ୱାଶିଂଟନ, ୨୯/୪ (ସନ୍ଧାନ ନିଉଜ): ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଗୁରୁବାର ୟୁକ୍ରେନ୍କୁ ଅସ୍ତ୍ର ଦେବା ଓ ସମର୍ଥନ କରିବା ଲାଗି ୩୩ ବିଲିୟନ ଡଲାରର ଏକ ବଡ଼ ପ୍ୟାକେଜ୍ ପ୍ରସ୍ତାବ ଦେଇଛନ୍ତି । ସେ କହିଛନ୍ତି ଯେ, ଯୁଦ୍ଧ ଆଗାମୀ ଅଧ୍ୟାୟ ପର୍ଯ୍ୟନ୍ତ ପହଞ୍ଚି ସାରିଛି । ଏହା ପରେ ମଧ୍ୟ ରୁଷିଆ ଅଟକିବା ପାଇଁ କୌଣସି ସଂକେତ ଦେଇନାହିଁ । ହ୍ୱାଇଟ୍ ହାଉସ୍ରେ ବାଇଡେନ୍ କହିଛନ୍ତି ଯେ, ୟୁକ୍ରେନ୍ର ସହାୟତା ପାଇଁ ନୂଆ ଆଇନ୍ ମଧ୍ୟ ପ୍ରସ୍ତୁତ କରାଯାଇଛି ।
ବାଇଡେନ କହିଛନ୍ତି ଯେ, ଏହି ଲଢ଼େଇର ଦର ଶସ୍ତା ହେବ ନାହିଁ । କିନ୍ତୁ ଯଦି ଆମେ ଯଦି ଏହା କରିବାକୁ ଦିଅନ୍ତୁ, ତାହେଲେ ଆକ୍ରାମକତାର ଶିକାର ହେବା ଅଧିକ ମହଙ୍ଗା ପଡ଼ନ୍ତା । ସେ ୟୁକ୍ରେନକୁ ଆମେରିକୀୟ ସହାୟତା ଦେବା ପ୍ରସଙ୍ଗରେ କହିଛନ୍ତି ଯେ, ମସ୍କୋ କେବଳ ୟୁକ୍ରେନ୍ ସହିତ ନୁହେଁ, ବରଂ ପୂରା ପଶ୍ଚିମ ସହିତ ଲଢ଼େଇ କରୁଛି । ଆମେ ରୁଷିଆ ଉପରେ ଆକ୍ରମଣ କରୁନାହୁଁ । ଆମେ ୟୁକ୍ରେନ୍କୁ ରୁଷୀୟ ଆକ୍ରମଣରୁ ବଞ୍ଚାଇବା ପାଇଁ ସହଯୋଗ କରୁଛୁ ।
ମସ୍କୋରେ ପରମାଣୁ ଯୁଦ୍ଧର ସମ୍ଭାବନା ସଂପର୍କରେ ବୟାନବାଜୀକୁ ହତାଶାର ସଂକେତ ଦର୍ଶାଇ ବାଇଡେନ କହିଛନ୍ତି ଯେ, କୌଣସି ପ୍ରକାରର ପରମାଣୁ ଅସ୍ତ୍ରର ଉପଯୋଗ ଅଥବା ଏହାର ସମ୍ଭାବନା ସଂପର୍କରେ ଅଯଥା ଟିପ୍ପଣୀ ନ କରାଯିବା ଉଚିତ । ସୂଚନାଯୋଗ୍ୟ ରୁଷିଆ ଓ ୟୁକ୍ରେନ୍ ମଧ୍ୟରେ ଗତ ଫେବ୍ରୁଆରୀ ୨୪ ତାରିଖ ଠାରୁ ଯୁଦ୍ଧ ଜାରି ରହିଛି ।