ଯାଜପୁର ସଦର, ୦୭ା୦୩: ଚଳିତ ବର୍ଷ ୨୦୨୪ ଆସନ୍ତା ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ବିଭିନ୍ନ ରାଜନୈତିକ ଦଳର ଗତିବିଧି ଚଳ ଚଞ୍ଚଳ ହୋଇ ଉଠିଥିବାବେଳେ ବିଜେପି ତରଫରୁ ବହୁ ଟାଣୁଆ ନେତା/ନେତ୍ରୀ ନିଜ ନିଜ କ୍ଷେତ୍ରରେ ନିଜ ନିଜ ତରିକାରେ ରଣ କୌଶଳ ଆପଣେଉ ଥିବା ବେଳେ ଯାଜପୁର ସଂସଦୀୟ କ୍ଷେତ୍ରର ଆଗ ଧାଡ଼ିର ସର୍ବଗୁଣା ସମ୍ପର୍ଣ୍ଣା ଟିକିଲତା ବେହେରା ଅନ୍ୟତମ ବିଜେପି ନେତ୍ରୀ ଭାବେ ଭୋଟରଙ୍କ ମଧ୍ୟରେ ପ୍ରଭାବୀ ଛାପ ଛାଡିବାରେ ସିଦ୍ଧହସ୍ତା ଅଟନ୍ତି । ଶ୍ରୀମତୀ ବେହେରା ବିଗତ ଦିନର ବିଜେପି ଦିବଙ୍ଗତ ନେତା ବିଷ୍ଣୁଦତ୍ତ ଆର୍ଯ୍ୟ ଙ୍କ ଭାଇ ବୋହୁ ହୋଇଥିବା ବେଳେ ସେ ଜଣେ ଉଚ୍ଚ ଶିକ୍ଷିତା ନାରୀନେତ୍ରୀ ଓ ବିଶିଷ୍ଠ ସମାଜ ସେବୀକା ଭାବେ ଖ୍ୟାତି ଅର୍ଜନ କରିଛନ୍ତି । ନାରୀନେତ୍ରୀ ଓ ଶିକ୍ଷୟିତ୍ରୀ ଟିକିଲତା ତାଙ୍କ ଜୀବନ କାଳ ମଧ୍ୟରେ ଏକ ସ୍ବେସ୍ଛାସେବୀ ଅନୁଷ୍ଠାନ ମାଧ୍ୟମରେ ଗରୀବ ଛାତ୍ରଛାତ୍ରୀ ଙ୍କ ଅଶେଷ କଲ୍ୟାଣ କରି ଲୋକଙ୍କ ମୁଖରେ ପ୍ରନ୍ସସା ସାଉଁଟି ଥିବାବେଳେ ବିଜେପି ଦଳର ସାଙ୍ଗଠନିକ କାର୍ଯ୍ୟକ୍ରମରେ ନିଜର ସ୍ଥିତି କୁ ମଜବୁତ କରୁଛନ୍ତି । କଳା, ସାହିତ୍ୟ, କଣ୍ଠଶିଳ୍ପୀ ଓ ସମାଜ ସେବା କ୍ଷେତ୍ରରେ ନିଜର ବହୁ ସୁପ୍ରତିଷ୍ଠିତ ଚେହେରାର ଛାପ ଛାଡିଥିବା ଏବଂ ଶତାଧିକ ସ୍ୱ ରଚିତ ଗୀତ ଲେଖି ପ୍ରତିଷ୍ଠିତ ହୋଇପାରିଛନ୍ତି । ନିଜ ଲିଖିତ ଗୀତ ନିଜ ସୁଲଳିତ କଣ୍ଠରେ ନିଜେ ଗାଇ ଶ୍ରୋତାଙ୍କୁ ବିମୁଗଦ୍ଧ କରିବାରେ ସିଦ୍ଧହସ୍ତା । ତାଙ୍କର ଏପରି ସୁଗୁଣ ପାଇଁ ସେ ନବେ ରୁ ଅଧିକ ସାରସ୍ୱତ ଅନୁଷ୍ଠାନ ତରଫରୁ ସମ୍ବର୍ଦ୍ଧିତ ହୋଇଛନ୍ତି । ଏପରିକି ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ମଧ୍ୟ ସେ ସୁନାମ ଅର୍ଜନ କରି ନିଜର ନିଜ ପରିବାର ଓ ଯାଜପୁର ଜିଲ୍ଲା ବାସୀଙ୍କୁ ଗୌରବାନ୍ୱିତ କରିଛନ୍ତି। ଜୁବୁଲି ରାଣୀ , କବିତା ମୁଣି, କିଛି କଥା କିଛିବ୍ୟଥା , ଭବ୍ୟଗୀତି କବିତା, ସୁକହାର କବିତା ଭଣ୍ଡାର ଭଳି ପୁସ୍ତକ ପ୍ରକାଶନ କରି ପାଠକୀୟ ଆଦର ଲଭିବା ଶ୍ରୀମତୀ ବେହେରାଙ୍କ ପାଇଁ ସୁଖଦ ସ୍ୱୀକୃତି ଲଭିଛନ୍ତି । ଅଭିପ୍ସା ଆଦର୍ଶ ଶିକ୍ଷୟିତ୍ରୀ ସମ୍ନାନ, ଅଖିଳ ଚକ୍ର ଓଡିଶା ସମ୍ନାନ, ଭୂମିପୁତ୍ର ସାହିତ୍ୟ ସମାଜ କଲ୍ୟାଣ ପ୍ରତିଭା ସମ୍ନାନ, ସଙ୍ଗୀତ ମୂର୍ଚ୍ଛନା କବି ସମ୍ନାନ ଏବଂ ମହିଳାଙ୍କ ଉପରେ ଆଧାରିତ ତଥା ସ୍ୱଲିଖିତ “କୋଇଲି” ଶୀର୍ଷକ ଟେଲି ଫିଲ୍ମ ପାଇଁ ସରୋଜିନୀ ନାୟୁଡୁ ଅନ୍ତର୍ଜାତୀୟ ସମ୍ନାନର ଅଧିକାରିଣୀ ହେବା ତାଙ୍କ ଜୀବନର ବଡ଼ ଉପଲବଦ୍ଧି ଅଟେ । ସମାଜସେବୀ ଟିକିଲତା ବେହେରା ବିଜେପି ନାରୀନେତ୍ରୀ ଭାବେ କାର୍ଯ୍ୟରତ ରହି ଜିଲ୍ଲା, ରାଜ୍ୟ ଓ ରାଷ୍ଟ୍ରୀୟ ସ୍ତରୀୟ ନେତାଙ୍କ ପ୍ରିୟ ଭାଜନ ହୋଇ ସମଗ୍ର ଯାଜପୁର ସଂସଦୀୟ କ୍ଷେତ୍ରରେ ବହୁ ଜନହିତକର କାର୍ଯ୍ୟକରି ଭୋଟର ମାନଙ୍କୁ ପ୍ରବାଭିତ କରିବାରେ ମାହିର ଅଛନ୍ତି । ଆଗାମୀ ଦିନରେ ଶ୍ରୀମତୀ ବେହେରା ଯାଜପୁର ସଂସଦୀୟ କ୍ଷେତ୍ରରେ ବିଜେପି ଦଳ ତରଫରୁ ବିଶିଷ୍ଠ ନାରୀନେତ୍ରୀ ଭାବେ ଉଭା ହୋଇ ପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି ।
ଶିକ୍ଷାବିତ ଟିକିଲତା ବେହେରା ସମାଜସେବା ଓ ରାଜନିତୀ ପାଇଁ ଖ୍ୟାତି ଲଭିଛନ୍ତି
|
March 11, 2024 |



