ରୌପ୍ୟଜୟନ୍ତୀ ଉପଲକ୍ଷେ ପୁରାତନ ଛାତ୍ର ସଂସଦଙ୍କ ପ୍ରସ୍ତୁତି ବୈଠକ

Spread the love

ଜେନାପୁର,୨୩/୧୧(ସନ୍ଧାନ ନ୍ୟୁଜ୍) ; ଧର୍ମଶାଳା ବ୍ଲକ୍ ଅନ୍ତର୍ଗତ କବାଟବନ୍ଧ ସରସ୍ୱତୀ ଶିଶୁବିଦ୍ୟାମନ୍ଦିର ପରିସରରେ ରୌପ୍ୟଜୟନ୍ତୀ ଉପଲକ୍ଷେ ପୁରାତନ ଛାତ୍ର ସଂସଦଙ୍କ ଦ୍ୱାରା ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ଛାତ୍ର ସଂସଦର ଆବାହକ ସୁନିଲ୍ କୁମାର ଧୀର୍ ଓ ସଂଯୋଜକ ରଶ୍ମିରଞ୍ଜନ ତରାଇଙ୍କ ଅଧ୍ୟକ୍ଷତାରେ ବିଦ୍ୟାଳୟର ପୁରାତନ ଛାତ୍ର ସଂସଦର ଭୂପେଶ କୁମାର ସ୍ୱାଇଁ,ଜଗନ୍ନାଥ ପରିଡା,ମହେଶ୍ୱର ସାହୁ,ରାକେଶ କୁଣ୍ତୁ,ପବିତ୍ର ସାହୁ,ଲିପୁ ନାୟକ,ସୁଧାଂଶୁ ଧୀର୍,ସ୍ୱୟଂସିଦ୍ଧ ଦାଶ,ଆର୍ଶିବାଦ୍ ସାହୁ,ଅମୂଲ୍ୟ ନାଥ ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ କାର୍ଯ୍ୟଧାରା ଉପରେ ଆଲୋଚନା କରିଥିଲେ । ସର୍ବସମ୍ମତି କ୍ରମେ ବିଦ୍ୟାଳୟର ରୌପ୍ୟଜୟନ୍ତି ଆସନ୍ତା ଡିସେମ୍ୱର ୨୮ତାରିଖରେ ଧାର୍ଯ୍ୟ କରାଯାଇଛି ।ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟା ପ୍ରାଣକୃଷ୍ଣ ପ୍ରଧାନ,ଗୁରୁଜୀ ପବିତ୍ର ମୋହନ ଭଦ୍ର,ଗୁରୁମା ସ୍ମିତାଞ୍ଜଳି ରଥ,କୁସୁମ ପାତ୍ର,ଚନ୍ଦ୍ରିକା ସାହୁ,ମମତା ମହାନ୍ତି,ରୋଜାଲିନ୍ ପ୍ରମୁଖ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ ସହଯୋଗ କରିଥିଲେ ।

Related Posts

About The Author

Add Comment