କୋଇଡା, ୧୦/୧୦(ସନ୍ଧାନ ନିୟୁଜ) କୋଇଡା ଖଣି ଅଞ୍ଚଳ ଅନ୍ତର୍ଗତ ନଦିଡିହି ଲୌହ ଏବଂ ମାଙ୍ଗାନିଜ୍ ଖଣି ମେସର୍ସ ବଣାଇଁ ଇଣ୍ତଷ୍ଟ୍ରିଆଲ କମ୍ପାନୀର ପରିବେଷ ମଜୁଂରି ସମ୍ୱନ୍ଦୀୟ ଖଣିର ଉତ୍ପାଦନ ବ୍ରୁଦ୍ଦିପାଇଁ ଆଜି ଜନ ଶୁଣାଣୀ ନଦୀ କାଶିରା ଠାରେ ଅନୁଷ୍ଟିତ ହୋଇଯାଇଅଛି | ଏହି ଜନଶୁଣାଣୀ ରେ ଅତିରିକ୍ତ ଜିଲ୍ଲାପାଳ ରାଉରକେଲା ଭାସ୍କର ଚନ୍ଦ୍ର ତୁରୁକ ପ୍ରଦୁଷଣ ବୋର୍ଡ ର ପରିବେଷ ବୈଗ୍ୟାନିକ ଶ୍ରୀ ହେମେନ୍ଦ୍ର ନାୟକ ଙ୍କ ଉପସ୍ତିତିରେ କୋଇଡା ଅଞ୍ଚଳର ଜନସାଧାରଣ ,ଲୋକ ପ୍ରତିନିଧି ପ୍ରଶାସନିକ ଅଧିକାରୀ ,ଏବଂ ଖଣି ର ଆଖ ପାଖ ଅଞ୍ଚଳର ଜନ ସାଧାରଣ ଅଂଶ ଗ୍ରହଣ କରିଥିଲେ | ସର୍ବ ପ୍ରଥମେ ପରିବେଶ ବିତ୍ ଏହି ଜନ ଶୁଣାଣୀ ରେ ଉପସ୍ତିତ ଜନ ସାଧାରଣ ଙ୍କୁ ଅବଗତ କରାଇବା ପରେ,ଅତିରିକ୍ତ ଜିଲ୍ଲାପାଳ ଉପସ୍ତିତ ଜନସାଧାରଣ ଙ୍କୁ ସେମାନଙ୍କ ମତାମତ ରଖିବାକୁ ଆହ୍ୱାନ କରିଥିଲେ | ନଦିଡିହ ଖଣି ବି.ଆଇ.କମ୍ପାନୀ ର ଖଣି ପରିଚାଳକ ଇନ୍ଦ୍ରଜିତ୍ ସାହୁ ସମସ୍ତ ଜନ ସାଧାରଣଙ୍କୁ ଖଣି ର ଉତ୍ପାଦନ ବ୍ରୁଦ୍ଧୀ ପାଇଁ ପରିବେଷ ଉପରେ କି ପ୍ରଭାବ ପଡିବ ଏବଂ ଏହାର ପ୍ରତିକାର ପାଇଁ ଖଣି ତରଫରୁ କଣ କଣ ପଦକ୍ଷେପ ନିଆ ଜାଉଛି ପ୍ରାଞ୍ଜ୍ୱଳ ଭାବେ ଉପସ୍ତିତ ଜନ ସାଧାରଣଙ୍କୁ ବୁଝାଇ ଥିଲେ | ଏବଂ ଏହି ଜନ ଶୁଣାଣୀ ରେ କାଶିରା ଗ୍ରାମ ପଞ୍ଚାୟତ ସରପଞ୍ଚ ରାଣି ଲୋହାର,କୋଇଡା ସରପଞ୍ଚ କୁମାରୀ ସନ୍ଧ୍ୟାରାଣୀ ନାଏକ, ପୂର୍ବତନ ବିଧାୟକ ଭୀମସେନ ଚୌଧୁରି,ଜନାର୍ଦ୍ଦନ ଦେହୁରି, ଜିଲ୍ବା ପରିଷଦ କୋଇଡା ‘ଖ’ ମିତାରାଣୀ ନାଏକ ,ଅଭିନାସ ସୁମନ ବାଗେ,ଜହନ ଡୁଙ୍ଗ ଡୁଙ୍ଗ , ଆନନ୍ଦ ବାରିକ ଆଦି ପ୍ରାୟ ୩୭ ଜଣ ଜନ ସୁଣାଣୀ ସପକ୍ଷରେ ମତାମତ ଦେଇଥିଲେ | ପରିଶେଷରେ କମ୍ପାନୀ ର ସହ- ଉପସଭାପତି ଅନନ୍ତ ଶଙ୍କର ମହାପାତ୍ର ସଭାରେ ଜନ ସାଧାରଣ ଙ୍କ ଦ୍ୱାରା ଆସିଥିବା ସମସ୍ତ ଉନ୍ନତି ମୁଳକ ଦାବୀ ପ୍ରତି ଯତ୍ନବାନ ହେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ |
REPORT-L BEHERA, KOIDA