: ଲଘୁଚାପ ଲଗାଣ ବର୍ଷାରେ ଧସିଲା ଘର, ପରିବାର ରହିବା ପାଇଁ ଜାଗା ନାହିଁ

Spread the love

ସୁନ୍ଦରଗଡ଼ ତା:୨୯-୦୭–୨୦୨୬ରିଖ (ସନ୍ଧାନ ନ୍ୟୁଜ ) ଚଳିତ ମାସ ର ଲଗାଣ ଲଘୁଚାପ ବର୍ଷା ଯୋଗୁଁ କେତେକ ଗ୍ରାମାଞ୍ଚଳ ଲୋକଙ୍କ ଘର ଧସି ଥିବା ସୂଚନା ମିଳିଛି l ସୂଚନା ଅନୁସାରେ ସବଡେଗା ବ୍ଲକ ଟାଙ୍ଗରଗାଁ ଗ୍ରାମର ସୁମିତ୍ରା ମହାକୁଳ ନାମକ ଜଣେ ଗରିବ ପରିବାରଙ୍କ ଲଗାଣ ଲଘୁଚାପ ବର୍ଷାରେ ଘର ଧସି ଯାଇଥିବା ସୂଚନା ମିଳିଛି l ଟାଙ୍ଗରଗାଁ ଗ୍ରାମ ପଞ୍ଚାୟତ ଭିତରେ ଆହୁରି ୨ରୁ ୩ଜଣ ଲୋକ ଙ୍କ ଘର ଧସି ଯାଇଥିବା ସୂଚନା ମିଳିଛି l ଲଗାଣ ବର୍ଷାରେ ଘରୁ ବାହାରି ହେଉ ନ ଥିବାବେଳେ ସରକାରୀ ଅଧିକାରୀ ସହିତ ସ୍ଥାନୀୟ ସରପଞ୍ଚଙ୍କୁ ଅବଗତ କରିପାରୁ ନଥିବା କଥା ତାଙ୍କ ବକ୍ତବ୍ୟରେ କହିଛନ୍ତି ।ସ୍ଥାନିୟ ସରପଞ୍ଚ ଖବର ପାଇ ଅଞ୍ଚଳ ରାଜସ୍ୱ ଅଧିକାରୀଙ୍କ ସହ ଫୋନ୍ ଯୋଗେ ଯୋଗାଯୋଗ କରି ଅତିଶୀଘ୍ର ତାର ଜରୁରୀ କାଳୀନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିବା ଜଣାପଡିଛି । ତା ସହିତ ସରକାର ଙ୍କ ଠାରୁ ମିଳୁଥିବା ମୌଳିକ ସୁବିଧା ପାଇଁ ସର୍ବଦା ଚେଷ୍ଟିତ ବୋଲି ସରପଞ୍ଚ ଅସିତ୍ କିଶ୍ପଟା ସୂଚନା ଦେଇଥିବା ଜଣାପଡିଛି ।

Related Posts

About The Author

Add Comment