତୁର୍ଥପ୍ରହର ନାମ ଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ନାଟ୍ୟକାର ସୁଧାଂଶୁ ଶେଖର ବେଉରା,ଲକ୍ଷ୍ମୀଧର ବେଉରା,ଉଦୟ ରଂଜନ ଦାସ,ଡାକ୍ଟର ସୁବାସ ସାହୁ, ସମାଜସେବୀ ଅଜୟ ବେହେରା, ଅକ୍ଷୟ ସାହୁ,କଥାକାର ଶରତ ରାୟ, ଶିକ୍ଷାବିତ୍ ତ୍ରିଲୋଚନ ଦଳାଇ, ଗଜେନ୍ଦ୍ର ବେହେରା,ନରେଶ ପ୍ରଧାନ,ସଂଜୀବ ମହାନ୍ତି,ପୁତ୍ର ପ୍ରଦୀପ ଲେଙ୍କା,ସୁଚିତ୍ ଲେଙ୍କା,ଦୀପକ୍ ନାୟକ,ସୁବାସ ବେହେରା,ଭ୍ରାତା ପ୍ରଶାନ୍ତ ଲେଙ୍କା,ପ୍ରତାପ ଲେଙ୍କା, ଗ୍ରାମବାସୀ ଏବଂ ଆତ୍ମୀୟ ସ୍ୱଜନ ଉପସ୍ଥିତ ଥିଲେ । ସୂଚନାଯୋଗ୍ୟ ସ୍ବର୍ଗତ ଲେଙ୍କାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ତାଙ୍କ ଜ୍ୟଷ୍ଟପୁତ୍ର ପ୍ରଦୀପ ଲେଙ୍କା ସାମାଜିକ ସଙ୍ଗଠନ ବିଷ୍ଣୁପ୍ରିୟା ଚାରିଟେବୁଲ୍ ଟ୍ରଷ୍ଟର ସକ୍ରୀୟକର୍ମୀ ଭାବେ ରକ୍ତଦାନ, ବହୁବିଧ ଜନହିତକର କାର୍ଯ୍ୟରେ ସାଧନା ଜାରୀ ରଖିଛନ୍ତି ।
ସମାଜସେବୀ ସ୍ବର୍ଗତ ପ୍ରମୋଦ ଲେଙ୍କାଙ୍କୁ ପ୍ରଥମ ଶ୍ରାଦ୍ଧ ବାର୍ଷିକୀରେ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି
|
November 16, 2021 |
