ବଡଚଣା, ୩୦/୧୦(ସନ୍ଧାନ ନିୟୁଜ) ବଡଚଣାସ୍ଥିତ ଲକ୍ଷ୍ମୀନାରାୟଣ ସାଂସ୍କୃତିକ ପରିଷଦ ପକ୍ଷରୁ ଆସନ୍ତା ୨୦୧୯ ଜାନୁୟାରୀରେ ହେବାକୁ ଥିବା ବଡଚଣା ମହସେôାବ ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ ସ୍ଥାୟୀ ସଭାନେତ୍ରୀ ମନୋରମା ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବିଗତ ୨ ବର୍ଷ ଧରି ମହୋସôବ ଯେପରି ଶାନ୍ତି ଶୃଙ୍ଖଳା ସହିତ ଶେଷ ହୋଇଛି ଚଳିତ ବର୍ଷ ମଧ୍ୟ ଶାନ୍ତି ଶୃଙ୍ଖଳାରେ ସମ୍ପର୍ଣ୍ଣ ହେବା ପାଇଁ ବୈଠକରେ ସ୍ଥିର କରାଯାଇଥିଲା । ମହୋସôବକୁ ସଫଳ କରିବା ପାଇଁ ଏକ ସାଧାରଣ ପରିଷଦ ବୈଠକ ଆସନ୍ତା ମାସ ୪ ତାରିଖରେ ମହୋସôବ ପଡିଆରେ କରାଯିବାକୁ ବୈଠକରେ ସ୍ଥିର କରାଗଲା । ସାଧାରଣ ପରିଷଦ ବୈଠକରେ ସମସ୍ତ ସଭ୍ୟ ଓ ଜନ ସାଧାରଣ ଯୋଗ ଦେଇ ଆଲୋଚନାରେ ଭାଗ ନେବାକୁ ମହୋସôବ କମିଟିର ସମ୍ପାଦକ ନୀଳକଣ୍ଠ ମିଶ୍ର ଅନୁରୋଧ କରିଛନ୍ତି । ଏହି ପ୍ରସ୍ତୁତି ବୈଠକର ମହୋସବ କମିଟିର କାର୍ଯ୍ୟକାରିଣୀ ସଭ୍ୟମାନେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।
ଲକ୍ଷ୍ମୀନାରାୟଣ ସାଂସ୍କୃତିକ ପରିଷଦ ପକ୍ଷରୁ ବଡଚଣା ମହୋସôବ ଉପଲକ୍ଷେ ପ୍ରସ୍ତୁତି ବୈଠକ
|
October 30, 2018 |