୧୭/୯: (ଲକ୍ଷ୍ନୌ/ବିଶ୍ଵଜିତ):
ବହୁଦିନ ଧରି ଚାଲି ରହିଥିବା ଅଖିଲେଶ ଯାଦବ ଏବଂ ଶିବ ପାଳ ଯାଦବଙ୍କ ମଧ୍ୟର ଏକ ରାଜନୈତିକ ଦ୍ଵନ୍ଦ ଆଜି ଏକ ନୂତନ ମୋଡ ନେଇଛି। ବରିଷ୍ଠ ନେତା ତଥା ଅଖିଲେଶ ଯାଦବଙ୍କ କାକା ଶିବପାଳ ଯାଦବ ଏକ ଅଲଗା ସମାଜବାଦୀ ଧର୍ମ ନିରପେକ୍ଷ ମୋର୍ଚ୍ଚା ଗଠନ କରିଛନ୍ତି। ଏକ ସକ୍ଷତକାରରେ ସେ କହିଛନ୍ତି ଯେ ସମାଜବାଦୀ ପାର୍ଟୀରେ ସେ କେବେ ସମ୍ମାନ ପାଇ ନାହାନ୍ତି। ଏବଂ କେବଳ ସେ ହି ନୁହନ୍ତି ତାଙ୍କ ସହିତ ଜଡିତ ଥିବା ବହୁତ ନେତା ଏବଂ ପାର୍ଟି ପାଇଁ କାର୍ଯ୍ୟ କରୁଥିବା ଅନେକ କର୍ମୀ ସେଠାରେ ପଦବୀ ପାଉନାହାନ୍ତି। ତେବେ ସେ ସମସ୍ତଙ୍କୁ ଏକତ୍ରିତ କରି ଲକ୍ଷ୍ନୌଠାରେ ସେ ଏକ ନୂତନ ମୋର୍ଚ୍ଚା ଗଠନ କରିଛନ୍ତି ବୋଲି କହିଛନ୍ତି ଶିବ ପାଳ ଯାଦବ।