ସୁନ୍ଦରଗଡ ତା:୨୦/୧୨/୨୦୨୫( ସନ୍ଧାନ ନ୍ୟୁଜ୍/ଦୁର୍ଯ୍ୟୋଧନ ଗରଡ଼ିଆ) ବାଲିସଙ୍କରା ବ୍ଲକରେ ଦିନକୁ ଦିନ ହାତୀ ଆତଙ୍କ ବଢିବାରେ ଲାଗିଛି । କ୍ରମାଗତ ଭାବରେ ଗଛ କଟା ଯାଉଥିବା ଯୋଗୁଁ ଜଙ୍ଗଲ ରେ ରହୁଥିବା ବନ ଜନ୍ତୁ ଗାଁ ଗଣ୍ଡା କୁ ପଳାଇ ଆସି ଗାଁ ର ଅନେକ ଗରିବ ପରିବାର କୁ ପଶି ଘରେ ରଖିଥିବା ଧାନ ଚାଉଳ ତଥା ଅନ୍ୟାନ୍ୟ ସାମଗ୍ରୀ ସବୁ ନଷ୍ଟ କରୁଥିବା ଦେଖିବାକୁ ମିଳିଛି l ବାଲିଶଙ୍କରା ବ୍ଲକ ରାମପୁର ପଞ୍ଚାୟତ ର ଗୌରେନ ଢିପା ଓ କୁରେଇ ପଂଚାୟତ ର ଜଙ୍ଗଲ ପଡା ଠାରେ ଗତ କାଲି ରାତି ପ୍ରାୟ ୯. ୩0ରେ ଏକ ଦନ୍ତା ହାତୀ କୁଆଡୁ ଆସି ଘର ଧସେଇ ଦେଇଥିବା ଦେଖିବାକୁ ମିଳିଛି l ଗରିବ ଲୋକ ଙ୍କ ଘର ଧସେଇବା ସଙ୍ଗେ ଘର ର ଜିନିଷ ପତ୍ର ମଧ୍ୟ କ୍ଷତି କରି ଥିବା ଦେଖିବାକୁ ମିଳିଛି l ସକାଳେ ଖବର ପାଇ ଉକ୍ତ ସ୍ଥାନ କୁ ବନ ବିଭାଗ ପହଞ୍ଚି ଘର ଭାଙ୍ଗି ଥିବା ଲୋକ ମାନଙ୍କୁ ପଚରା ଉଚୁରା କରି ଥିବା ଜଣାପଡିଛି l ଘର ଭାଙ୍ଗିଯାଇଥିବା ଖବର ପାଇ ଆମର ସନ୍ଧାନ ନ୍ୟୁଜ ପ୍ରତିନିଧି ତଥା ସ୍ଥାନୀୟ ପଞ୍ଚାୟତ ସମିତି ମେମ୍ବର ଉକ୍ତ ସ୍ଥାନ କୁ ପହଞ୍ଚି ଘଟଣାର ଅନୁଧ୍ୟାନ କରିଥିଲେ। ଚାଉଳ ସହିତ ପନିପରିବା ସବୁ ହାତୀ ଖାଇଯିବା ସହିତ ନଷ୍ଟ କରିବା କାରଣରୁ ପରିବାର ଭୋକ ଉପାସରେ ଥିବା ବେଳେ ପରେ ଦୁହେଁ ପୀଡ଼ିତ ପରିବାରଙ୍କୁ ଭୋକ ମେଣ୍ଟାଇବା ପାଇଁ କିଛି ଅର୍ଥ ରାଶି ସହଯୋଗ କରିଥିବା ଜଣାପଡିଛି । ବିଭାଗୀୟ କତୃପକ୍ଷ ଏଥିରେ ଦୃଷ୍ଟି ଦେବାକୁ ଦାବି ହେଉଛି ।
ରାମପୁର ସହିତ କୁରେଇ ପଞ୍ଚାୟତ ରେ ହାତୀ ଆତଙ୍କ ,ଅନେକ ପରିବାର ପ୍ରଭାବିତ
|
December 20, 2025 |



