ଧର୍ମଶାଳା-୨୫ ।୧୨ (ସନ୍ଧାନ ନିୟୁଜ)-ଧର୍ମଶାଳା ବ୍ଲକ୍ ଅନ୍ତର୍ଗତ କାଏମା ପଞ୍ଚାୟତ ସ୍ଥିତ ଲାଲବାହାଦୁର ହାଇସ୍କୁଲ ଓ ପୁରାତନ ଛାତ୍ର ସଂସଦ ଆନୁକୂଲ୍ୟରେ ଅନୁଷ୍ଠିତ ସୁବର୍ଣ୍ଣ ଜୟନ୍ତୀ ସମାରୋହର ଆଦି ଉଦ୍ୟାପିତ ହୋଇଯାଇଛି । ଉଦ୍ ଯାପନା ଉସôବରେ ମୂଖ୍ୟ ଅତିଥି ଭାବେ ଯାଜପୁର ସାଂସଦ ରୀତା ତରାଇ ଯୋଗଦେଇ ଗ୍ରାମାଞ୍ଚଳରେ ଥିବା ବିଦ୍ୟାଳୟରେ ବହୁ ମେଧାବୀ ଛାତ୍ର ଛାତ୍ରୀ ଉର୍ତ୍ତୀଣ୍ଣ ହୋଇ ରାଜ୍ୟ ଓ ଦେଶ ବିଦେଶ ରେ ବିଭିନ୍ନ ଉଚ୍ଚ ପଦଥି ରେ ରହି ଜନସାଧାରଣଙ୍କ ସେବା କରୁଛନ୍ତି ବୋଲି ମତବ୍ୟକ୍ତ କରିଥିଲେ । ବର୍ଷିୟାନ ଶିକ୍ଷ୍ୟାବିତ୍ ପଦ୍ମନାଭ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୂଖ୍ୟବକ୍ତା ଭାବେ ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟ ଯୋଗଦେଇ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ଭଲ ମଣିଷ ହେବାକୁ ପରାମର୍ଶ ଦେଇଥିଲେ । ପୁରାତନ ଛାତ୍ର ସଂସଦର ସଭ୍ୟମାନେ ସ୍କୁଲର ଉନ୍ନତି ପାଇଁ ଧ୍ୟାନ ଦେଇଥିବାରୁ ସେମାନଙ୍କୁ ବିଧାୟକ ପ୍ରଶଂସା କରିଥିଲେ । ସମ୍ମାନୀତ ଅତିଥି ଭାବରେ ଯାଜପୁର ଜିଲ୍ଲାପାଳ ରଂଜନ କୁମାର ଦାସ ଯୋଗଦେଇ ବିଦ୍ୟାଳୟ ହେଉଛି ମା’ ସଦୃଶ୍ୟ ଓ ପୁରାତନ ଛାତ୍ର ଛାତ୍ରୀଙ୍କର ମାମୁଁଘର କହିଲେ ଅତୃ୍ୟକ୍ତି ହେବନାହିଁ ।ଅନ୍ୟତମ ଅତିଥି ଭାବରେ ବି.ଡି.ଓ ଅମ୍ବିକା ପ୍ରସାଦ ଦାଶ ଓ ପ୍ରାକ୍ତନ ପ୍ରଧାନ ଶିକ୍ଷକ ଅନନ୍ତ ଚରଣ ସ୍ୱାଇଁ ଯୋଗଦେଇ ଥିଲେ । ଶିକ୍ଷକ ପର୍ଶୁରାମ ଜେନା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ପୁରାତନ ଛାତ୍ର ସଂସଦ ସଭାପତି ଅଭିମନ୍ୟୁ ରାଉତ ଅତିଥି ମାନଙ୍କୁ ଉପଢୋକନ ପ୍ରଦାନ କରିଥିଲେ ।ପୁରାତନ ଛାତ୍ର ବିଦ୍ୟାଧର ସାହୁ ସ୍ୱାଗତ ଭାଷଣ ଦେଇଥିବା ବେଳେ ପ୍ରଧାନ ଶିକ୍ଷୟତ୍ରୀ ଅଞ୍ଜନା ପରିଡା ଧନ୍ୟବାଦ ଅର୍ପଣ କରିଥିଲେ ।
ଲାଲବାହାଦୁର ହାଇସ୍କୁଲର ସୁବର୍ଣ୍ଣ ଜୟନ୍ତୀ ସମାରୋହ
|
December 25, 2018 |