ଷ୍ଟୋନ କ୍ରସର ଗଣଦୁଷ୍କର୍ମ ଘଟଣା; 6  ଗିରଫ, ମୁଖ୍ୟ ଅଭିଯୁକ୍ତ ଫେରାର!

ରାଉରକେଲା, ୨/୦୩ (ସନ୍ଧାନ ନିୟୁଜ): ବ୍ରାହ୍ମଣୀ ତରଙ୍ଗ ଥାନା ଅଞ୍ଚଳର ଏକ ଷ୍ଟୋନ କ୍ରସରରେ ଗଣଦୁଷ୍କର୍ମ ଘଟଣାରେ 6 ଜଣ ଗିରଫ । ସେପଟେ ମୁଖ୍ୟ ଅଭିଯୁକ୍ତ ଏବେ ବି ଫେରାର । ଗିରଫ 6 ଜଣ ପେଶାଦାର ଅପରାଧୀ ହୋଇଥିବାବେଳେ ଅନେକ ଡକାୟତି ମାମଲାରେ ଜଡିତ ଥିବା ସୂଚନା ମିଳିଛି । ସୂଚନାଥାଉକି, ସପ୍ତାହ ପୂର୍ବେ ରବିବାର ରାତିରେ ସାତ ଜଣ ଡକାୟତ ଚୋରି କରିବା ଉଦ୍ଦେଶ୍ୟରେ ମାରଣାସ୍ତ୍ର ଧରି ଏକ ଷ୍ଟୋନ କ୍ରସରରେ ପଶିଥିଲେ । ଉକ୍ତ କ୍ରସରରେ ଥିବା କେୟାର ଟେକର ସେଠାରେ ସେଠାରେ ନିଜ ସ୍ତ୍ରୀ ସହିତ ରହୁଥିଲେ । ତେବେ ସ୍ବାମୀ ତଳେ ଶୋଇଥିବାବେଳେ ସ୍ତ୍ରୀ ଉପର ମହଲାରେ ଶୋଇଥିଲେ ।ହେଲେ ଡକାୟତମାନେ କ୍ରସରରେ ପଶି ମାରଣାସ୍ତ୍ର ଦେଖାଇ କେୟାର ଟେକରର ସ୍ତ୍ରୀଙ୍କୁ ଜଣକ ପରେ ଜଣେ ଦୁଷ୍କର୍ମ କରିଥିଲେ । Report- S Nayak

Related Posts

About The Author

Add Comment