ଷଣ୍ଢ ଓ ଗାଈ ଚାଲାଣକୁ ବିରୋଧ

Spread the love

ଭଦ୍ରକ, 02.02.2021 (ସନ୍ଧାନ ନିଉଜ୍ /ଲିଙ୍ଗରାଜ ପଣ୍ଡା):–  କଣ୍ଟେନରରେ ଲେଖା ଯାଇଛି ଡାକ ପାର୍ସଲ , କିନ୍ତୁ କଣ୍ଟେନର ଭିତରେ ବୋଝେଇ ହୋଇଛନ୍ତି ଷଣ୍ଢ ଓ ଗାଈ। ଷଣ୍ଢ ଓ ଗାଈ  ଚାଲାଣକୁ ବିରୋଧ କରିବା ସହ ପୋଲିସର ନିଷ୍କ୍ରିୟତାକୁ ଦାୟୀ କରି ରାସ୍ତାରେ ବସିଛନ୍ତି ଉତ୍ତ୍ୟକ୍ତ ଲୋକେ । ସୂଚନାଯୋଗ୍ୟ ଯେ ଭଦ୍ରକ ସହରର ବାଇପାସ ନିକଟରେ ରାସ୍ତାରୋକ ହୋଇଛି। ଏକ କଣ୍ଟେନରରେ ଗୋରୁ ଓ ଷଣ୍ଢଙ୍କୁ ବୋଝେଇ କରି ନେଉଥିବା ବେଳେ ପୋଲିସ ଜବତ କରିଥିଲା। କଣ୍ଟେନରର ଡ୍ରାଇଭର ଓ ହେଲପର ଫେରାର ହୋଇଯାଇଥିଲେ । ଜବତ କଣ୍ଟେନରକୁ ଗୋଶାଳା ନେଉଥିବା ବେଳେ ନୂଆ ବସଷ୍ଟାଣ୍ଡ ନିକଟରେ ଗାଡି ଆଗରେ ଧାରଣା ଦେଲେ ଉତ୍ତ୍ୟକ୍ତ ଲୋକେ । ପୁରୁଣା ବଜାର ଥାନା ଅଞ୍ଚଳରୁ କଣ୍ଟେନରଟିକୁ ପୋଲିସ ଜବତ କରିଥିଲା ବୋଲି ସୂଚନା ମିଳିଛି । ଡାକ ପାର୍ସଲ ଗାଡିରେ ମାଫିଆମାନେ ଗୋରୁ ଷଣ୍ଢ ଚାଲାଣ କରୁଥିଲେ। ଘଟଣାସ୍ଥଳରେ ଟାଉନ ପୋଲିସ ପହଞ୍ଚି ବୁଝାସୁଝା କରୁଛି । ତେବେ ଲୋକେ ଏହି ଚାଲାଣ ପଛରେ ପୋଲିସର ନିଷ୍କ୍ରିୟତାକୁ ଦାୟୀ କରିଛନ୍ତି ।

Related Posts

About The Author

Add Comment