ଲଘୁଚାପ ବର୍ଷାରେ ଷ୍ଟିଲ ସିଟି ବେହାଲ
ରାଉରକେଲା୧୨/୮(ସନ୍ଧାନ ନିଉଜ): ଗତକାଲି ଠାରୁ ଲଘୁଚାପ ବର୍ଷା ଆରମ୍ଭ ହୋଇଥିବା ବେଳେ, ଆଜି ସକାଳ ୬ଟାରୁ ୯ ଟା ଯାଏ ମୂଷଲଧାରାରେ ବର୍ଷା ହୋଇଥିଲା । ଗତକାଲି ବର୍ଷା ସହ ପବନ ହେବା ଯୋଗୁ ସହରର ବହୁ ପୁରୁଣା ଗଛ ଧରାଶାୟୀ ହୋଇଛି । ଷ୍ଟିଲ ସିଟି ରାଉରକେଲା ୧୨୦ରୁ ଉର୍ଦ୍ଧ ବସ୍ତିରେ ବର୍ଷା ଯୋଗୁ ବହୁ ସମସ୍ୟା ସୃଷ୍ଟି ହୋଇଛି । କିଛି ବସ୍ତି ଅଂଚଳରେ ବସବାସ କରୁଥିବା ବାସିନ୍ଦା ମାନେ ଜଳବନ୍ଦୀ ହୋଇ ରହିଛନ୍ତି । କେତେକ ଯାଗାରେ ବିଦୁ୍ୟସେବା ବ୍ୟାହତ ହୋଇଥିବା ଖବର ମିଳିଛି । ବର୍ଷାଯୋଗୁ ସହରର ଗଳିକନ୍ଦି ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡ଼ିଛି । ପାୱାର ହାଉସ ରୋଡ଼, ଡେଲି ମାର୍କେଟ, ରାସ୍ତାର ଅବସ୍ଥା ନକହିଲେ ଭଲ । ସେହିପରି ଦେଓଗାଁ ଠାରୁ ସାରନା ଛକ ଯାଇଥିବା ହେକେଟ ରୋଡ଼ରେ କୃତିମ ପୋଖରୀ ସୃଷ୍ଟି ହୋଇଛି । ଅପରପକ୍ଷରେ ରାଉରକେଲା ମହାନଗର ନିଗମ ପକ୍ଷରୁ ବସ୍ତି ଅଂଚଳରେ ବସବାସ କରୁଥିବା ବାସିନ୍ଦାଙ୍କ ପାଇଁ କୌଣସି ସୁବିଧା ଏଯାଏ ଦିଆଯାଇ ନଥିବା କିଛି ବସ୍ତିବାସିନ୍ଦାଙ୍କ ପକ୍ଷରୁ ଅଭିଯୋଗ ହୋଇଛି ।
Related Posts
About The Author