ଧର୍ମଶାଳା, ୨୪/୦୭ (ସନ୍ଧାନ ନିଉଜ/ପ୍ରଶାନ୍ତ ସାମଲ) ଧର୍ମଶାଳା ତହସିଲ ଅନ୍ତର୍ଗତ ରାହାଡପୁର କଳାପଥର ଖାଦାନରୁ ଦୈନିକ ଶହ ଶହ ଟ୍ରିପ କଳାପଥର ଚୋରି ହେଉଥିବା ବେଳେ ପ୍ରଶାସନର ଭୁମିକା ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ଏହି ପାହାଡରୁ କଳାପଥର ଚୋରି ରୋକିବାକୁ ପ୍ରଶାସନ ୧୪୪ଧାରାର ପ୍ରୟୋଗ ସହିତ ଖାଦାନ ସଂଯୋଗୀ କରଣ ରାସ୍ତାକୁ ତାଡି ଖାଦନ ଓ ରାସ୍ତାକୁ ଅଲଗା କରି ସମ୍ପର୍କ ଛିନ୍ନ କରିବା ନିତି ଦିନିଆ ଘଟଣାରେ ପରିଗଣିତ ହେଲାଣି । ପ୍ରଶାସନର ଏହି ଫର୍ମୁଲାକୁ ପଥର ମାଫିଆ କିନ୍ତୁ ମାନୁ ନାହାିଁନ୍ତି । ସେମାନେ ଖୋଳାଯାଇଥିବା ଖାତକୁ ପୋତି ପୁନଃର୍ବାର ପଥର ଚୋରି ଚଳାଇ ରଖିଛନ୍ତି । ଗତ ୧୫ ।୭ ୨୦୨୦ରେ ଧର୍ମଶାଳାର ଅତିରିକ୍ତ ତହସିଲଦାର ଦେବୀ ପ୍ରସାଦ ମାହାନ୍ତି ଏହି ସବୁ ସୈରାତରୁ ପଥର ଚୋରିର ଖବର ପାଇ ଆସି ଦେଖନ୍ତି ପ୍ରଶାସନ ୧୪୪ଜାରି କରି ଖୋଳିଥିବା ଟ୍ରେଞ୍ଚକୁ ମାଫିଆ ପୋତିଦେଇଛନ୍ତି । ପୁର୍ବରୁ ମଧ୍ୟ ତିନି ଥର ମାଫିଆ ପୋତିବା ପରେ ପ୍ରଶାସନ ତାକୁ ପୁଣି ଆସି ତାଡିଥିଲେ । ଏଥର ମଧ୍ୟ ଅତିରିକ୍ତ ତହସିଲଦାର ସେହି ରାସ୍ତାକୁ ଖୋଲି ଦେଇଥିଲେ । ଏଥର କିନ୍ତୁ ପରିସ୍ଥିତି ଅଲଗା ହୋଇଥିଲା । ପରିସ୍ଥିତି ଅନୁଯାଇ ରଙ୍ଗ ବଦଳାଇଥିଲା ତହସିଲ ପ୍ରଶାସନ । ପାହାଡରୁ ଚୋରି ପଥର ଜଳସେଚନ ପ୍ରକଳ୍ପ ଉପର ଦେଇ ଅନ୍ୟତ୍ର ଯାଉଥିବା ରସ୍ତାରେ ଅତିରିକ୍ତ ତହସିଲଦାର ଖୋଳିଥିବା ଖାତକୁ କିଛି ସମୟର ଅନ୍ତରରେ ପ୍ରଶାସନର ଉପରିସ୍ଥ ଅଧିକାରୀ ନିଜେ ଅଧସ୍ଥନ କର୍ମଚାରୀଙ୍କ ଉପସ୍ଥିତିରେ ଗାଡି ଚଳାଚଳ ପାଇଁ ଖାତକୁ ପୋତି ଦେଇଥିଲେ । ସଫେଇରେ ଏହା ମାରୁତି ଷ୍ଟୋନ କ୍ରସରକୁ ରାସ୍ତା ବୋଲି ଦର୍ଶାଇଥିଲେ । ତେବେ ଏହି କ୍ରସର ୨୦୧୮ ମସିହାରୁ ଏନଓସି ପାଇଥିଲେ ମଧ୍ୟ ପୁର୍ବରୁ ଏହାକୁ ରାସ୍ତା ନଦେଇ ବାରମ୍ବାର ରାସ୍ତାକୁ ତଡା ଯାଉଥିଲା କାହିଁକି । ଆଜି ପୁଣି କାହା ସ୍ୱାର୍ଥରେ ପୋତା ଗଲା? ରାସ୍ତା ଏଠାରେ କେବେ ଠାରୁ ହୋଇଛି ତାର କୌଣସି ତଥ୍ୟ ଦେଇ ନାହାଁନ୍ତି । ରାଜସ୍ୱ ନିରିକ୍ଷକ ଡଙ୍କାରୀ କେବଳ ଜିଲା ପ୍ରଶାସନଙ୍କ ଅନୁମତି ମତେ ରାସ୍ତା ଦିଆଯାଇଛି ଉଲେଖ କରିଛନ୍ତି । ଯାହାକୁ ନେଇ ଏବେ ରାଜସ୍ୱ ନିରିକ୍ଷକଙ୍କ ଭୁମିକାକୁ ସନ୍ଦେହ ଘେରକୁ ଟାଣୁଛି । କାହା ସ୍ୱାର୍ଥରେ ସେ ଏଭଳି ମନ ଗଢା ରାସ୍ତା ଥିବା ରିପୋର୍ଟ ଦେଇଛନ୍ତି ତାକୁ ନେଇ ଏବେ ତର୍ଜମା ଚାଲିଛି । ବିସ୍ତୃତ ଖବର ଅନୁଯାଇ ପାଇକରାପୁର ମୌଜାରେ ମରୁଡିରୁ ରକ୍ଷା କରିବା ପାଇଁ ନିର୍ମିତ ପାଇକେରାପୁର କ୍ଷୁଦ୍ର ଜଳସେଚନ ପ୍ରକଳ୍ପର ସୁରକ୍ଷା ପାଇଁ ସରକାର ଏହି ପାହାଡର ୧୦ ଓ ୬ନଂ ପାହାଡର ଲିଜ ବାତିଲ କରିଛନ୍ତି । ନିର୍ଦ୍ଧିଷ୍ଟ କେତୋଟି ଲିଜରେ ପୁରା ପାହାଡରୁ ପଥର ଲୁଟ ହୋଇଚାଲିଛି । ଯାହାକି ଗତ ୧୧ତାରିଖରେ ଗାଁ ଲୋକମାନେ ଏକ ପଥର ବୋଝେଇ ହାଇୱା ଗାଡି ଧରି ପ୍ରଶାସନକୁ ଖବର ଦେବା ଘଟଣାରୁ ସ୍ପଷ୍ଟ ହୋଇଛି । ପ୍ରଶାସନ ଏହି ପାହାଡରେ ଚୋରି ରୋକିବାକୁ ଉଦ୍ୟମ କରି ଅନେକ ଲିଜ ହୋଇନଥିବା କ୍ୱାରୀ ଉପରେ ୧୪୪ଧାର ପ୍ରୟୋଗ କରିଛି । ଏହି ପାହାଡର ୧୦, ୮,୬ନଂ କ୍ୱାରୀ ଏବେ ମଧ୍ୟ ସରକାରୀ ଭାବେ ଲିଜ ନହୋଇ ପଡି ରହିଛି । ପୁର୍ବରୁ ୧୦ ଓ ୬ନଂ ଲିଜ ହୋଇଥିଲେ ହେଁ ପରବର୍ତ୍ତୀ ସମୟରେ ଏହି ସୈରାତର ପାଦ ଦେଶରେ ଏକ କ୍ଷୁଦ୍ର ଜଳ ପ୍ରକଳ୍ପ(ପାଇକେରାପୁର)କୁ ସୁରକ୍ଷା ଦେବା ପାଇଁ ଲୋକମାନଙ୍କର ଆବେଦନ ଉପରେ ବିଚାର କରି ପ୍ରଶାସନ ଲିଜ ବାତିଲ କରିଛି । ଏହି ମାଇନର ଏରିଗେସନ ପ୍ରୋଜେକ୍ଟକୁ ସୁରକ୍ଷା ଦେବା ପଇଁ ଏକ ପ୍ରତିନିଧି ଦଳ ଆସି ଅନୁସନ୍ଧାନ କରି ସବିଶେଷ ରିପୋର୍ଟ ପ୍ରଦାନ ଆଧାରରେ ପ୍ରଶାସନ ଏହି ଲିଜକୁ ବାତିଲ କରି ସେଠାରେ ଧାରା ୧୪୪ ପ୍ରୟୋଗ କରି ନାଲି ପତାକା ଉଡାଇଥିଲା । ବେଆଇନ ଭାବରେ ଚୋରାରେ ଅନେକ ଦିନଧରି ଖାଦାନ ଗୁଡିକ ଚାଲୁଥିବାର ଖବର ପାଇ ଜିଲା ପ୍ରଶାସନ ଏହି ଖାଦାନ ଗୁଡିକରୁ ଚୋରି ରୋକିବାକୁ ଜେସିବି ମେସିନରେ ରାସ୍ତା ସହ ବିଛିନ୍ନ କରିଥିଲେ । ତହସିଲଦାର ସରୋଜ କୁମାର ପଣ୍ଡା, ଅତିରିକ୍ତ ତସିଲଦାର ଦେବି ପ୍ରସାଦ ମହାନ୍ତି, ଜେନାପୁର ଥାନା ଅଧିକାରୀ ସୁଶାନ୍ତ କୁମାର ଦାସ ସଦଳବଳ ବହୁବାର ଏଠାରେ ଖାତ ଖୋଳି ରାସ୍ତା ବନ୍ଦ କରିଥିଲେ । ଗତ ୪ ।୧୨ ।୨୦୧୯ରେ ଧର୍ମଶାଳାରୁ ପଥର ଚୋରିର ସବିଶେଷ ତଥ୍ୟ ସଂଗ୍ରହ କରି ରିପୋର୍ଟ ଦେବାକୁ ଆସିଥିବା ଖଣି ଉପସଚିବ ଡଙ୍କାରୀରେ ତଦନ୍ତ ପରେ ରାହାଡପୁର ଯାଇ ଏହି ରାସ୍ତାଟି ଖୋଳି ବନ୍ଦ କରାଯାଇଥିବାରୁ ସନ୍ତୋଷ ବ୍ୟକ୍ତ କରିଥିଲେ ।