ବାଲିଶଙ୍କରାତା:୪/୮/୨୦୨୫( ସନ୍ଧାନ ନ୍ୟୁଜ/ଦୁର୍ଯ୍ୟୋଧନ ଗରଡିଆ) ବାଲିସଙ୍କରା ବ୍ଲକରେ ନୂତନ ତହସିଲଦାର ଭାବେ କୁନ୍ତିରାନି ନାଏକ ଯୋଗ ଦେଇଥିବା ବେଳେ ଆଜି ସନ୍ଧାନ ନ୍ୟୁଜ ସୁନ୍ଦରଗଡ ପକ୍ଷ ରୁ ସମ୍ବର୍ଧନା ଦିଆଯାଇଛି ।ଏହି ଅବସରରେ ସନ୍ଧାନ ନ୍ୟୁଜ ପକ୍ଷ ରୁ ଜିଲ୍ଲା ପ୍ରତିନିଧି ରାଜୁ କୁମାର ପଟେଲ ଯୋଗ ଦେଇ ପୁଷ୍ପଗୁଚ୍ଛ ସହ ତହସିଲଦାରଙ୍କୁ ସମ୍ବର୍ଦ୍ଧନା ଜଣାଇଥିଲେ । ବାଲିସଙ୍କରା ବ୍ଲକରେ କିପରି ଜନସାଧାରଣଙ୍କ ତହସିଲ ପକ୍ଷରୁ ସମସ୍ତ ସୁବିଧା ସହଯୋଗ ପାଇପାରିବେ ତା ପାଇଁ ସବୁବେଳେ ସଜାଗ ରହି ଥିବା ମତ ରଖିଥିଲେ । ସରକାରଙ୍କ ପ୍ରତ୍ୟେକ ଯୋଜନାର କିପରି ଭାବରେ ଲୋକେ ସୁବିଧା ସୁଯୋଗ ପାଇପାରିବେ ସେ ବିଷୟରେ ଆଲୋଚନା କରିଥିଲେ ।ତା ସହିତ ଅଞ୍ଚଳ ର ବିକାଶ କ୍ଷେତ୍ରରେ ବିଭିନ୍ନ ପଦକ୍ଷେପ ବିଷୟ ରେ ଆମ ସନ୍ଧାନ ନ୍ୟୁଜ ଜିଲ୍ଲା ପ୍ରତିନିଧି ସହିତ ବ୍ଲକ ପ୍ରତିନିଧି ସହିତ ବିଶଦ ଭାବରେ ଆଲୋଚନା ହୋଇଥିଲା । ବିଶେଷ କରି ଜମି ପଟାକଲମ -୨ ରେ ଉନ୍ନତିକରଣ , ଶିକ୍ଷା କ୍ଷେତ୍ରରେ ଛାତ୍ର ଛାତ୍ରୀଙ୍କ ଉଚିତ୍ ସମୟରେ ଆବଶ୍ୟକୀୟ କାଗଜପତ୍ର ଦେବା, ସବୁଜ ପରିବେଶ କୁ କେନ୍ଦ୍ରକରି ଗଛ ଲଗାଇବା ବିଷୟ ରେ ଆଲୋଚନା ହୋଇଥିଲା
ସନ୍ଧାନ ନ୍ୟୁଜ ପକ୍ଷରୁ ବାଲିଶଙ୍କରା ନୂତନ ତହସିଲଦାରଙ୍କୁ ସମ୍ବର୍ଧନା
|
August 6, 2025 |



