ଲୌହ ମାନବ ସର୍ଦ୍ଦାର ବଲାଭ ଭାଇ ପଟେଲଙ୍କ ଜନ୍ମ ବାର୍ଷିକୀରେ ଦେଶର ପ୍ରଥମ ସି-ପ୍ଲେନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

Spread the love

ଭୁବନେଶ୍ୱର, ୩୧/୧୦/୨୦୨୦ (ସନ୍ଧାନ ନିଉଜ): ଦେଶର ପ୍ରଥମ ସି ପ୍ଲେନକୁ ପ୍ରଧାନମନ୍ତ୍ରୀ ନେରନ୍ଦ୍ର ମୋଦି ଶୁଭାରମ୍ଭ କରିଛନ୍ତି । ଲୌହ ମାନବ ସର୍ଦ୍ଦାର ବଲାଭ ଭାଇ ପଟେଲଙ୍କ ଜନ୍ମ ବାର୍ଷିକୀରେ ସେ ଏହି ଉଦଘାଟନ କରିଛନ୍ତି । ସ୍ପାଇସ ଜେଟର ଏହି ପ୍ଲେନ ଅହମ୍ମଦାବାଦରୁ କେଭାଡିଆ ଏବଂ କେଭାଡିଆ ଠାରୁ ଅହମ୍ମଦାବାଦ ମଧ୍ୟରେ ଯାତ୍ରା କରିବ । ବିମାନଟି ଦୈନିକ ଦୁଇ ଥର ଏହି ଯାତ୍ରା କରିବ। ଅହମ୍ମଦାବାଦରୁ କେଭାଡିଆ ଏବଂ କେଭାଡିଆରୁ ଅହମ୍ମଦାବାଦ ଯାତ୍ରା କରିବା ପାଇଁ ମୋଟ ଭଡା 3000 ଟଙ୍କା ଧାର୍ଯ୍ୟ କରାଯାଇଛି। ଏ ନେଇ ଯାତ୍ରୀ ଅନଲାଇନ୍ ଟିକେଟ ବୁକିଂ କରିପାରିବେ । ତେବେ ଦୁଇ ଦିନିଆ ଗୁଜରାଟ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୌହପୁରୁଷ ସଦ୍ଦାର ବଲ୍ଲଭ ଭାଇ ପଟେଲଙ୍କର ଜୟନ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ପରେଡକୁ ଅଭାବାଦନ କରିଥିଲେ । ପ୍ରଧାନମନ୍ତ୍ରୀ କହିଛନ୍ତି କି ଅନେକ ରାଜ୍ୟ, ଅନେକ ରାଜା ମାନଙ୍କୁ ଏକ କରି ଦେଶର ବିବିଧତା ଆଧାରରେ ଭାରତକୁ ଏକ କରିବାରେ ତାଙ୍କର ଅନେକ ପ୍ରଚେଷ୍ଟା ରହିଥିଲା । ପଟେଲଙ୍କର ଏଭଳି ଉଦ୍ୟମ ଯୋଗୁଁ ଭାରତ ଆଜି ବିଶ୍ୱରେ ଏକ ସ୍ୱତନ୍ତ୍ର ସମ୍ମାନର ଅଧିକାରୀ ହୋଇପାରିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

Related Posts

About The Author

Add Comment