ଶ୍ୟାମସୁନ୍ଦର ନାୟକ ସ୍ମୃତି କମିଟିର ପ୍ରସ୍ତୁତି ବୈଠକ

Spread the love

ଜେନାପୁର, ୨୭/୧/୨୦ (ସନ୍ଧାନ ନିଉଜ) : ବିଶିଷ୍ଟ ଶିକ୍ଷାବିତ ତଥା ସମାଜସେବୀ ସ୍ୟାମସୁନ୍ଦର ନାୟକଙ୍କ ୨୭ତମ ଶ୍ରାଦ୍ଧବାର୍ଷିକ ଉପଲକ୍ଷେ ସ୍ୟାମସୁନ୍ଦର ସ୍ମୃତି କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ ଅନିଷ୍ଠିତ ହୋଇଯାଇଛି । ଗତ ଗୁରୁବାର ଅପରାହ୍ନରେ ଧର୍ମର୍ଶାଳା ବ୍ଲକ ମହିଶରା ଗ୍ରାମ ପଂଚାୟତ ବାଟିଯୋଡା ଠାରେ ଆୟୋଜିତ ଏହି ବୈଠକରେ କମିଟିର ଆବାହକ ସାମ୍ବାଦିକ ବିଶ୍ୱନାଥ ସାମଲ ସଭାପତିତ୍ୱ କରି ସମାଜସେବୀ ଶିକ୍ଷାବିତ ଶ୍ୟାମସୁନ୍ଦର ନାୟକଙ୍କ ଜୀବନ ଶୈଳୀ ଉପରେ ଆଲୋଚନା କରିଥିଲେ । ସ୍ୱର୍ଗତ ନାୟକ ୧୯୪୦ ମସିହାରେ କୋହ୍ଲା ସିଂ ଠାରେ ନିଜର ଶିକ୍ଷକତା ଜୀବନ ଅରମ୍ଭ କରି କର୍ମକ୍ଷେତ୍ରରୁ ଅବସର ଗ୍ରହଣ ପରେ ମଧ୍ୟ ବିଭିନ୍ନ ବିଦ୍ୟାଳୟରେ ବିନା ବେତନରେ ଶିକ୍ଷାଦାନ ଜାରି ରଖିôଥିଲେ । ନିଜର ପ୍ରଚେଷ୍ଠାରେ ଲୋକମନାଙ୍କୁ ନେଇ ଅଂଚଳରେ ଶିକ୍ଷାର ବିକାଶ ପାଇଁ ଏକ ଉଚ୍ଚବିଦ୍ୟାଳୟ ବାଟିଯୋଡା ଠାରେ ଆରମ୍ଭ କରାଇଥିଲେ । ସେ ନିଜକୁ ଏହି ଅଂଚଳର ଜନ କଲ୍ୟାଣ ମୁଳକ କାର୍ଯ୍ୟ ପାଇଁ ସର୍ବଦା ନିୟୋଜିତ ରଖିଥିଲେ । ଆସନ୍ତା ୨୮ ତାରିଖରେ ତାଙ୍କର ଶ୍ରାଦ୍ଧବାର୍ଷିକ ଉସôବ କମିଟି ତରଫରୁ ପାଳନ କରାଯିବ । ଏହି ଅବସରରେ କମିଟି ପକ୍ଷରୁ ତାଙ୍କର ତିନିଜଣ ପିରାତନ ଛାତ୍ର ସମବାୟ ବ୍ୟଙ୍କର ପୁର୍ବତନ ଅଞ୍ଚଳିକ ଶାଖାପରିଚାଳକ କାଶିନାଥ ସାାମଲ, ସରକାରୀ ଛପାଖାନର ସେକ୍ସନ ଅଫିସର ଧିରେନ୍ଦ୍ରନାଥ ଶତପଥି, ଶିକ୍ଷୟତ୍ରୀ ଶକୁନ୍ତଳା ଧଳଙ୍କୁ ସମ୍ବର୍ଦ୍ଧୀତ କରାଯିବବୋଲି ନିଷ୍ପତ୍ତି ଗ୍ରହଣ କରାଯାଇଛି । ତାଙ୍କର ସ୍ମୃତିଚାରଣ ସଭାରେ ମୁଖ୍ୟ ଅତିଥି ଭାବରେ ଉକ୍ରଳ ବିଶ୍ୱବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଫେସର ତଥା ବିଶିଷ୍ଟ ଲେଖକ ବୁଦ୍ଧଦେବ ମିଶ୍ର ଓ ପ୍ରଫେସର ଦୀନବନ୍ଧୁ ମହାରଣା ଯେ୍ାଗଦେବାର କାର୍ଧ୍ୟକ୍ରମ ସ୍ଥିର କରାଗଲା । ଏହି ବୈଠକରେ ସଣ୍ଡେ ଗାର୍ଡିଆନର ସମ୍ପାଦକ ସଞ୍ଜିବ ନାୟକ, ଅଧ୍ୟାପକ ଅଭିମନ୍ୟୁ ରରାଉତ, ଓକିଲ ଅକ୍ଷୟ କୁମାର ସାମଲ, କମିଟିର ସମ୍ପାଦକ ବସନ୍ତ କୁମାର ନାୟକ, ଅଶୋକ କୁମାର ଶତପଥି ପ୍ରମୁଖ ଯେଗଦେଇଥିଲେ ।

Related Posts

About The Author

Add Comment