ରାଉରକେଲା, ୨୬/୦୭ (ସନ୍ଧାନ ନିଉଜ): ସ୍ଥାନୀୟ ରେଲୱେ କଲୋନୀର ସୁଇପର ବସ୍ତିରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ପରେ ପୋଲିସ ପହଞ୍ଚି ଏକ ମାମଲା ରୁଜୁ କରିବା ସହ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇଛି । ଏହା ଆତ୍ମହତ୍ୟା ନୁହେଁ ବରଂ ହତ୍ୟା ବୋଲି ମୃତ ଯୁବକଙ୍କ ଭାଇ ଅଭିଯୋଗ କରିଛନ୍ତି । ସ୍ବାମୀ ମଦ ନିଶାରେ ସବୁ ସମୟରେ ଝଗଡା କରୁଥିବାରୁ ଅଲଗା ରହୁଥିଲେ ବୋଲି କହିଛନ୍ତି ମୃତ ଯୁବକଙ୍କ ସ୍ତ୍ରୀ ଆରତୀ ବାଗ । ପରେ ପଡିଶା ଘର ଲୋକେ ଦେଖି ପାଟିତୁଣ୍ଡ କରିବାରୁ ସେ ଜାଣିବାକୁ ପାଇଥିଲେ ବୋଲି କହିଛନ୍ତି ।
ରେଲୱେ କଲୋନୀରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
|
July 26, 2020 |