ଲଗାତର ପ୍ରଶାସନର ଚଢ଼ାଉରେ ପଥର ମାଫିଆ ଛାନିଆ,ବାଟଘାଟରେ ଖବରଦାତା ରଖି ନେଇଗଲେ ଫାଇଦା, ଆଜି ଡଙ୍କାରୀରେ ଗୋଟିଏ ଗାଡି ଜବତ

Spread the love

ଧର୍ମଶାଳା, ୩/୮(ସନ୍ଧାନ ନିୟୁଜ/ପ୍ରଶାନ୍ତ ସମାଲ) ଧର୍ମଶାଳାର ଚୋରା କଳାପଥର ଖାଦାନ ଏବଂ କସ୍ରର ୟୁନିଟ ବନ୍ଦ ହେବାର ନାଁ ଧରୁନି । ଫଳସ୍ୱରୁପ ପ୍ରତିଦିନ କୋଟି କୋଟି ରାଜସ୍ୱ ହାନୀ ହେବାରେ ଲାଗିଛି । ଏବେ ଲଗାତର ଭାବେ ଧର୍ମଶାଳା ପ୍ରଶାସନପକ୍ଷରୁ ବିଭିନ୍ନ ଖାଦାନରେ ଚଢ଼ାଉ କରି କେତକ ବେଆଇନ କଳାପଥର ବୋଝେଇ ଗାଡି ଜବତ କରିଥିଲେ । ଧର୍ମଶାଳା ଅତିରିକ୍ତ ତହସିଲଦାର ଦେବୀ ପ୍ରସାଦ ମିଶ୍ର ଏବଂ ପାଣିକୋଇଲି ଏପିଆର ଫୋର୍ସଙ୍କ ଦ୍ୱାରା ଆଜି ଡଙ୍କାରୀ ପାହାଡରୁ ଏକ ବେଆଇନ କଳାପଥର ବୋଝେଇ ଗାଡି ଜବତ କରଥିବା ସୂଚନା ମିଳିଛି । ଖବର ମୁତାବକ ଆଜି ସକାଳୁ ପୂର୍ବପ୍ରସ୍ତୁତି ଅନୁଯାୟୀ ଅତିରିକ୍ତ ତହସିଲଦାର ଏପିଆର ସହଯୋଗରେ ଡଙ୍କାରୀ ଅଂଚଳରେ ଚଢ଼ାଉ କରିଥିଲେ । ଏହି ଚଢ଼ାଉ ସମୟରେ ବହୁ ସଂଖ୍ୟାର ପଥର ବୋଝଇ ଗାଡି ଖସିଯିବାର ସକ୍ଷମ ହୋଇଥିଲେ ମଧ୍ୟ ଗୋଟିଏ କଳାପଥର ବୋଝେଇ ହାଇୱା ଜବତ କରିଥିଲେ । ଧର୍ମଶାଳା ତହସିଲର ଏଭଳି ଥିବା ବେଆଇନ ପଥର ଖାଦାନ ଚଢ଼ାଉ ଦ୍ୱାରା ପଥର ମାଫିଆ ମାନଙ୍କ ମଧ୍ୟରେ ଆତଙ୍କ ଖେଳାଇଦେଇଛି । ଧର୍ମଶାଳା ତହସିଲ ଅଂଚଳର ଆରୁହା, ଯାବରା, ବାଜବାଟି, ଡଙ୍କାରୀ, କୁସୁନୁପୁର, ରାହାଡପୁର, ରାଇଗଡା ଓ ଗଙ୍ଗେଇଡୁବରୀ ପାହାଡରେ ବେଆଇନ କଳାପଥର ଖାଦାନରେ ବାରମ୍ବାର ଚଢ଼ାଉ ହେବା ଦ୍ୱାରା ଚୋରା ପଥର ମାଫିଆ ମାନଙ୍କ ମନରେ ଆତଙ୍କ ଖେଳି ଯାଇଛି । କିନ୍ତୁ ପ୍ରଶାସନ ଚଢାଉ କଲେ ସୁଧା ଅନେକ ପାହାଡରୁ ନିରାଶ ହୋଇ ଫେରୁଥିବାର ଦେଖିବାକୁ ମିଳିଛି । ଏହାର ପକୃତ କାରଣ ହେଉଛି ପ୍ରଶାସନ ଏହି ପାହାଡ ଉପରେ ଚଢ଼ାଉ କରିବା ପୂର୍ବରୁ ପଥର ମାଫିଆ ମାନଙ୍କୁ ଯେ କୌଣସି ମତେ ଆଗୁଆ ଖବର ମଳିଯାଉଛି । ଚଢ଼ଉ କିଛି ଘଂଟା ଆଗରୁ ପାହାଡକୁ ଯିବା ରାସ୍ତାରେ ଏଂବ ପ୍ରତି ଛକରେ ମାଫିଆ ମାନେ କିଛି ଦଲାଲମାନଙ୍କୁ ପ୍ରଶାସନର ଗତିିବିଧି ଲକ୍ଷ କରିବା ପାଇଁ ଜଗାଉଦେଉଛନ୍ତି । ଫଳରେ ପ୍ରଶାସନ ଖାଦନରେ ଚଢ଼ାଉ କରିବା ପୂବରୁ ସେଠାରୁ ଗାଡି ଗୁଡିକ, ହିଟାଚି ଓ କମ୍ପ୍ରେସର ଗୁଡିକ ଉଭାନ ହେଉଯାଉଛନ୍ତି । କିନ୍ତୁ ଏହି ଛକାପଞ୍ଚା କୁ ସାଧରଣରେ ଅନେକ ଙ୍କ ସନେ୍ଦହ ଘେରରେ ଆସୁଛି । ଏହି ସମ୍ବଦ୍ଧୀୟ ଘଟଣାବଳୀକୁ ଧର୍ମଶାଳା ତହସିଲଦାର ସରୋଜ କୁମାର ପଣ୍ଡାଙ୍କୁ ପଚାରିବାରୁ ସେ କହିଥିଲେ ଆମେ ଚଢ଼ାଉ କରିବା ପୂର୍ବରୁ ପଥର ମାଫିଆ ମାନେ କୌଣସି ନା ପ୍ରକାର ଖବର ପାଇଯାଉଛନ୍ତି । ମାଫିଆ ମାନେ ପ୍ରତି ଛକରେ କିଛି ଖବରଦାତାଙ୍କୁ ଜଗାଉଛନ୍ତି । ସେମାନେ ପ୍ରଶାସନର ଗତିବିଧି ଲକ୍ଷ କରି ମାଫିଆଙ୍କୁ ଜଣାଉ ଦେଉଛନ୍ତି । ଯାହା ଫଳରେ ପ୍ରଶାସନ ଚଢ଼ାଉ ଫସର ଫାଟିଯାଉଛି । କିନ୍ତୁ ଏଥର ଯେ ପ୍ରଶାସନ ଚଢ଼ାଉ ସମୟରେ ଯଦି କୌଣସି ବ୍ୟକ୍ତି ଖବର ଦେବାର ପ୍ରୟାସ କିମ୍ଭା ଫୋର୍ସ ଗାଡି ଅଗ ପଛରେ ଦଳ ଦଳ ହୋଇ ଆସୁଥିବା ଦେଖିବକୁ ତାଙ୍କୁ ତୁରନ୍ତ ଗିରଫ କରିବା ସହ ସେମାନଙ୍କ ଉପରେ ଦୃଢ଼ କାର୍ଯ୍ୟନୁଷ୍ଠାନ ନେବାକୁ ବାଧ୍ୟ ହେବୁ ବୋଲି ବୋଲି ପ୍ରକାଶ କରିଛନ୍ତି । ତେବେ ସାଧରଣ ଜନତା ଏହାକୁ ପ୍ରଶାସନ ଟଙ୍କା ନେଇ ଆଖିବୁଝି ଦେଉଥିବା ଅଭିଯୋଗ କରିବା ସହିତ ଗ୍ରୀନ ଟ୍ରିବୁନାଲ ଏହାଉପରେ ଦୃଢ଼ କାର୍ଯ୍ୟନୁଷ୍ଠାନ ନେବାକୁ ଦାବି ହେଉଛି ।

Related Posts

About The Author

Add Comment