ରୁଦ୍ରପୁର ଠାରୁ ବ୍ରାହ୍ମଣୀ ନଦୀବନ୍ଧ ରାସ୍ତାକାମ ଅତି ନିମ୍ନମାନର

Spread the love

ଯାଜପୁର ସଦର,୦୬।୧୨ (ସନ୍ଧାନ ନିଉଜ): ଯାଜପୁର ଜିଲ୍ଲା ବରୀ ବ୍ଲକ ଯାଜପୁର ବ୍ଲକ, ବରୀ ନିର୍ବାଚନ ମଣ୍ଡଳୀର ବ୍ରାହ୍ମଣୀ ନଦୀ ବନ୍ଧ କାମ ରିିପାରିଙ୍ଗ କରାଯାଉଥିବା ଦେଖିବାକୁ ମିଳିଚି। ଏଠାରେ ସୂଚନା ଯୋଗ୍ୟ ଯେ, ଜଳ ସମ୍ପଦ ବିଭାଗ ପକ୍ଷରୁ ଏହ ନଦୀବନ୍ଧ କାମ କରାଯଅଉଥିବା ବେଳେ, ନଦୀ ବନ୍ଧର ୨ ପାଖକୁ ଚଉଡ଼ା କରାଯିବା ପାଇଁ ଜେସିବ ଦ୍ୱାରା ଖୋଳାଯାଇ ଦୁଇ କଡ଼ରେ ମାଟି ଦିଆଯାଉଥିବା ବେଳେ, ବଜିରି ଗୁଣ୍ଡରେ ନଦୀବନ୍ଧକୁ ଚଉଡ଼ା କରାଯିବା ଲାଗି କାର୍ଯ୍ୟ କରାଯାଉଚି। ଯାହାକି ବରୀ ନର୍ବାଚନ ମଣ୍ଡଳୀର ଗ୍ରାମ ପଂଚାୟତ ଗୁଡ଼ିକ ରୁଦ୍ରପୁର ବ୍ରିଜ ଉପରେ ଯାତାୟତ କରୁଥିବା ବେଳେ, ଏହି ନଦୀବନ୍ଧ ଉପରେ ବିଭିନ୍ନ ବଡ଼ ବଡ଼ ଗାଡ଼ି ଯାତାୟତ କରୁଚି। ଏହି କାର୍ଯ୍ୟ ଠିକାଦାର ଅତିନିମ୍ନମାନର କାମ କରାଯାଉଥିବା ଦେଖିବାକୁ ମିଳିଚି। ଯାହାକି ବ୍ରାହ୍ମଣୀ ନଦୀରେ ବନ୍ୟା ଆସିଲେ ନଦୀବନ୍ଧ କଡ଼ରେ ପଥର ପ୍ୟାକିଙ୍ଗ କରାଯିବା ପାଇଁ ସାଧାରଣରେ ଦାବି କରାଯଉଚି। ପଥର ପ୍ୟାକିଂ କରାଗଲେ ନଦୀବନ୍ଧ ସୁଦୃଢ଼ ହେବା ସହିତ ନଦୀ ବନ୍ଧ ଦୃବଳ ହେବ ନାହିଁ। ଏହି ବନ୍ଧକୁ ରୁଦ୍ରପୁର ଠାରୁ ବ୍ରହ୍ମବରଦା ପର୍ଯ୍ୟନ୍ତ ପିଚୁ କରାଯିବା ପାଇଁ ସାଧରଣରେ ଦିବ କରାଯାଉଚି। ରାଜ୍ୟ ସରକାରଙ୍କ ପକ୍ଷରୁ କୋଟି କୋଟି ଟଙ୍କା ଜଳସମ୍ପଦ ବିଭାଗ ଜରିଆରେ ଦିଆଯାଉଥିବାରୁ କାହିଁକି ଏହି କାମ ନିମ୍ନମାନର କରାଯାଉଚି।

Related Posts

About The Author

Add Comment