ସଟଡାଉନର ତୃତୀୟ ସପ୍ତାହରେ ବଜାର ବନ୍ଦ

Spread the love
  •  
  •  
  •  
  •  
  •  

ସୁନ୍ଦରଗଡ/ରାଉରକେଲା, ୦୩/୦୫ (ସନ୍ଧାନ ନିଉଜ/ରୋଶନ ପଟେଲ) ସମଗ୍ର ଭାରତବର୍ଷ ସମେତ ଓଡ଼ିଶାର ସୁନ୍ଦରଗଡ଼ ଜିଲାରେ କରୋନା ମହାମାରୀକୁ ନେଇ ଆଜି ସଟଡ଼ାଉନର ତୃତୀୟ ସପ୍ତାହ ରବିବାରରେ ରାଉରକେଲା ଓ  ଇସ୍ପାତ ସହରର ସମସ୍ତ ବଜାର ବନ୍ଦ ରହିଥିଲା । କେବଳ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲା ରହିଥିଲା । ବିଶେଷ କରି ହସ୍ପିଟାଲ, ଔଷଧ ଦୋକାନ, ଦୁଗ୍ଧ ଦୋକାନ, ପେଟ୍ରୋଲ ପମ୍ପ ଓ ଏଟିଏମ ଗୁଡ଼ିକ ଖୋଲା ରହିଥିଲା । ଅପରପକ୍ଷରେ ସଟ ଡାଉନକୁ ନେଇ ପୁଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି ଭାବେ ପାଳନ କରିବା ସହିତ ଯାନବାହାନ ଓ ବାଇକକୁ ଯାଂଚ କରାଯାଇଥିଲା । ବିଶ୍ରା ଛକ ଠାରୁ ପାନପୋଷ ଗାନ୍ଧି ଛକ ଯାଏ ମୁଖ୍ୟ ମାର୍ଗରେ ପୁଲିସ ପକ୍ଷରୁ ବ୍ୟାରିକେଡ଼ କରାଯିବା ସହିତ ବାଇକ ଓ ଗାଡ଼ିରେ ବୁଲୁଥିବା ଲୋକଙ୍କୁ ଅଟକାଇ ପଚରାଉଚରା କରାଯାଇଥିଲା । ବିନା କାମରେ ବାହାରେ ବୁଲୁଥିବା ଲୋକଙ୍କୁ ଅଟକାଇବା ସହିତ ଚେତାବନୀ ଦେଇ ପୁଲିସ ଛାଡ଼ି ଦେଇଥିଲା । ଅନ୍ୟପକ୍ଷେ ଆସନ୍ତା ମେ ୫ ତାରିଖରୁ ୧୯ ଯାଏ ରାଜ୍ୟ ସରକାରଙ୍କ ଦ୍ୱାରା ଲକ ଡାଉନ ଘୋଷଣା କରାଯାଇଛି । ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ୬ଟାରୁ  ମଧ୍ୟାହ୍ନ ୧୨ ଯାଏ ଖୋଲା ରହିବା ସହିତ ଅନ୍ୟ ଦୋକାନ ଗୁଡ଼ିକ ବନ୍ଦ ରହିବ । ଆଜି ସଟଡାଉନକୁ ନେଇ ବିଶ୍ରାଛକ, ମଧୁସୂଦନ ଛକ, ପ୍ଲାଟ ସାଇଟ ଛକ, ପାୱାର ହାଉସ ଛକ, ଉଦିତନଗର ସ୍ଥିତ ଆମ୍ବେଦକର ଛକ, ଏସଟିଆଇ ଛକ, ପାନପୋଷ ଗାନ୍ଧି ଛକ ସମେତ ଅନ୍ୟ ଛକରେ ପୁଲିସ ପକ୍ଷରୁ ବ୍ୟାରିକେଡ଼ କରାଯାଇଥିଲା । କରୋନା ମହାମାରୀକୁ ଦୃଷ୍ଟିରେ ରଖି ଲୋକ ମାନଙ୍କୁ ଘରେ ରହିବାକୁ ଜିଲା ପ୍ରଶାସନ ପକ୍ଷରୁ ଡାକବାଜି ଯନ୍ତ୍ର ଦ୍ୱାରା ଲୋକଙ୍କୁ କୁହାଯାଉଥିଲା । ତା ସହ ସାମାଜିକ ଦୂରତାକୁ ଗୁରୁତ୍ୱ ଦେବା ସହ ମାସ୍କ ବ୍ୟବହାର କରିବା, ହାତ ଓ ସାନିଟାଇଜେର ବ୍ୟବହାର କରିବାକୁ କୁହାଯାଇଥିଲା ।

Related Posts

About The Author

Add Comment