କେନ୍ଦ୍ରାପଡା, ୧୩/୩ (ସନ୍ଧାନ ନିଉଜ୍ ) କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ବ୍ଲକ କଂସାର ବଡଦାଣ୍ଡୁଆ ପଞ୍ଚାୟତର ରାଙ୍କି ଗ୍ରାମର ହରେକୃଷ୍ଣ ନାୟକ ବୟସ ପାଖାପାଖି ୭୦ ବର୍ଷ ରୁ ଉର୍ଦ୍ଧ୍ବ ହେବ ।ପରିବାର କହିଲେ ସ୍ତ୍ରୀ ସୁମିତ୍ରା ନାୟକ ବୟସ ୬୫ ଗୋଟିଏ ପୁଅ,ଏବଂ ଗୋଟିଏ ଝିଅ କୁ ନେଇ ହରେକୃଷ୍ଣ ଙ୍କ ତେଲଲୁଣର ସଂସାର । ପରିବାର ପ୍ରତିପୋଷଣ ନିମନ୍ତେ ଅନ୍ୟ କୌଣସି ପନ୍ଥା ନଥିବାରୁ ଚାଷବାସ କରି ପରିବାର ଚଳାଇଆସୁଛନ୍ତି l ମାତ୍ର ଦମ୍ପତି ବାର୍ଦ୍ଧକ୍ୟ ବୟସରେ ପଦାର୍ପଣ କରିଥିବା ବେଳେ ବାର୍ଦ୍ଧକ୍ୟ ଭତ୍ତାରୁ ବଂଚିତ ଅଛନ୍ତି l ରାସନ କାର୍ଡ ପାଇବାର ଯୋଗ୍ୟ ଥାଇବି ଜାଣିଶୁଣି ପ୍ରଶାସନ ଅବହେଳା କରୁଛି l ଆଉ ମୁଣ୍ଡ ଗୁଞ୍ଜିବା ପାଇଁ ପକ୍କା ଗୃହ ନଥିବା ବେଳେ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାର ଅଗ୍ରାଧିକାର ତାଲିକା ଭୁକ୍ତ ପାଇଁ ଏକାଧିକ ବାର ଆବେଦନ କରି ନିରାଶ ହେଲେଣି l ସରକାର ଙ୍କ ଗରିବ କଲ୍ୟାଣ ଯୋଜନାରେ ଅନ୍ତର୍ଭୁକ୍ତ ହେବା ପାଇଁ ନାୟକ ପରିବାର ପଂଚାୟତ କର୍ତ୍ତୃପକ୍ଷ ଓ ପ୍ରଶାସନିକ ଅଧିକାରୀ ଙ୍କୁ ନିଜର ସମସ୍ତ କାଗଜପତ୍ର ବହୁବାର ଦେଇଥିଲେ ମଧ୍ୟକିଛି ସୁଫଳ ମିଳୁନି l ସତେ ଯେପରି ହରେକୃଷ୍ଣ ନାୟକଙ୍କ ପରିବାର ପାଇଁ ସରକାରୀ ଯୋଜନା ସାତସପନ ପାଲଟିଛି l ସେହି ପଂଚାୟତ ରେ ଅନେକ ଥିଲା ପରିବାର ସରକାରୀ ସୁବିଧା ର ଫାଇଦା ନେଉଛନ୍ତି l ଗରିବ ଙ୍କ ପାଇଁ ଆସୁଥିବା ସରକାରୀ ଯୋଜନା ସମ୍ପୃକ୍ତ ପଂଚାୟତ ରେ ପୁରାମାତ୍ରାରେ ଦିଗହରା ହୋଇପଡିଛି।ଯାହାକି ନିରିହ ଲୋକମାନଙ୍କ ପାଇଁ ଆସୁଥିବା ଗରିବ ଯୋଜନା କୁ ବିଭିନ୍ନ ରୂପ ରେଖ ଦେଇ ଲୁଟିଚାଲିଛନ୍ତି ସରକାରୀ ଦଳର କର୍ମୀ ବୋଲାଉଥିବା କୁଜିନେତା l ପ୍ରଶାସନ ଏହି ପରିବାର ପ୍ରତି ଦୃଷ୍ଟି ଦେବାକୁ ସାଧାରଣ ରେ ଦାବି ହେଉଛି ।।
ସମସ୍ତ ସରକାରୀ ସୁବିଧାରୁ ବଞ୍ଚିତ ହରେକୃଷ୍ଣ ନାୟକ ଙ୍କ ପରିବାର
|
March 13, 2021 |
