ସତ୍ୟ ଘଟଣା: ଦୁଇ ଶୁଆ ଶୁଣନ୍ତି ଭାଗବତ

Spread the love
ଭୁବନେଶ୍ୱର, ୧୫/୯ (ସନ୍ଧାନ ନିୟୁଜ) ଚାଲିଛି ଭାଗବତ ପାରାୟଣ। ପୁରାଣ ପାଠ କରି ଭଗବାନଙ୍କୁ ସ୍ମରଣ କରୁଛନ୍ତି ମହିଳା ଭକ୍ତ। ହେଲେ ପୁରାଣ ପାଠ କରାଯାଉଥିବା ସ୍ଥାନରେ ବସିଛନ୍ତି ଦୁଇଟି ଶୁଆ। ଏମାନେ କୁଆଡ଼େ ଭାଗବତ ଶୁଣନ୍ତି ବୋଲି କୁହାଯାଉଛି।  ଏଭଳି ଦେଖିବାକୁ ମିଳିଛି ବଲାଙ୍ଗିର ସହରର ପ୍ୟାଲେସ ଲାଇନସ୍ଥିତ ଗିରୀଶି ଚନ୍ଦ୍ର ପଣ୍ଡା ନାମକ ଜଣେ ବ୍ୟକ୍ତିଙ୍କ ଭାଗବତ ଟୁଙ୍ଗିରେ।

ଗିରୀଶଙ୍କ ପରିବାର ଲୋକଙ୍କ କହିବା ଅନୁଯାୟୀ ୬ ମାସ ତଳେ ପୁରାଣ ପାଠ ଚାଲିଥିବା ବେଳେ ଅଚାନକ ଘରକୁ ପଶି ଆସିଥିଲେ ଏହି ଦୁଇ ଶୁଆ। ସେହିଦିନଠୁ ଦୁଇ ଶୁଆଙ୍କୁ ଘରେ ପାଳିପୋଷି ଯତ୍ନ ନେଉଛନ୍ତି ଗିରୀଶଙ୍କ ପତ୍ନୀ ପୁଷ୍ପାଞ୍ଜଳୀ ପଣ୍ଡା। ତେବେ ଯେତେବେଳେ ଭାଗବତ ପାଠ ହୁଏ, ସେହି ସମୟରେ ଚୁପଚାପ୍‌ ରହିବା ସହ ଭାଗବତ ଓ ଗୀତାପାଠ ଶୁଣନ୍ତି ଏହି ଦୁଇ ଶୁଆ। ଭଜନ, କୀର୍ତ୍ତନ, ଗିନି, ମୃଦଙ୍ଗ ଶଦ୍ଦ ଭିତରେ ମଧ୍ୟ ବିଚଳିତ ହୁଅନ୍ତିନି। ଏକାଦଶୀରେ ଯେତେ ଚେଷ୍ଟା କଲେ ବି ଦୁଇ ଶୁଆ ଅନ୍ନ ଖାଆନ୍ତିନି ବୋଲି କହିଛନ୍ତି ପୁଷ୍ପାଞ୍ଜଳୀ।

ଭାଗବତ ଟୁଙ୍ଗୀରେ ଦୁଇ ଶୁଆ ଭାଗବତ ଶୁଣୁଥିବା ଖବର ଜାଣିବା ପରେ ପକ୍ଷୀ ଦୁଇଟିକୁ ଦେଖିବା ଲାଗି ପଡ଼ୋଶୀଙ୍କ ଭିଡ଼ ଜମୁଛି। ପୁରାଣ ପାଠ ଆରମ୍ଭ ହେଉ ହେଉ ପଡ଼ୋଶୀମାନେ ପହଞ୍ଚି ଯାଉଛନ୍ତି ଗିରୀଶଙ୍କ ଭାଗବତ ଟୁଙ୍ଗିରେ।

Related Posts

About The Author

Add Comment