ସଦାନନ୍ଦ ମେମୋରିଆଲ କ୍ରିକେଟ୍ ମ୍ୟାଚ୍ ଉଦ୍ ଘାଟିତ

Spread the love

ଭଦ୍ରକ, ୧୫/୦୩ (ସନ୍ଧାନ ନିୟୁଜ/ମାନସ ରାଉତ) ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ୍ ବନସ୍ତା ଗ୍ରାମରେ ପ୍ରତିବର୍ଷ ଅନୁଷ୍ଟିତ ହେଉଥିବା ସଦାନନ୍ଦ ସାହୁ ମେମୋରିଆଲ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଆଜି ଉଦ୍ ଘାଟିତ ହୋଇଛି । ଉଦ୍ ଘାଟନ ଉସସôବରେ ୮ଟି ଟିମକୁ ନେଇ ଆରମ୍ଭ ହୋଇଥିବା କ୍ରିକେଟ୍ ଟୁର୍ଣ୍ଣାମେଣ୍ଟକୁ ଆଜି ସାମ୍ବାଦିକ ବିରଞ୍ଚି ନାରାୟଣ ପତ୍ରୀ ମୂଖ୍ୟଅତିଥି ଭାବେ ଯୋଗଦେଇ ସମସ୍ତ ଖେଳାଳୀ ମାନଙ୍କୁ ଉସôାହିତ କରି ରିବନ୍ ଫିତା କାଟି ଉଦ୍ ଘାଟିତ କରିବା ଦେଖିବାକୁ ମିଳିଥିଲା । ଆଜିର ମ୍ୟାଚ୍ରେ ପ୍ରଥମେ ଭଦ୍ରଖ,ମଞ୍ଜୁରୀରୋଡ , କୁଆଖିଆ ମଧୁବ.ବନ୍ଧାଳ ଭଣ୍ଡାରିପୋଖରୀ, ଚଣ୍ଡିଖୋଲ ଇଲେଭେନ୍ଷ୍ଟାର,ବାଲିଚନ୍ଦ୍ରପୁର ଯାଜପୁର ଓ ସୁବର୍ଣ୍ଣମୁଖୀ କ୍ଲଥ୍ ଷ୍ଟୋର ବନସ୍ତା ମଧ୍ୟରେ ଅନୁଷ୍ଟିତ ହୋଇଥିଲା । ଆଜିର ମ୍ୟାଚରେ ୪ଟି ଟିମ୍ ବିଜେତା ହୋଇ ମେସିଫାଇନାଲ କୁ ପ୍ରବେଶ କରିଥିଲେ । ଆଜିର ମ୍ୟାଚ୍ରେ ସୁବର୍ଣ୍ଣମୁଖୀ କ୍ଲଥ୍ ଷ୍ଟୋର ବନସ୍ତା ଓ ଚଣ୍ଡିଖୋଲ ଇଲେଭେନ୍ଷ୍ଟାର ପ୍ଲେୟାର ମାନଙ୍କ ମ୍ୟାଚ ପଦର୍ଶନ ଦର୍ଶକ ମାନଙ୍କୁ ଆନନ୍ଦିତ କରିଥିବା ଦେଖିବାକୁ ମିଳିଥିଲା । ମ୍ୟାଚ୍ରେ ଅମ୍ପେଆର ଭାବେ ଜିତେନ୍ଦ୍ର ବେହେରା ଓ ମନୋଜ କୁମାର ଓଝା ରହିଥିବା ବେଳେ ଷ୍କୋରର ଭାବେ ଅକ୍ଷୟକୁମାର ସହୁ ପରିଚାଳନା କରୁଥିବା ଦେଖିବାକୁ ମିଳି ଥିଲା ।

Related Posts

About The Author

Add Comment