ରେଭେନ୍ସା ନିୟୁ ହଷ୍ଟେଲ ଛାତରୁ ପଡି ପିଏଚଡି ଛାତ୍ର କୁସଧର ବାଗଙ୍କ ଦେହାନ୍ତ, କ୍ୟାମ୍ପସରେ ଉତ୍ତେଜନା

Spread the love

କଟକ, ୨୭/୯(ସନ୍ଧାନ ନିୟୁଜ/ପ୍ରକାଶ ରାଉତ) କଟକସ୍ଥିତ ରେଭେନ୍ସ ବିଶ୍ୱାବିଦ୍ୟାଳୟର ନିୟୁ ହଷ୍ଟେଲ ଛାତରୁ ପଡି ଜଣେ ପିଏଚଡି ଛାତ୍ରଙ୍କର ମୃତୁ୍ୟ ହୋଇଥିବା ଜଣାଯାଇଛି । ସୂଚନା ମୁତାବକ ବଲାଙ୍ଗିରର ନିବାସୀ କୁସଧର ବାଗ (୨୮) ରେଭେନ୍ସରେ ରାଜନୀତି ବିଜ୍ଞାନରେ ଗବେଷଣା କରୁଥିଳେ । ଏପରିକି ସେ ଜଣେ ଭିନ୍ନକ୍ଷମ ହୋଇଥିବା ବେଳେ ଭିନ୍ନକ୍ଷମ ସଂଘର ସାଧରଣ ସମ୍ପାଦକ ଭାବେ କାର୍ଯ୍ୟ କରିଆସୁଥିଲେ । ସେ ଗତକାଲି କୌଣସି କାର୍ଯ୍ୟରେ ନିୟୁ ହଷ୍ଟେଲରେ ରହୁଥିବା ସାଙ୍ଗ ପାଖକୁ ଯାଇଥିବା ବେଳେ ୩ମହାଲା ଉପରୁ ଖସିପଡିଥିଲେ । ତେବେ ଘଟଣା ସମ୍ପର୍କରେ ଜଣାପଡିବା ପରେ କ୍ୟାମ୍ପସରେ ଚାପା ଉତ୍ତେଜନା ଦେଖାଦେଇଛି ।

ଘଟଣାସ୍ଥଳରେ ମାଲଗୋଦାମ ପୋଲିସ ପଂହଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଚଳାଇଛି । ତେବେ ତାଙ୍କ ପିତା ମାତା ଆସୁଥିବା ନେଇ ସୂଚନା ମିଳିଛି । ତାଙ୍କ ଆସିବା ପରେ ତାଙ୍କ ଅଭିଯୋଗ ଅନୁଯାୟୀ ମାମଲା ରୁଜୁ କରାଯାଇ ତଦନ୍ତ ଚାଲିବ ବୋଲି ପୋଲିସ ପ୍ରକାଶ କରିଛି । ତେବେ ଏହା ଅଘଟଣା ଜନିତ ନୁହେଁ ବରଂ ତାଙ୍କୁ ହତ୍ୟା କରାଯାଇଥାଏ ପାରେ ବୋଲି ସନେ୍ଦହ ପ୍ରକାଶ ପାଇଛି । ଘଟଣା ସଠିକ୍ ତଦନ୍ତ କରି ଏହାର ଖୁଲାସା କରିବାକୁ ପିଏଚଡି ସଂଘ ପକ୍ଷରୁ ଦାବି କରାଯାଇଛି ।

Related Posts

About The Author

Add Comment