ଶନିଶ୍ଚର ମେଳା ନିମନ୍ତେ ଜଳଯୋଗାଣ

Spread the love
  •  
  •  
  •  
  •  
  •  

ରସୁଲୁପର ୧୨/୦୫ (ସନ୍ଧାନ ନିୟୁଜ) ରସୁଲପୁର ବ୍ଲକ ରାଛିପୁର ଠାରେ ଓଡିଶାର ୩ୟ ସର୍ବବୃହତ ଗ୍ରହରାଜ ଶନିଶ୍ଚରଙ୍କ ୫୪ତମ ବାର୍ଷିକ ଯଜେ୍ଞାତ୍ସବ ଏବଂ ମେଳା ଅନୁଷ୍ଠିତ ହୋଇଯାଇଛି । ଏହି ମେଳା ଦେଖିବାକୁ ଯାଜପୁର ତଥା ଓଡିଶାର କୋଣଅନୁକୋଣରୁ ହଜାର ହଜାର ଭକ୍ତ ଛୁଟି ଆସିଥାନ୍ତି ବାବା ଶନିଦେବଙ୍କ କୃପା ପାଇବା ପାଇଁ ଏହି ରାଛିପୁର ଗ୍ରାମକୁ । ହଜାର ହଜାର ଶ୍ରଦ୍ଧାଳୁ ମାନସିକ ରଖି ବାବା ଶନିଦେବଙ୍କ ଉପରେ ଜଳଲାଗି କରିଥିଲେ । ଅସହ୍ୟ ଗୁଳୁଗୁଳି ସାଙ୍ଗକୁ ଖରାକୁ ଖାତିର୍ ନକରି ଧାଡିରେ ରହି ବାବା ଶନିଦେବଙ୍କ ଉପରେ ଜଳଲାଗି କରିଥିଲେ । ଏହି ପୂଣ୍ୟତିଥି ଅବସରରେ ବିଭିନ୍ନ ସାମାଜିକ ଅନୁଷ୍ଠାନ ତରଫରୁ ଜଳଛତ୍ର ଖୋଲାଯାଇ ବାବା ଶନିଦେବଙ୍କ ବ୍ରତଧାରୀମାନଙ୍କୁ ଜଳବଣ୍ଟନ କରାଯାଇଥିଲା । ମନ୍ଦିରର ପୂର୍ବ ପାଶ୍ୱର୍ରେ ଅବସ୍ଥିତ ଆକାଶିଆ ବଣଠାରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଗ୍ରାହକ ସେବା କେନ୍ଦ୍ର ଭିକିପୁର ଆନୁକୁଲ୍ୟରେ ଭିକିପୁର ଏବଂ ଛୋଟରାୟପୁରର କିଛି ସମାଜସେବୀ ଯୁବବନ୍ଧୁଙ୍କୁ ନେଇ ଏକ ବିଶାଳ ଜଳଛତ୍ର ଅନୁଷ୍ଠିତ ହୋଇଯାଇଛି । ସାଧନ ଚନ୍ଦ୍ର ଘଡାଇଙ୍କ ନେତୃତ୍ôରେ ଗ୍ରାମର ସତ୍ୟପ୍ରକାଶ ଘଡାଇ,ଯଦୁନାଥ ତ୍ରିପାଠୀ,ରଘୁନାଥ ପାତ୍ର,ସତ୍ୟାନନ୍ଦ ସାହୁ(ଲକ୍ଷ୍ମୀନଘର) ,ଅଂଜନ ସାମଲ, ସଂଜୟ ପ୍ରଧାନ(ତରାପୁର),ପ୍ରତାପ ଘଡାଇ,ଦିପକ ଦାଶ,ଆଲୋକ ଦାଶ,ରଜତ କୁମାର ପତି ,ହୃଷିକେଶ ମହଲା,ଗଣେଶ ସାହୁ,ଅନାମ ସାହୁ ପ୍ରମୁଖ ସକାଳ ୭ ଘଟିକାଠାରୁ ସନ୍ଧ୍ୟା ୫ ଘଟିକା ପର୍ଯ୍ୟନ୍ତ ବାବା ଶନିଦେବଙ୍କ ଭକ୍ତମାନଙ୍କୁ ଦହି ମିଶା ସରବତ ଯୋଗାଇ ଦେଉଥିଲେ ।

Report J Tripathy

Related Posts

About The Author

Add Comment