ଶିକାର ଉଦ୍ଦେଶ୍ୟରେ ଗୁଳିଚାଳନା: ନାବାଳକ ହେଲେ ଗୁରୁତର
ଶିକାର ଉଦ୍ଦେଶ୍ୟରେ ଗୁଳିଚାଳନା: ନାବାଳକ ହେଲେ ଗୁରୁତର
Manas Kumar Rout |
July 6, 2019 |
ନୟାଗଡ଼ , ୬/୭ (ସନ୍ଧାନ ନିୟୁଜ ) ନୟାଗଡ଼ ସଦର ବ୍ଲକ ଇଟାଭାଟି ଥାନା ପାଲଗୁଣ୍ଠୁଣି ଗ୍ରାମର ଜଣେ ନାବାଳକ ଶୁକ୍ରବାର ସକାଳେ ଗୁଳିମାଡ଼ରେ ଗୁରୁତର ହୋଇଛନ୍ତି। ସେ ହେଲେ କୃଷ୍ଣଚନ୍ଦ୍ର ପ୍ରଧାନଙ୍କ ପୁଅ ଦୁଃଶାସନ(୧୫)।
ପ୍ରକାଶ ଯେ, ଦୁଃଶାସନ ଭୋର ସମୟରେ ନିକଟସ୍ଥ ନାଳକୁ ଶୌଚହେବାକୁ ଯାଇଥିଲେ। ଏହି ସମୟରେ କେହି ଦୁର୍ବୃତ୍ତ ତାଙ୍କ ଉପରକୁ ଗୁଳିଚାଳନା କରିଥିଲେ। ଗୋଟିଏ ଗୁଳି ଦୁଃଶାସନଙ୍କ ଛାତିରେ ବାଜିଥିବା ବେଳେ ଅନ୍ୟଟି ତାଙ୍କ ଡାହାଣ ହାତରେ ବାଜିଛି। ଗୁରୁତର ଅବସ୍ଥାରେ ପରିବାରଲୋକେ ତାଙ୍କୁ ଉଦ୍ଧାରକରି ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି। ଦୁଃଶାସନଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି। ଖବର ପାଇ ଇଟାଭାଟି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି। କେହି ଶିକାରୀ ଶିକାର ଉଦ୍ଦେଶ୍ୟରେ ଏପରି କରିଥିବା ବୋଲି ପୋଲିସ ସୂତ୍ରରୁ ଜଣାପଡ଼ିଛି।
Related Posts
About The Author