ଲାଗୁହେଲା ନାଗରୀକ ସଂଶୋଧନ ଆଇନ

Spread the love

ନୂଆଦିଲ୍ଲୀ,ସନ୍ଧାନ ନିଉଜ:ଯାହାକୁ ବିଜେପି ନିର୍ବାଚନୀ ଇସ୍ତାହାରରେ ଘୋଷଣା କରି ନିର୍ବାଚନ ଜିତିଥିଲା,ତାହା କରି ଦେଖାଇଲା।୪ ବର୍ଷ ପୂର୍ବେ ସଂସଦରେ ପାରିତ ହୋଇଥିବା ନାଗରିକତା ସଂଶୋଧନ ଆଇନ ଆଜିଠୁ ଲାଗୁକରାଇ ସରକାର ଦେଖାଇଛନ୍ତି ନିଜର ଏକ ବଡ ସଫଳତା। ବହୁ ବାଦ ବିବାଦ ପରେ ଆଜି କେନ୍ଦ୍ର ଗୃହମନ୍ତ୍ରଣାଳୟ ତରଫରୁ ଦେଶରେ ନାଗରିକତା ସଂଶୋଧନ ବିଧେୟକ ଲାଗୁ ହୋଇଛି । ଲୋକସଭା ନିର୍ବାଚନ ପୂର୍ବରୁ କେନ୍ଦ୍ର ସରକାରଙ୍କର ଏହା ଏକ ବଡ ପଦକ୍ଷେପ ବୋଲି କୁହାଯାଇଛି । ଏବେ ଏହି ଆଇନ ମାଧ୍ୟମରେ ଭାରତର ୩ ପଡୋସୀ ଦେଶର ଅଳ୍ପ ସଂଖ୍ୟକମାନଙ୍କୁ ଭାରତର ନାଗରିକତା ମିଳିପାରିବ । ଏନେଇ ସେମାନଙ୍କୁ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ଅନଲାଇନ ପୋର୍ଟାଲରେ ଆବେଦନ କରିବାକୁ ପଡିବ।ସୂଚନା ଥାଉ କି, ୨୦୧୯ ଲୋକସଭା ନିର୍ବାଚନରେ ବିଜେପି ଜାରି କରିଥିବା ଘୋଷଣାପତ୍ରରେ ସିଏଏକୁ ସାମିଲ କରିଥିଲା । ଏହାକୁ ବିଜେପି ଏକ ବଡ ନିର୍ବାଚନୀ ପ୍ରସଙ୍ଗ ବନାଇଥିଲା । ଗୃହମନ୍ତ୍ରୀ ଅମିତ ଶାହା କିଛିଦିନ ତଳେ ଏକ ନିର୍ବାଚନୀ ରାଲିରେ କହିଥିଲେ କି ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ଦେଶରେ ନାଗରିକତା ସଂଶୋଧନ ଆଇନ ଲାଗୁ ହେବାକୁ ଯାଉଛି । ଏବେ କେନ୍ଦ୍ର ସରକାର ଏନେଇ ଏକ ବିଜ୍ଞପ୍ତି ଜାରି କରି ସିଏଏ ଆଇନ ଲାଗୁ କରିଛନ୍ତି ।ଏହି ଆଇନ ବଳରେ ମୁସଲିମ ସମୁଦାୟ ବ୍ୟତୀତ ତିନୋଟି ପଡୋସୀ ରାଷ୍ଟ୍ରରୁ ଆସିଥିବା ଅନ୍ୟ ଧର୍ମର ଲୋକଙ୍କୁ ଭାରତରେ ନାଗରିକତା ମିଳିପାରିବ । ଏନେଇ କେନ୍ଦ୍ର ସରକାର ଏକ ୱେବ୍ ପୋର୍ଟାଲ ମଧ୍ୟ ପ୍ରସ୍ତୁତ କରିଛନ୍ତି । ତିନୋଟି ମୁସଲିମ୍ ବହୁଳ ପଡୋସୀ ଦେଶର ଆସି ଭାରତରେ ରହୁଥିବା ଅଳ୍ପ ସଂଖ୍ୟକମାନଙ୍କୁ ନାଗରିକତା ପାଇବାକୁ ହେଲେ ଏହି ପୋର୍ଟାଲରେ ପଞ୍ଜିକରଣ କରିବାକୁ ପଡିବ । ସରକାରୀ ଯାଂଚ ପରେ ଏହି ଆବେଦନକାରୀଙ୍କୁ ଭାରତର ନାଗରିକତା ପ୍ରଦାନ କରାଯିବ । ଏଥିପାଇଁ ବାଂଲାଦେଶ, ପାକିସ୍ତାନ ଓ ଆଫଗାନିସ୍ତାନରୁ ଆସିଥିବା ବିସ୍ଥାପିତମାନଙ୍କୁ କୌଣସି କାଗଜ ଦେଖାଇବାକୁ ପଡିବ ନାହିଁ ।

Related Posts

About The Author

Add Comment