ସଟ ଡାଉନ ରାତିରେ ଦୁଇ ଦୁଇଟା ଗାଡି ପୋଡ଼ିଲେ ଦୁର୍ବୁତ୍ତ,: ତଦନ୍ତ ଅବ୍ୟାହତ 

Spread the love
  •  
  •  
  •  
  •  
  •  

 କନ୍ଧମାଳ,୦୨/୦୫.(ସନ୍ଧାନ ନ୍ୟୁଜ/ସଞ୍ଜୟ କୁମାର ପାଣିଗ୍ରାହୀ):ସମଗ୍ର କନ୍ଧମାଳ ଜିଲ୍ଲାରେ ଦୁଇ ଦିନିଆ ସଟ ଡାଉନର ଫାଇଦା ନେଇ କିଛି ଦୁର୍ବୁତ୍ତ ଷ୍ଟେଟ ବ୍ୟାଙ୍କର ଟଙ୍କା ନେବା ଆଣିବା ଗାଡି ର ତାଲା ଭାଙ୍ଗି ଟଙ୍କା ନେବା ପାଇଁ ଉଦ୍ୟମ କରିଥିଲେ | ଘଟଣା ରୁ ପ୍ରକାଶ ଯେ.କନ୍ଧମାଳ ଜିଲ୍ଲା ଫୁଲବାଣୀ ସ୍ଥିତ ପିଅନପଡା  ର ଗୁଡିପିଟା ସାହି ରେ ଗତକାଲି ଶନିବାର ବିଳମ୍ବିତ ରାତିରେ ଉକ୍ତ ବ୍ୟାଙ୍କ ଗାଡିର ତାଲା ଭାଙ୍ଗି ଟଙ୍କା ନେବାଲାଗି ଉଦ୍ୟମ କରିଥିଲେ ଥିଲେ କିଛି ଦୁର୍ବୁତ୍ତ | ତାଲା ନ ଭାଙ୍ଗିବାରୁ ଷ୍ଟେଟ ବ୍ୟାଙ୍କର କ୍ୟାସ୍ ଗାଡି କୁ ନିଆଁ ଲଗେଇ ଦେଇ ପୋଡ଼ିବା ସହିତ ନିକଟରେ ଥିବା ଏକ ସ୍ବିଫ୍ଟ ଡିଜ଼ଏରୋ  ଗାଡି କୁ ମଧ୍ୟ ପୋଡି ଦେଇଥିଲେ ଦୁର୍ବୁତ୍ତ ମାନେ l ଗାଡି ପୋଡିବା ସମୟରେ ଟାୟାର୍ ଟି ଫାଟି ଯିବାରୁ ଜୋର ଶବ୍ଦ  ଶୁଣି ନିକଟରେ ରହୁଥିବା ସ୍ଥାନୀୟ ଲୋକ ଉଠି ବାହାରକୁ ଆସି ଦେଖିଲେ ଗାଡି ଜଳୁଛି l ସଙ୍ଗେ ସଙ୍ଗେ  ନିଆଁ  ଲିଭାଇବା ସହ ପୋଲିସ କୁ ଖବର ଦେଇଥିଲେ ଓ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି | ଅନ୍ୟ ପକ୍ଷରେ କିଏ ଏସବୁ ଗାଡି ପୋଡିଛନ୍ତି ଓ କାହିଁକି ପୋଡିଛନ୍ତି  ଏବଂ ଏହି ଘଟଣା ରେ ସଂପୃକ୍ତ ଥିବା ଅଭିଯୁକ୍ତ ମାନଙ୍କୁ ଅତି ଶିଘ୍ର ଗିରଫ କରାଯିବ ବୋଲି ଫୁଲବାଣୀ ଏସଡିପିଓ ମହେନ୍ଦ୍ର ନାଥ ମୁର୍ମୁ କହିଛନ୍ତି ।

Related Posts

About The Author

Add Comment