ଜେନାପୁର/୧୫/୦୬/ସନ୍ଧାନ ନିଉଜ୍/(ପ୍ରଶାନ୍ତ ସାମଲ)ଧନଞ୍ଜୟ ମଲ୍ଲିକ, ଘର ଧର୍ମଶାଳା ବ୍ଲକ ମର୍ଜିତାପୁର ପଞ୍ଚାୟତ ଦାଣ୍ଡହରିପୁର ଗାଁରେ । ସ୍ତ୍ରୀ, ୭ ମାସର ଶିଶୁ ଆଉ ବିଧବା ମାକୁନେଇ ଧନଞ୍ଜୟ ସଂସାର । ପରିବାର ପ୍ରତିପୋଷଣ ନିମନ୍ତେ ଧନଞ୍ଜୟ ପ୍ରତ୍ୟେକ ଦିନଯାଇ କଳିଙ୍ଗ ନଗର ଶିଳ୍ପ ଅଂଚଳରେ କାର୍ଯ୍ୟ କରୁଥିଲେ ।୨୦୧୯ ମସିହାରେ କର୍ମ କ୍ଷେତ୍ରକୁ ଯାଉଥିବା ସମୟରେ ସଡ଼କ ଦୁର୍ଘଟଣା ଶିକାର ହୋଇଥିଲେ । ଦୁର୍ଘଟଣାରେ ମୁଣ୍ଡ ଓ ଗୋଡ଼ରେ ଶକ୍ତ ଆଘାତ ଲାଗିବାରୁ ଅସ୍ତ୍ରୋପଚାର କରାଯାଇଥିଲା ।ଜୀବନ ବଞ୍ଚିଗଲା ସିନା କିନ୍ତୁ ସେଦିନରୁ ଆଜି ପର୍ଯ୍ୟନ୍ତ ସେ କାର୍ଯ୍ୟ କରିବାକୁ ଅକ୍ଷମ । ଆହୁରି ଗୋଟିଏ ଅସ୍ତ୍ରୋପଚାର ହେଲେ ଯାଇ ସେ ସମ୍ପୁର୍ଣ୍ଣ ସୁସ୍ଥ ହୋଇ ପାରିବେ ।ଅସ୍ତ୍ରୋପଚାର ପାଇଁ ଟଙ୍କା ଯୋଗାଡ଼ କରିବା ଦୂରର କଥା ଏବେ ପରିବାରରେ କେହି ରୋଜଗାରକ୍ଷମ ନଥିବାରୁ ଦୁଇ ଓଳି ଦୁଇମୁଠା ଖାଦ୍ୟ ଯୋଗାଡ଼ କରିବା ମୁସ୍କିଲ ।ଏପରି ସମୟରେ ଏହି ଅସହାୟ ପରିବାରକୁ ସଚେତନ ନାଗରିକମଞ୍ଚ ସହିତ ସମାଜ ସେବୀ କବାଟବନ୍ଧ ମେଡିକାଲ ଅଫିସର ଡାକ୍ତର ନିହାର ରଞ୍ଜନ କର ସହାୟତାର ହାତ ବଢାଇଛନ୍ତି ଉଭୟଙ୍କ ମିଳିତ ସହଯୋଗରେ ତାଙ୍କୁ ସ୍ୱାବଲମ୍ବି କରିବାକୁ ଘର ବାରଣ୍ଡାରେ ଏକ ଭିନ୍ନ ଭିନ୍ନ ପ୍ରକାରର ସଉଦାର ଦୋକାନ ଖୋଲିବାକୁ ଆର୍ଥିକ ସାହାଯ୍ୟ ଦିଆଯାଇଛି ।ଯାଦ୍ଵାର ସେ ଅଧିକ ପରିଶ୍ରମ ନକରି ଘରେ ରହି କିଛି ରୋଜଗାର କରି ପରିବାର ଲୋକଙ୍କ ମୁହଁରେ ହସ ଫୁଟାଇ ପାରିବେ । ଆଜି ପବିତ୍ର ରଜରେ ଏହି ଦୋକାନଟିକୁ କବାଟବନ୍ଧ ଆରୋଗ୍ୟ କେନ୍ଦ୍ର ଅଧିକାରୀ ଡା. ନିହାର ରଞ୍ଜନ କର ଉଦଘାଟନ କରି ସମାଜକୁ ଏକ ଭଲ ବାର୍ତା ଦେଇଛନ୍ତି ଯେ ଉଜୁଡ଼ି ଯାଉଥିବା ପରିବାରକୁ ସଜାଡ଼ିବାକୁ ସମସ୍ତେ ଆଗେଇ ଆସିବା ଦରକାର ।ସଚେତନ ନାଗରିକ ମଞ୍ଚର ଆବାହକ ସରୋଜ କାନ୍ତ ବେହେରାଙ୍କ ମତରେ ସମାଜରେ ଏଭଳି ଅନେକ ଲୋକ ଏହିଭଳି ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।ଯଦି ଏହି ଅସହାୟ ଲୋକମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ଥିବା ଲୋକମାନେ ସାହାଯ୍ୟର ହାତ ବଢାନ୍ତେ ତେବେ ଅନେକ ପରିବାର ପୁନ୍ନର୍ବାର ସ୍ୱାବଲମ୍ବି ହେବା ସହିତ ଅନ୍ୟ ଉପରେ ବୋଝ ହୁଅନ୍ତେ ନାହିଁ ।ତେଣୁ ଯେଉଁମାନେ ସକ୍ଷମ ସେମାନେ ଏହିଭଳି ସମାଜରେ ଥିବା ଦୁଃଖୀ ମଣିଷ ମାନଙ୍କୁ ସାହାଯ୍ୟ କରି ସମାଜ ଗଠନରେ ସହଯୋଗ କରନ୍ତୁ ।।ଆଗାମୀ ଚାରି ମାସ ମଧ୍ୟରେ ଧନଞ୍ଜୟ ଅସ୍ତ୍ରୋପଚାର କରିବା ପାଇଁ ସବୁ ପ୍ରକାର ସାହାଯ୍ୟ କରିବାକୁ ଡା. ନିହାର ରଞ୍ଜନ କର ପ୍ରତିଶ୍ରୁତି ଦେଇଛନ୍ତି ।।
ସଚେତନ ନାଗରିକ ମଞ୍ଚ ଓ ଡ଼ାକ୍ତରଙ୍କ ସହଯୋଗ:ସ୍ୱାବଲମ୍ବୀ ହେବାକୁ ଧନଞ୍ଜୟ ପାଇଲା ନୂଆ ଦୋକାନ
|
June 15, 2021 |