ଚଣ୍ଡିଖୋଲ, ୨୪/୯(ସନ୍ଧାନ ନିୟୁଜ/ ଏ ସାହୁ)– ବାବା ଭୈରବାନନ୍ଦ ମହାବିଦ୍ୟାଲୟର ମାସିକିଆ ପାଠଚକ୍ର ତରଫରୁ ଶିକ୍ଷାରେ ନୈତିକତା ସମ୍ବଦ୍ଧୀୟ ପାଠଚକ୍ର ଅନୁଷ୍ଠିତ ହୋଇଯାଇଛି । ଅଧ୍ୟକ୍ଷ ଡ. କେଦାରନାଥ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପାଠଚକ୍ରରେ ମୁଖ୍ୟ ବକ୍ତା ଭାବରେ ପ୍ରାକ୍ତନ ଅଧ୍ୟାପକ ବର୍ତମାନ କ୍ରିୟାଯୋଗ ଆଶ୍ରମର ସାଧୁ ସ୍ୱାମୀ ସମପ୍ରଣାନନ୍ଦ ଗିରି ଯୋଗଦେଇ ଭାରତୀୟ ଶିକ୍ଷାର ଐତିହ୍ୟ ବର୍ତମାନ ଓ ଭବିଷ୍ୟତ ସମ୍ବଦ୍ଧରେ ଅବଲୋକନ କରିଥିଲେ । ଅତୀତର ଶିକ୍ଷା ବ୍ୟବସ୍ଥା ଓ ସଂସ୍କୃତି ଅତି ମହାନ ଓ ଜ୍ଞାନ ଗୁଣରେ ଭାରତ ମାଟି ବିଶ୍ୱକୁ ଦିଗଦର୍ଶନ ଦେଇ ପାରିବ ବୋଲି ମତ ପ୍ରକାଶ କରିଥିଲେ । ପ୍ରମାଣ ସ୍ୱରୂପ ଯୋଗ ଓ ଆୟୁବେଦ ଆଧୁନିକ ବିଶ୍ୱ ଭାରତର ପଥ ଅନୁକରଣ କରିବା ଭାରତ ବର୍ଷର ଶିକ୍ଷା ସଂସ୍କୃତି ମୂଲ୍ୟାଙ୍କନ ସହଜ ଅନୁମେୟ । ସଂଜମତା ଓ ନିଷ୍ଠା ଆମ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଅନୁକରଣୀୟ ହେଲେ ଆମ ଶିକ୍ଷା ବ୍ୟବସ୍ଥାର ବିକାଶ ହୋଇପାରିବ । ଅନୁକରଣ ଅପେକ୍ଷା ଅନୁଗାମୀ ହେବା ଆମର ମନ୍ତ୍ର ହେଉ ବୋଲି ମତ ପ୍ରକାଶ କରିଥିଲେ । ପ୍ରାରମ୍ଭରେ ଅଧ୍ୟାପକ ଯଚୀନ୍ଦ୍ର କୁମାର ରାଉତ ପାଠ ଚକ୍ରର ବିଷୟବସ୍ତୁ ଉପରେ ସୂଚନା ଦେଇଥିଲା ବେଳେ ଅଧ୍ୟାପିକା ଇନ୍ଦୁମତି ଦାସ ଅତିଥି ପରିଚୟ ପ୍ରଦାନ କରିଥିଲେ । ଅଧ୍ୟାପକ ସଲିଳ ରାଜନନ୍ଦନ ମହାନ୍ତି ଓ ବିଜୟ କେତନ ସାମଲ ପାଠଚକ୍ର ପରିଚାଳନା କରିଥିଲେ ।
ଶିକ୍ଷାର ନୈତିକତା ସମ୍ବଦ୍ଧୀୟ ପାଠଚକ୍ର
|
September 25, 2018 |