ବାରିପଦା ୨୨/୭(ଲିଙ୍ଗରାଜ ପଣ୍ଡା);- ମୟୁରଭଞ୍ଜ ଜିଲ୍ଲା ବାରିପଦା ଉଦ୍ୟାନ ବିଭାଗର ଅବହେଳା ଯୋଗୁଁ ଜିଲ୍ଲାର ବିଭିନ୍ନ ସ୍ଥାନରେ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ମାଧ୍ୟମରେ ହୋଇଥିବା ଲେମନଗ୍ରାସ ଚାଷ ଦିଗହରା ହୋଇ ପଡିଛି । ହିତାଧିକାରୀ ଚୟନରେ ଅନିୟମିତତା ଓ ଅନୁପଯୁକ୍ତ ସ୍ଥାନରେ ଏହି ଚାଷ କରାଯାଇଥିବାରୁ ଏଭଳି ସମସ୍ୟା ସୃଷ୍ଟି ହୋଇଛି ।
ସୂଚନା ଅନୁଯାୟୀ , ବାରିପଦା ବ୍ଲକ ବୁଢାଖମାରୀ ଗ୍ରାମରେ ପ୍ରଦୀପ କୁମାର ମହାନ୍ତଙ୍କ ସମେତ ୨୨ ଜଣଙ୍କ ନାମରେ ଥିବା ୨୫ ହେକ୍ଟର ଜମିରେ ଲେମନଗ୍ରାସ୍ ଚାଷ ପାଇଁ ୭୦ ଲକ୍ଷ ୮୫ ହଜାର ୬୧୩ ଟଙ୍କା ବ୍ୟୟ କରାଯାଇଥିଲା । ଜିଲ୍ଲା ଗ୍ରାମ୍ୟ ଉନ୍ନୟନ କାର୍ୟ୍ୟକାରୀ ସଂସ୍ଥା ଥିବା ବେଳେ ଉପ ଉଦ୍ୟାନ କୃଷି ନିଦ୍ଦେର୍ଶକ କାର୍ୟ୍ୟନିର୍ବାହୀ ସଂସ୍ଥା ଦାୟିତ୍ବ ରେ ଥିଲା । ଆର୍ଥିକ ବର୍ଷ ୨୦୧୯-୨୦ ମାର୍ଚ୍ଚରେ ଏଠାରେ ଚାଷ କରାଯିବାକୁ ଥିଲା । ହେଲେ ବିଭାଗୀୟ କର୍ମଚାରୀଙ୍କ ଅବହେଳା ଯୋଗୁଁ ଗତ ଅକ୍ଟୋବରରେ କାର୍ୟ୍ୟ ଆରମ୍ଭ ହେଲା । ଇତି ମଧ୍ୟରେ ୯ ମାସ ବିତିଯାଇଥିଲେ ମଧ୍ୟ ରକ୍ଷଣାବେକ୍ଷଣ ଅଭାବରୁ ଗଛଗୁଡ଼ିକ ଠିକ୍ ଭାବରେ ବଢ଼ି ନାହିଁ । ସେହିଭଳି ଅଧିକାଂଶ ଚାଷ ହୋଇଥିବା ସ୍ଥାନରେ ମରିଯାଇଥିବା ଗଛ । ଦେଖିବାକୁ ମିଳୁଛି । ପ୍ରତିଦିନ ୧୮୮ ଟଙ୍କା ମଜୁରୀ ହିତାଧିକାରୀଙ୍କ ଆକାଉଣ୍ଟକୁ ଯାଉଥିବା ବେଳେ ସେମାନେ ଗଛର ରକ୍ଷଣାବେକ୍ଷଣ କରୁନାହାନ୍ତି । ଅନ୍ୟପକ୍ଷରେ ଯେଉଁ ହିତାଧିକାରୀଙ୍କ ଆକାଉଣ୍ଟକୁ ଟଙ୍କା ଯାଉନି ସେମାନେ କାମ କରୁ ନଥିବାରୁ ଅଧା ପଇସା ବିଭାଗର କେତେକ କର୍ମଚାରୀମାନଙ୍କ ପକେଟକୁ ଯାଉଥିବା ନେଇ ଚର୍ଚ୍ଚା ହେଉଛି । ସୂଚନା ଫଳକରେ ୨୫ ହେକ୍ଟର ଜମିରେ ଲେମନଗ୍ରାସ୍ ଚାଷ କାରାଯାଇଥିବା ନେଇ ଦର୍ଶାଯାଇଥିବା ବେଳେ ବାସ୍ତବରେ ମାତ୍ର କିଛି ହେକ୍ଟର ଜମିରେ ଚାଷ କରାଯାଇଥିବା ଦେଖିବାକୁ ମିଳିଛି । ସେହିଭଳି ପଡିଆ ଜମିରେ ଏହି ଚାଷ କରିବା ପାଇଁ ନିୟମ ଥିବା ବେଳେ ଏହାକୁ ବଡ଼ବଡ଼ ଗଛ ମୂଳେ କରାଯାଇଛି । ଫଳରେ ଘାସ ଗଛ କିପରି ବଢିବ ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି ।
ଉଲ୍ଲେଖଯୋଗ୍ୟ ଯେ, ରାଷ୍ଟ୍ରୀୟ କୃଷି ବିକାଶ ଯୋଜନାରେ ଚାଷୀଙ୍କ ସାମାଜିକ ଓ ଅର୍ଥନୈତିକ ଅଭିବୃଦ୍ଧି ପାଇଁ ଏହି ଲେମନଗ୍ରାସ ଚାଷ ଯୋଜନା କରାଯାଇଛି । ଫଳରେ ଚାଷୀଟିଏ ଅନ୍ୟ ରାଜ୍ୟକୁ କାମଧନ୍ଦା ପାଇଁ ନ ଯାଇ ଘରେ ଏହି ଚାଷ କରି ନିଜର ଜୀବନଜୀବିକା ଚଳାଇ ପାରିବ । ହେଲେ ମୂଳ ଲକ୍ଷ ଠାରୁ ଦୂରେଇ ଯାଇ ଉଦ୍ୟାନ ବିଭାଗ ଅଧିକାରୀମାନେ ମନଇଚ୍ଛା ଚାଷ କରାଉଥିବା ଦେଖିବାକୁ ମିଳିଛି । ଏନେଇ ବାରିପଦା ଉଦ୍ୟାନ ବିଭାଗ ଉପନିର୍ଦ୍ଦେଶକ ଶଶିର ଆଚାର୍ୟ୍ୟକୁ ପଚାରିବାରୁ ମାସେ କାଳ ଲକଡାଉନ୍ ଯୋଗୁ ହିତାଧିକାରୀମାନେ ଆସି ରକ୍ଷଣାବେକ୍ଷଣ କରିପାରିଲେ ନାହିଁ । ଫଳରେ ଗଛଗୁଡ଼ିକ ମରିଗଲା ଆଗାମୀ ଦିନରେ ଆଉ ଥରେ ଗଛ ଲଗାଇ ସେ ପ୍ରକାଶ କରିଥିଲେ ।
ଲେମନଗ୍ରାସ୍ ଚାଷ ଦିଗହରା
|
July 22, 2020 |



