ଶେଷ ସପ୍ତାହନ୍ତ ସଟ୍‌ଡାଉନ: କିଛି ମାନିଲେ, କିଛି ମାନିଲେନି!

Spread the love

ରାଉରକେଲା, ୩୧/୦୮ (ସନ୍ଧାନ ନିଉଜ) : ଚଳିତ ଅଗଷ୍ଟ ମାସର ଶେଷ ସପ୍ତାହର ସଟଡାଉନରେ ଗତକାଲି ଶନିବାର ଓ ରବିବାର ପୁଲିସ ପ୍ରଶାସନ ପକ୍ଷରୁ ଦକ୍ଷିଣ ରାଉରକେଲା ସମେତ ସାରନଗରୀରେ ଯାଂଚ ପ୍ରକିୟାକୁ କଡ଼ାକଡ଼ି କରାଯାଇଥିଲା । ରାଉରକେଲାର ବିଶ୍ରା ଛକ, ଟ୍ରାଫିକ ଗେଟ, ଆମ୍ବାଗାନ, ଛେଣ୍ଡ, ପାନପୋଷ ସମତେ ଅନ୍ୟ ଛକ ଗୁଡ଼ିକରେ ପୁଲିସ କର୍ମୀ ମୁତୟନ ରହି ଅମାନିଆଙ୍କ ଉପରେ ତୀକ୍ଷଣ ଦୃଷ୍ଟି ରଖିଥିଲୋ ଦକ୍ଷିଣ ରାଉରକେଲାରେପୁଲିସ କର୍ମୀ ଉପସ୍ଥିତ ରହି ସଂଲଗ୍ନରେ ଜାତୀୟ ରାଜପଥରେ ବାଇକ ଓ କାରରେ ଯାତାୟତ କରୁଥିବା ଅମାନିଆ ମାନଙ୍କୁ ତାଗିଦ କରିଥିଲେ । ଶେଷ ସପ୍ତାହନ୍ତ ସଟଡାଉନରେ ଅନେକ ଲୋକ ସାମଜିକ ଦୂରତା ବଜାୟ ରଖିବା ସହ ମୁହଁରେ ମାସ୍କ  ପିନ୍ଧିଥିବା ବେଳେ ଆଉ କିଛି ଲୋକ କୋଭିଡ଼ କଟକଣାକୁ ଫୁ କରି ଦେଇଥିଲେ । ସେହିଭଳି ରାଉରକେଲାର ସମସ୍ତ ମାର୍କେଟରେ ଦୋକାନ ବଜାର ବନ୍ଦ ରହିବା ଦେଖିବାକୁ ମିଳିଥିଲା । ଅନ୍ୟପକ୍ଷେ ଗତକାଲି ଶନିବାର ଦକ୍ଷିଣ ରାଉରକେଲା ଅଂଚଳର କିଛି ଚା, ଜଳଖିଆ ଦୋକାନ, ପାନ ଦୋକାନ ଛକାପଂଝାରେ ନିଜ ବେପାର ଚଳାଇଥିବା ଜଣାପଡ଼ିଛି । ଗତ ଦୁଇ ଦିନ ତଳେ ରାଉରକେଲା ମହାନଗର ନିଗମର ଏନଫୋର୍ସମେଂଟ ୭ଟି ଟିମ୍ ପକ୍ଷରୁ ବିଭିନ୍ନ  ଅଂଚଳରେ ପାଟ୍ରୋଲିଂ କରାଯାଇ କୋଭିଡ଼ ନିୟମ ଉଲ୍ଲଘଂନ କରୁଥିବା ବ୍ୟବସାୟୀ ମାନଙ୍କୁ ତାଗିଦ କରାଯାଇଥିଲା । ସଟଡାଉନ ଫଳରେ ସାରନଗରୀରେ ସୁପର ମାର୍କେଟ, ପାଣିଟାଙ୍କି ମାର୍କେଟରେ ଥିବା ପରିବା ବଜାର, ମାଛ ଓ ମାଂସ ଦୋକାନ ବନ୍ଦ ରହିଥିଲା । ପୁଲିସ ପକ୍ଷରୁ ଢାବା ଓ ହୋଟେଲ ଗୁଡ଼ିକ ଉପରେ ନଜର ରଖାଯାଇଥିବା ବେଳେ, ସଟଡାଉନରେ ଅବାଧ ମଦ କାରବାର ଉପରେ ସତର୍କ ଦୃଷ୍ଟି ରଖାଯାଇଥିଲା । ଅପରପକ୍ଷରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅନଲକ-୪.୦ ମାର୍ଗଦର୍ଶିକା ଅନୁଯାୟୀ ରାଜ୍ୟ ସରକାରଙ୍କ ଉପରୁ ଲକଡାଉନ ଓ ସଟଡାଉନର କ୍ଷମତା ହଟାଇନେବା କାରଣରୁ ଲୋକେ ନିଜେ ସଚେତନ ହୋଇ କୋଭିଡ଼ ବିରୋଧରେ ଲଢେଇ ଜାରି ରଖିବା ଆବଶ୍ୟକ ବୋଲି ବୁଦ୍ଧିଜିବୀ ମହଲରେ ମତ ପ୍ରକାଶ ପାଇଛି ।

Related Posts

About The Author

Add Comment