ଏହି ରାସ୍ତା ଚୋରିର ଏକମାତ୍ର ରାସ୍ତା ହୋଇଥିବାରୁ ଏହାକୁ ଅନ୍ୟ ଉପୟରେ ବନ୍ଦ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ । ପାଇକରାପୁର କ୍ଷୁଦ୍ର ଜଳସେଚନ ପ୍ରକଳ୍ପର ଛାତି ଉପରେ ହାଇୱା ଗୁଡିକ ଯାତାୟତ କରୁଥିବାରୁ ଏହା ଖୁବ ଶିଘ୍ର ପୋତି ହୋଇ ପଡିବ ବୋଲି ଲୋକମାନେ ପୁର୍ବରୁ ଅନେକ ବାର ଦର୍ଶାଇଛନ୍ତି । କିନ୍ତୁ ବାରମ୍ବାର ଖାତ ଖୋଳି ବନ୍ଦ ହୋଇଥିବା ସେହି ରାସ୍ତାକୁ କେଉଁ ଆଇନ ବଳରେ ଏବଂ କେଉଁ ପରିସ୍ଥିତିରେ ଖୋଳାଯାଇଥିବା ଖାତ ପୋତି ମାଫିଆଙ୍କ ପାଇଁ ରାସ୍ତା ଦିଆଗଲା ତାହା ବୁଝା ପଡୁନାହିଁ । ପୁର୍ବରୁ ୯ ।୮,୨୧ ।୧୧ ।୨୦୧୯ରେ ଏହି ରାସ୍ତାକୁ ପ୍ରଶାସନ ଖାତ ଖୋଳିଥିବା ବେଳେ ଆଜି ପର୍ଯ୍ୟନ୍ତ ମାଫିଆଙ୍କ ଦ୍ୱାରା ତିଆରି କରାଯାଇଥିବା ଏହି ରସ୍ତା ସବୁଦିନ ପାଇଁ ବନ୍ଦ ହୋଇଥିବା ବେଳେ ତାହା କିପରି ଏକ ନିର୍ଦ୍ଦିଷ୍ଟ କ୍ରସର ପାଇଁ ଚାଲିବ ତାହା ଏବେ ସମସ୍ତଙ୍କ ପାଇଁ ଅବୁଝା ପ୍ରଶ୍ନ ହୋଇଛି । ଗତ୧୭ ।୨ । ୨୦୨୦ରେ ସମାଜରେ ପ୍ରକାଶ ପାଇଥିବା ଖବର ରାହାଡପୁର ପାହାଡରୁ ପୁଣି ଲୁଟ ଯୋଜନା ଶିର୍ଷକ ଖବର ପ୍ରକାଶ ପାଇବାର ଦୁଇ ଦିନପରେ ଅର୍ଥାତ ୧୯ ।୨ରେ ନିଜେ ଖୋଦ ତହସିଲଦାର ମାଫିଆ ପୋତି ଥବା ଏହି ରାସ୍ତାକୁ ଖୁବ ବଡ ଆକାରରେ ଖୋଳିଥିଲେ । ପ୍ରଶ୍ନ ଉଠୁଛି ଦିନ କେଇଟାରେ ନିୟମ ବଦଳିଲା କେମିତି? ସେତେବେଳେ ନିୟମ ଭିନ୍ନ ଥିଲା ନା ଏବେ ନିୟମ ବଦଳି ଯାଇଛି? କାହା ସ୍ୱାର୍ଥ ପାଇଁ ପ୍ରଶାସନ ନିୟମ ବଦଳାଇଲା? କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଯଦି ଲିଜ ବାତିଲ କରାଯାଇପାରିଲା ତେବେ କ୍ରସରର ଏନଓସି କାହିଁକି ବାତିଲ ହେବନାହିଁ? ଏଭଳି ଅନେକ ପ୍ରଶ୍ନ ଜୀବିକା ହରାଇ ଅନ୍ୟର ହାତ ଟେକା ଉପରେ ନିର୍ଭର କରୁଥିବା ସ୍ଥାନୀୟ ଲୋକମାନେ ପ୍ରଶ୍ନ ଉଠାଇଛନ୍ତି ।
ରାହାଡପୁର କଳାପଥର ଚୋରୀ ରୋକିବାରେ ରାଜସ୍ୱ ନିରିକ୍ଷକଙ୍କ ଭୁମିକା ସନ୍ଦେହ ଘେରରେ; ଚୋରି ରୋକିବାକୁ ବାରମ୍ବାର ଖୋଳା ଯାଉଥିବା ପାହାଡ ରାସ୍ତା ହେଲା କେମିତି? କଲା କିଏ?
|
July 24, 2020 |
