ବଲାଙ୍ଗୀର, 20.01.2021 (ସନ୍ଧାନ ନିଉଜ୍):- ପୁଣି ରକ୍ତ ରଞ୍ଜିତ ହେଲା ଶୁଲିଆ ପୀଠ। ମଙ୍ଗଳବାର ଐତିହାସିକ ଶୁଲିଆ ଯାତ୍ରା ଅନୁଷ୍ଠିତ ହୋଇଛି। କୋଭିଡ କଟକଣା ସତ୍ତ୍ବେ ଶୁଲିଆ ପୀଠରେ ପୁଣି ବଳି ପଡିଛି। ସୁରକ୍ଷା ଦୃଷ୍ଟିରୁ ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଛି। ଏଥିସହ ୩ ମାଜିଷ୍ଟ୍ରେଟ୍ ସହ ୨ ପ୍ଳାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛି। ଶହ ଶହ ପଶୁ ପକ୍ଷୀଙ୍କ ରକ୍ତରେ ରକ୍ତରଞ୍ଜିତ ହୋଇଛି ବଲାଙ୍ଗୀର ଖଇରଗୁଡ଼ାର ଶୁଲିଆ ପୀଠ ଏ ନେଇ ଜିଲ୍ଲା ପ୍ରଶାସନ ତରଫରୁ ବ୍ୟାପକ ପ୍ରସ୍ତୁତି କରାଯିବ ସହ କୋଭିଡ ଗାଇଡ ଲାଇନ ଅନୁସାରେ ସାମାଜିକା ଦୂରତା, ମାସ୍କ ବ୍ୟବହାର କରାଯାଇଛି। ସେପଟେ ସୁରକ୍ଷା ଦୃଷ୍ଟି କୋଣରୁ ୩ ମାଜିଷ୍ଟ୍ରେଟ, ୨ ପ୍ଳାଟୁନ ପୋଲିସ ଫୋର୍ସ ଘଟଣାସ୍ଥଳରେ ମୁତୟନ କରାଯାଇଛି କୋରନା କଟକଣା ସତ୍ତ୍ବେ ଆଦିବାସୀଙ୍କ ଏହି ମହାନ ପରମ୍ପରା ଶୁଲିଆ ଯାତ୍ରାରେ ଦେଖିବାକୁ ମିଳିଛି ଭକ୍ତଙ୍କ ଗହଳି କିଏ ମାନସିକ ନେଇ ତ କିଏ ମାନସିକ ପୂରଣ ହେବା ପରେ ଧାଇଁ ଆସିଛନ୍ତି ଭକ୍ତ କେବଳ ବଲାଙ୍ଗୀର ଜିଲ୍ଲା ନୁହଁ ପଡୋଶୀ ନୂଆପଡ଼ା, ସୋନପୁର, ବରଗଡ, ମାଲକାନଗିରି, ଫୁଲବାଣୀ , କଳାହାଣ୍ଡି ସମେତ ଛତିଶଗଡ ଓ ଝାଡ଼ଖଣ୍ଡରୁ ଶୁଲିଆ ଯାତ୍ରା ଦେଖିବାକୁ ଆସିଛନ୍ତି ଭକ୍ତ ସେପଟେ ଶୁଲିଆ ପୀଠକୁ ଦର୍ଶନ କରିବାକୁ ଆସି ମାନସିକ ହିସାବରେ ମଣିଷ ସମାଜର କଲ୍ୟାଣ ହଉଲ୍ ଅଞ୍ଚଳର ବିକାଶ ହେଉ ବୋଲି କହିଛନ୍ତି ବରିଷ୍ଠ ନେତା ନରସିଂହ ମିଶ୍ର କେଉଁ ଆଦିମ କାଳରୁ ଶୁଲିଆ ପୀଠରେ ପାଳନ ହୋଇ ଆସୁଛି ଆଦିବାସୀଙ୍କ ଏହି ମହାନ୍ ପର୍ବ ପୌଷମାସ ଶୁକ୍ଳ ପକ୍ଷ ପ୍ରଥମ ମଙ୍ଗଳବାର ଦିନ ପାଳନ ହୋଇଥାଏ। ପ୍ରଥମେ ଖଇରଗୁଡ଼ାର ଶୁଲିଆ ପୀଠରେ ମୁଖ୍ୟ ପୂଜକ ରୀତି ନୀତି ଅନୁସାରେ ପୂଜା କରି ଥାନ୍ତି l ପୂଜା ପରେ ପ୍ରଥମେ ଶୁଲିଆ ପୀଠରେ ଏକ ଧଳା ଗଞ୍ଜା କୁକୁଡ଼ା ଓ ପରେ ଏକ ଧଳା ବୋଦାକୁ ବଳି ଦିଆଯାଇଥାଏ l କୋଭିଡ କଟକଣାକୁ ନଜରରେ ରଖି ପୀଠରେ ସାମାଜିକ ଦୂରତା, ମାସ୍କ ଓ ସାନିଟାଇଜର ବ୍ୟବହାର ପାଇଁ କଡ଼ା ନିର୍ଦ୍ଦେଶ ଜାରି କରିଛି ପ୍ରଶାସନ l
ଶୁଲିଆ ପୀଠରେ ଗଡିଲା ଶହ ଶହ ପଶୁ-ପକ୍ଷୀଙ୍କ ମୁଣ୍ଡ
|
January 20, 2021 |
