ଜଗତସିଂହପୁର, 09.02.2021 (ସନ୍ଧାନ ନିଉଜ୍):- ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଲେ ଜଗତସିଂହପୁର ଆର ଡବ୍ଲୁ ଏସ୍ ଏସ୍ କିରାଣୀ ଅମରେନ୍ଦ୍ର ଆଚାର୍ଯ୍ୟ। ଜଣେ ଅବସର ପ୍ରାପ୍ତ କର୍ମଚାରୀଙ୍କଠୁ ଦୁଇ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ସେ ଗିରଫ ହୋଇଛନ୍ତି। ସୂଚନା ଅନୁଯାୟୀ ପେନସନ ପେପର କରାଦେବା ନାଁରେ ଅବସରପ୍ରାପ୍ତ କର୍ମଚାରୀ ବସନ୍ତ ବାରିକଙ୍କଠୁ କିରାଣୀ ଅମରେନ୍ଦ୍ର ଆଚାର୍ଯ୍ୟ ଦୁଇ ହଜାର ଟଙ୍କା ଲାଞ୍ଚ ନେଉଥିଲେ। ଏହି ସମୟରେ ପୂର୍ବରୁ ଛକି ରହିଥିବା ଭିଜିଲାନ୍ସ ଆଚାର୍ଯ୍ୟଙ୍କୁ ଧରି ନେଇଥିଲେ। ଦୁଇ ହଜାର ଟଙ୍କା ଜବତ କରିବା ସହ କିରାଣୀଙ୍କୁ ଗିରଫ କରିଛନ୍ତି। ଏହି ଘଟଣା ଅଫିସ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି । ଏହି ଘଟଣାକୁ ନେଇ କାର୍ଯ୍ୟାଳୟରେ ମିଶ୍ରିତ ପ୍ରତିକ୍ରିୟା ପ୍ରକାଶ ପାଇଛି। ଅମରେନ୍ଦ୍ର ଆଚାର୍ଯ୍ୟଙ୍କୁ ଫଶାଇ ଦିଆଯାଇଥିବା ଅଫିସରେ ଆଲୋଚନା ହେଉଛି। ସେ ଜଣେ ସଚ୍ଚୋଟ କର୍ମଚାରୀ ଥିବା ତାଙ୍କର କିଛି ସହକର୍ମୀ ଆଲୋଚନା କରୁଥିଲେ ବି ସ୍ପଷ୍ଟ ଭାବେ କିମ୍ବା ଗଣମାଧ୍ୟମରେ କହିବାକୁ ଆଗକୁ ଆସୁ ନାହାନ୍ତି। ଅଫିସ ଓ ନିକଟ ଅଞ୍ଚଳରେ ଆଲୋଚନାରୁ ଅମରେନ୍ଦ୍ରଙ୍କୁ ଷଡଯନ୍ତ୍ର କରି ଫସାଇ ଦିଆଯାଇଥିବା ଶୁଣିବାକୁ ମିଳୁଛି। ତେବେ ଏହି ଘଟଣାରେ ନିରପେକ୍ଷ ତଦନ୍ତ କରାଯାଉ ବୋଲି ଅନେକ ମତ ରଖିଛନ୍ତି ।
ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଲେ କିରାଣୀ ଅମରେନ୍ଦ୍ର ଆଚାର୍ଯ୍ୟ
|
February 9, 2021 |