ରାଷ୍ଟ୍ରୀୟ ଖାଦ୍ୟ ସୁରକ୍ଷାରେ ହିତାଧିକାରୀଙ୍କ ସଂଖ୍ୟା ବୃଦ୍ଧି କରବା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କର ପତ୍ର

Spread the love

ଭୁବନେଶ୍ୱର (ସନ୍ଧାନ ନିୟୁଜ୍) ରାଷ୍ଟ୍ରୀୟ ଖାଦ୍ୟ ସୁରକ୍ଷା ଅଧିନିୟମ ଅନୁଯାୟୀ ହୀତାଧିକାରୀମାନଙ୍କର ସଂଖ୍ୟାରେ ବୃଦ୍ଧି କରବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିକଟକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପତ୍ର ଲେଖିଛନ୍ତି। ମୁଖ୍ୟମନ୍ତ୍ରୀ ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତିଯେ, ରାଷ୍ଟ୍ରୀୟ ଖାଦ୍ୟ ସୁରକ୍ଷା ଅଧିନିୟମ (ଏନଏଫଏସଏ), ୨୦୧୩ ରେ, ଓଡିଶାର ୩,୨୬,୪୧,୮୦୦ ହୀତାଧିକାରୀମାନଙ୍କୁ ସ୍ଥାନିତ କରାଯାଇଛି। ଯାହାକି ୨୦୧୧ର ଜନଗଣନା ଜନସଂଖ୍ୟା ୪,୧୯,୭୪,୨୧୮ ର ୭୮ ପ୍ରତିଶତ ଅଟେ। ଓଡ଼ିଶା ଏହି କାର୍ଯ୍ୟକ୍ରମକୁ ସଫଳତାର ସହିତ ସମ୍ପାଦନ କରୁଛି ଏବଂ ହୀତାଧିକାରୀମାନଙ୍କୁ ନିୟମିତ ରୂପରେ ରାସନ ପ୍ରଦାନ କରୁଛି।

୨୦୧୧ର ଜନଗଣନାର ପରିସଂଖ୍ୟାନ ଅନୁସାରେ, ଗତ ଦଶକରେ ଓଡିଶାର ଜନସଂଖ୍ୟାର ବିକାସ ଦର ୧୪ ପ୍ରତିଶତ ଥିଲା। ଯଦି ଏହି ପରିସଂଖ୍ୟାନକୁ ନିଆଯାଏ, ତେବେ ୨୦୧୮ ରେ ଓଡିଶାର ଜନସଂଖ୍ୟା ୨୦୧୧ ତୁଳନାରେ ୧୦.୨୨ ପ୍ରତିଶତର ବୃଦ୍ଧି ହୋଇଛି। ଅନୁମାନ ଲଗାଗଲେ ୨୦୧୮ ରେ ଓଡିଶାର ସର୍ବମୋଟ ଜନସଂଖ୍ୟା ୪,୬୨,୬୩,୯୮୩ ହେବ। ଅଧିନିୟମ ଲାଗୁ କରିବାପାଇଁ ସମାନ ପ୍ରତିଶତର ଅନୁମତି ଦେଲେ, ଓଡ଼ିଶାକୁ ଏନଏଫଏସଏ ଅଧିନିୟମ ଅନୁଯାୟୀ ୩,୬୦,୮୫,୯୦୭ ହୀତାଧିକାରୀମାନଙ୍କୁ ଅନ୍ତର୍ଭୁକ୍ତ କରିବାକୁ ହେବ।

ଉପରୋକ୍ତ ତଥ୍ୟାନୁଯାୟୀ ଓଡିଶା ରାଜ୍ୟ ପାଇଁ ଅତିରିକ୍ତ ୩୪.୪୪ ଲକ୍ଷ ହୀତାଧିକାରୀମାନଙ୍କ ଏହି ଅଧିନିୟମର ଅନ୍ତର୍ଭୁକ୍ତ କଲେ ଏହି ଅଧିନିୟମର ଉଦ୍ଦେଶ୍ୟ ସମ୍ପୂର୍ଣ୍ଣ କରାଯାଇପାରିବ। ଏହାଦ୍ୱାରା ସମସ୍ତ ଯୋଗ୍ୟବ୍ୟକ୍ତିମାନଙ୍କୁ ଖାଦ୍ୟ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ସ୍ଵୀକୃତି ଦିଆଯାଇପାରିବ। ତେଣୁ ଉପୋରୋକ୍ତ ତଥ୍ୟାବଳୀ ଆଧାରରେ ମୁଖ୍ୟମନ୍ତ୍ରୀ ଅତିରିକ୍ତ ହୀତାଧିକାରୀଙ୍କୁ ଖାଦ୍ୟସୁରକ୍ଷା ଅଧିନିୟମରେ ଅନ୍ତର୍ଭୁକ୍ତ କରିବାପାଇଁ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧକରି ପତ୍ର ଲେଖିଛନ୍ତି।

Related Posts

About The Author

Add Comment