ସୁନ୍ଦରଗଡ଼ ତା:୧୪-୦୨-୨୦୨୬ରିଖ (ସନ୍ଧାନ ନ୍ୟୁଜ )ତଲସରା ଥାନା ଅନ୍ତର୍ଗତ ବାଲିଶଙ୍କରା ଭାଟିପଡା ଠାରେ ନିଜର ସ୍ତ୍ରୀ ଓ ୧୪ବର୍ଷ ର ଝିଅ ଉପରେ ଶାରୀରିକ, ମାନସିକ ନିର୍ଯାତନା ସହିତ ମାରଣାନ୍ତକ ଆକ୍ରମଣ ହୋଇଥିବା ନେଇ ଆଜି ତଲସରା ଥାନା ରେ ମହିଳା ଜଣକ ଲିଖିତ ଅଭିଯୋଗ କରିଥିବା ଜଣାପଡିଛି l ସୂଚନା ଅନୁସାରେ ତଲସରା ଥାନା ଅନ୍ତର୍ଗତ ବାଲିଶଙ୍କରା ଭାଟିପଡ଼ାର ଶ୍ରୀମତି ମୁକ୍ତା ମହାକୁଳ (୩୫)ଙ୍କୁ ତାଙ୍କର ସ୍ୱାମୀ ଠଣ ସୁନ୍ଦର ମହାକୁଳ ହଠାତ ପାଖକୁ ଆସି ମାରଣାନ୍ତକ ଆକ୍ରମଣ କରି ଲାତ,ମୁଠ ମାଡ ମାରିବା ସମୟ ରେ ମାରପିଟ ହେଉଥିବା ଦେଖି ତାଙ୍କର ୧୪ବର୍ଷ ର ଝିଅ ଛଡ଼ାଇବାକୁ ଦୌଡ଼ି ଆସିଲେ l ଝିଅ ଜଣକ ଛଡାଇବା ଦେଖି ନିଜ ଝିଅ କୁ ଅଶ୍ଳୀଳ ଭାଷା ରେ ଗାଳି କରି ଝିଅ ର ଯୌନାଙ୍ଗ ରେ ଜୋର ରେ ଲାତ ମାରିବା ଦ୍ୱାରା ଝିଅ ର ଯୌନାଙ୍ଗ ବହୁତ କଷ୍ଟ ହେଉଥିବା ସେ କହିଛନ୍ତି l ଲାତ, ମୁଠି ମାଡ଼ରେ ମୁକ୍ତା ଙ୍କ ମଧ୍ୟ ଦେହ ଯନ୍ତ୍ରଣା ହେଉଥିବା ମୁକ୍ତା କହିଛନ୍ତି l ଲିଖିତ ଅଭିଯୋଗ ପାଇ ତଲସରା ଥାନା ଅଧିକାରୀ ଏକ କେଶ ରୁଜୁ କରି ତଦନ୍ତ ଜାରି ରଖି ଥିବା ସୂଚନା ମିଳିଛି l
ଶାରୀରିକ, ମାନସିକ ନିର୍ଯାତନା ସହିତ ମରଣାନ୍ତକ ଆକ୍ରମଣ, ଥାନାରେ ମାମଲା ରୁଜୁ
|
February 14, 2026 |



