ଶିକ୍ଷାବିତ୍ ବିବେକାନନ୍ଦ ପରିଡ଼ାଙ୍କ ପରଲୋକ

Spread the love

ବାରିପଦା ,03.12.2020 (ଲିଙ୍ଗରାଜ ପଣ୍ଡା): ଜିଲ୍ଲାର ଜଣେ ସୁନାମଧନ୍ୟ ବିଶିଷ୍ଟ ଶିକ୍ଷାବିତ୍ ତଥା ସମାଜସେବୀ ବିବେକାନନ୍ଦ ପରି ଡା(୭୬) ଙ୍କର ପରଲୋକ ହୋଇଯାଇଛି । ଗୋପବନ୍ଧୁ ନଗର ବ୍ଳକ ଆରପଟା ଉଚ୍ଚ ବିଦ୍ୟାଳୟର ପ୍ରତିଷ୍ଠାତା ଶ୍ରୀଯୁକ୍ତ ବିବେକାନନ୍ଦ ଜଣେ ମିଷ୍ଟଭାଷୀ, ପରୋପକାରୀ ବ୍ୟକ୍ତି ଭାବେ ବେଶ୍ ଜଣାଶୁଣା। ସେ ଶିକ୍ଷା କ୍ଷେତ୍ରରେ ନିଜର ପାରଦର୍ଶିତା ଦେଖାଇବା ସହିତ ଶିକ୍ଷାର ବିକାଶ ପାଇଁ କାର୍ଯ୍ୟ କରିଥିଲେ । ଛଅମାସ ହେବ ସେ ବିଭିନ୍ନ ରୋଗରେ ପୀଡ଼ିତ ଥିବାବେଳେ ତାଙ୍କୁ ଭୁବନେଶ୍ୱ ରସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଗତ ୩ତାରିଖରେ ସୁସ୍ଥ ହେବା ପରେ ଶ୍ରୀ ପରିଡ଼ା ଭୁବନେଶ୍ୱରରେ ତାଙ୍କ ପୁଅଙ୍କ ପାଖରେ ରହୁଥିଲେ  ମାତ୍ର ଗତକାଲି ହ ରେଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ  ଉଚ୍ଚ ଶିକ୍ଷା ଲାଭ କରିବା ପରେ ସେ ବିଦ୍ୟୁତ ବିଭାଗର ଅଡ଼ିଟର ଭାବେ କାର୍ଯ୍ୟ କରୁଥିଲେ । ୨୦୦୪ ମସିହାରେ ଅବସର ଗ୍ରହଣ କରିବା ପରେ ସମାଜ ସେବାରେ ନିୟୋଜିତ ଥିଲେ । ତାଙ୍କ ପ୍ରଚେଷ୍ଟା ଓ ଉଦ୍ୟମ ବଳରେ ୧୯୮୬ ମସିହାରେ ଆରପଟା ଉଚ୍ଚ ବିଦ୍ୟାଳୟ ପ୍ରତିଷ୍ଠା ଲାଭ କରିଥିଲା । ତାଙ୍କ ବିୟୋଗରେ ଶିକ୍ଷକ ମହଲରେ ଗଭୀର ଶୋକ ପ୍ରକାଶ ପାଇଥିଲା । ସେ ଦୀର୍ଘ ଦିନ ଧରି ବିଜୁ ଜନତାଦଳର ଜଣେ ଆଗଧାଡ଼ିର କର୍ମକର୍ତ୍ତା ଭାବେ କାର୍ଯ୍ୟ କରି ଆସୁଥିଲେ । ଆଜି ସନ୍ଧ୍ୟାରେ ତାଙ୍କ ମର ଶରୀର ଜନ୍ମସ୍ଥାନ ଆରପଟାଠାରେ ପହଞ୍ଚିବା ପରେ ସରପଞ୍ଚ ସାରଥୀ ସିଂ, ସମିତି ସଭ୍ୟ ସରସ୍ଵତୀ ସିଂ, ନାଏବ ସରପଞ୍ଚ ଦିବାକର ଦାସ, ଯୁବ ନେତା ରଞ୍ଜନ ପରିଡ଼ା ପ୍ରମୁଖ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଶେଷ ଦର୍ଶନ କରିଥିଲେ ମୃତ୍ୟୁଶଯ୍ୟା ନିକଟରେ ଦୁଇ ପୁଅ ଓ ପତ୍ନୀ ଉପସ୍ଥିତ ଥିଲେ ବଡ ପୁଅଟା କୁମାର ରଞ୍ଜନ ମୁଖାଗ୍ନି ଦେଇଥିଲେ  ହଠାତ୍ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ଚିକିତ୍ସା ପାଇଁ ନିଆଯାଇଥିଲେ ମଧ୍ୟ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା ।

Related Posts

About The Author

Add Comment