ରାସ୍ତାରେ ଶୋଇଲେ ନିର୍ଯାତିତ

Spread the love

ଭଦ୍ରକ, ୧୬ /୮/୨୦(ସନ୍ଧାନ ନିଉଜ):- ଶାଶୁ ଘର ଲୋକଙ୍କୁ ନିର୍ଯ୍ୟାନତାରେ ଅତିଷ୍ଠ ହୋଇ ଜଣେ ମହିଳା ତାଙ୍କ ମା’ ବାପାଙ୍କ ସହ ରାସ୍ତାରେ ଶୋଇ ପ୍ରତିବାଦ ଜଣାଇବା ସ୍ଥାନୀୟ ଅଞ୍ଚଳରେ ଚ ର୍ଚ୍ଚାର ବିଷୟ ପାଲଟିଲା  ।

         ପ୍ରକାଶ ଯେ, ଭଦ୍ରକ ଜିଲ୍ଲା ତିହିଡ଼ି ଥାନା ଅଧୀନ କମାରିଆ ଗ୍ରାମର ନିରାକାର ସାହୁ ଥାନାରେ କରିଥିବା ଅଭିଯୋଗ ଅନୁଯାୟୀ ତାଙ୍କ ଝିଅ ସୁଜାତା ସେହି ଗ୍ରାମର ଶଚିନ ଗିରିଙ୍କ ପୁଅ ରଞ୍ଜିତଙ୍କୁ ୭ ବର୍ଷ ତଳେ ବୈଦିକ ରୀତିରେ ବିବାହ କରିଥିଲେ। ବିବାହ ସମୟରେ ନଗଦ ଟଙ୍କା ଓ ଅନ୍ୟାନ୍ୟ ଆସବାବପତ୍ର ଆଦି ଯୌତୁକ  ବାବଦକୁ ଦିଆଯାଇଥିଲା । ତେବେ ପ୍ରଥମ ୨ବର୍ଷ ସବୁକିଛି ଭଲରେ ଯିବା ପରେ ‘ ଶ୍ବଶୁର ଘର ତରଫରୁ ବୋହୂ ଉପରେ ନିର୍ଯାତନା ଆରମ୍ଭ ହୋଇଥିଲା। ଶାଶୁ ଘର ଲୋକେ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିଲେ । ୨ ମାସ ତଳେ  ସୁଜାତାଙ୍କୁ ବାହାର କରିଦେବାରୁ ସେ ଘରେ ରହୁଥିଲେ । ମଙ୍ଗଳବାର ସୁଜାତା ନିଜ ଶ୍ୱଶୁର ଘରକୁ ଯାଇଥିବା ବେଳେ ତାଙ୍କୁ ନିସ୍ତୁକ ମାଡ଼ ମରାଯାଇଥିଲା। ଏ ନେଇ ସୁଜାତାଙ୍କ ବାପା ଓ ମାଆ ବୁଧବାର ସକାଳେ ପଚାରିବାକୁ  ଯାଇଥିଲେ । ଝିଅ ଶ୍ବଶୁର ଘର ଲୋକେ ତାଙ୍କୁ ବୋତଲ ଫିଙ୍ଗି ଆକ୍ରମଣ କରିଥିଲେ ବୋଲି ନିରାକାର  ଅଭିଯୋଗ କରିଥିଲେ । ପରେ ସୁଜାତା, ତାଙ୍କ ବାପା ଓ ମା କମାରିଆ ବଜାର ନିକଟରେ ଭଦ୍ରକ-ଚାନ୍ଦବାଲି ରାସ୍ତାରେ ଶୋଇ ପ୍ରତିବାଦ କରିଥିଲେ। ଫଳରେ ଘଣ୍ଟାଏରୁ ଉର୍ଦ୍ଧ୍ବ ସମୟ ଧରି ଯାନବାହନ ଚଳାଚଳ ବନ୍ଦ ରହିଥିଲା । ଖବର ପାଇ ତିହିଡ଼ି ପୋଲିସ ଘଟଣାସ୍ଥଳରେ ପହ ଞ୍ଚି ସେମାନଙ୍କୁ ବୁଝାଶୁଝା କରି ରାସ୍ତା ଅବରୋଧ ହଟାଇଥିଲା । ସୁଜାତାଙ୍କ ଶାଶୁ ଓ ସ୍ୱାମୀଙ୍କୁ ଥାନାକୁ ଆଣି ପଚରା ଉଚରା କରାଯାଉଥିବା ପୋଲିସ କହିଛି ।

Related Posts

About The Author

Add Comment