ବାରିପଦା ୨/୮(ସନ୍ଧାନ ନିଉଜ/ଲିଙ୍ଗରାଜ ପଣ୍ଡା) ଉପଖଣ୍ଡରେ ଥିବା ଶ୍ରମିକମାନଙ୍କର ବିଭିନ୍ନ ସମସ୍ୟାର ନିରାକରଣ ନିମନ୍ତେ ବିଡିଓ ଏବଂ ଉପଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟ ମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ଭାରତୀୟ ମଜଦୁର ସଂଘ ସହବନ୍ଧିତ ଓଡ଼ିଶା କୃଷି ଏବଂ ଗ୍ରାମୀଣ ମଜଦୁର ସଂଘ ପକ୍ଷରୁ ୬ ଦଫା ଦାବି ନେଇ ଏହି ଦାବିପତ୍ର ପ୍ରଦାନ କରାଯାଇଛି । ଦାବି ଅନୁଯାୟୀ ରାଜ୍ୟରେ ସମସ୍ତ ପଞ୍ଜିକୃତ ଅଣସଙ୍ଗଠିତ ଶ୍ରମିକମାନଙ୍କୁ ଆର୍ଥିକ ସହାୟତା ଯୋଗାଇ ଦିଆଯିବା, ରାଜ୍ୟରେ କାର୍ଯ୍ୟରତ ନିର୍ମାଣ ଶ୍ରମିକ ବ୍ୟତିରେକ ଅନ୍ୟ ସମସ୍ତ ଶ୍ରମିକମାନଙ୍କୁ ଅଣ ସଙ୍ଗଠିତ ଶ୍ରମିକ କଲ୍ୟାଣ ବୋର୍ଡ ଅଧୀନରେ ପଞ୍ଜିକୃତ କରାଇ ସେମାନଙ୍କର ସାମାଜିକ ସୁରକ୍ଷା ବ୍ୟବସ୍ଥା କରାଯିବା, ସମସ୍ତ ପଞ୍ଜିକୃତ ନିର୍ମାଣ ଶ୍ରମିକଙ୍କୁ ସରକାରଙ୍କ ଦ୍ଵାରା ଘୋଷିତ କରୋନା ମହାମାରୀ ଆର୍ଥ କ ସହାୟତା ଯୋଗାଇ ଦିଆଯିବା, ନିର୍ମାଣ ଶ୍ରମିକ ନୂତନ ପଞ୍ଜିକରଣ ଦରଖାସ୍ତ, ବିବାହ, ମୃତ୍ୟୁ, ସାଇକେଲ, ଯନ୍ତ୍ରପାତି,ଶିକ୍ଷା ଆଦି କ୍ଷେତ୍ରରେ ସହାୟତା ନିମନ୍ତେ ପଡି ରହିଥିବା ଦରଖାସ୍ତଗୁଡିକୁ ବିଚାରକୁନେଇ ପରିଚୟ ପତ୍ର ପ୍ରଦାନ ଏବଂ ସହାୟତା ରାଶି ପ୍ରଦାନ କରାଯିବା, ନିର୍ମାଣ ଶ୍ରମିକମାନଙ୍କ ନିମନ୍ତେ ମଞ୍ଜୁର ହୋଇଥିବା ନିର୍ମାଣ ଶ୍ରମିକ ପକାଗୃହ ଯାହା ବ୍ଲକ କାର୍ଯ୍ୟାଳୟରେ ଦୀର୍ଘଦିନ ହେବ ପଡି ରହିଛି ତାହା ତୁରନ୍ତ ହିତାକାରୀଙ୍କୁ ପ୍ରଦାନ କରାଯିବା ଭଳି ବିଭିନ୍ନ ଦାବି ସମୂହ ବାବଦରେ ଏହି ସ୍ମାରକପତ୍ର ରେ ଉପସ୍ଥାପନ କରାଯାଇଛି । କପ୍ତିପଦା ଉପଖଣ୍ଡ କମିଟିର ସଭାପତି ଗୁରୁଭା ହାଁସଦା, ସଂପାଦକ ଜଗବନ୍ଧୁ ଦଳେଇ, ଗୋପୀନାଥ ସିଂ, ରବିନ୍ଦ୍ର ବାସ୍କେ, ସୁମତି ମାରାଣ୍ଡି, ବସନ୍ତ ନାୟକ ପ୍ରମୁଖ କପ୍ତିପଦା ଉପଖଣ୍ଡ ଉପଜିଲ୍ଲାପାଳଙ୍କ ଜରିଆରେ ଏହି ଦାବି ପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପଠାଇଥିବା ଜଣାଯାଇଛି । ତେବେ ଏହି ଦାବି ସମୂହ ପୂରଣ ନ ହଲେ ଆଗାମୀ ଦିନରେ ସଂଘ ଆନ୍ଦୋଳନକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି ।
ଶ୍ରମିକମାନଙ୍କର ବିଭିନ୍ନ ସମସ୍ୟାର ନିରାକରଣ ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ଦାବିପତ୍ର ପ୍ରଦାନ
|
August 2, 2020 |
