ଧର୍ମଶାଳା ୧୯/୧୧ (ସନ୍ଧାନ ନିଉଜ/ମାନସ ରାଉତ) : ଧର୍ମଶାଳା ବ୍ଲକ୍ ହରିଦାସପୁର ପଂଚାୟତ ବାଟିଜଙ୍ଗା ରେଳବାଇ ଲେଭଲ କ୍ରସିଂ ନିକଟ ରେଳ ଧାରଣରୁ ଜଣେ ରାମ୍କୋ ସିମେଂଟ କର୍ମଚାରୀଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ଉଦ୍ଧାର କରିଛି ଯାଜପୁର ରୋଡ ରେଳବାଇ ପୁଲିସ । ମୃତକ ଜଣଙ୍କ ହେଲେ ଛାଡଖଣ୍ଡ ଗୁମ୍ଲ ଥାନା ନୈାଟା ଗ୍ରାମର ଦୀପକ ତିର୍କୀ (୨୨) । ଦୀପକଙ୍କୁ ହତ୍ୟାକରିବା ପରେ ରେଳ ଧାରଣାରେ ଫିଙ୍ଗି ଦିଆଯାଇଥିବା ସନେ୍ଦହ କରାଯାଉଥିବା ବେଳେ ଦୁର୍ଘଟଣାରେ ତାଙ୍କର ମୃତୁ୍ୟ ଘଟିଥିବା ଜିଆର୍ପି ଥାନାଧିକାରୀ ସରୋଜ କାନ୍ତ ଦାସ ସୂଚନା ଦେଇଛନ୍ତି । ତାଙ୍କ କହିବା ଅନୁସାରେ, ଦୀପକ ରବିବାର କାରଖାନାରେ ହାଫ୍ ଡୁ୍ୟଟି କରି ନିକଟସ୍ଥ ଆରୁହା ହାଟକୁ ନିଜ ସହକର୍ମୀଙ୍କ ସହ ଯାଇଥିଲେ । ସେଠାରେ ହାଣ୍ଡିଆ ପିଇ ଫେରୁଥିବା ବେଳେ ବାଟିଜଙ୍ଗା ନିକଟ ରେଳ ଧାରଣା ଅତିକ୍ରମ କରିବା ସମୟରେ ଏକ ଚଳନ୍ତା ଟ୍ରେନ୍ରେ ପିଟି ହୋଇଯାଇଥିଲେ । ଘଟଣାସ୍ଥଳରେ ତାଙ୍କର ମୃତୁ୍ୟ ଘଟିଥିଲା ବୋଲି ଥାନାଧିକାରୀ ଶ୍ରୀ ଦାସ କହିଛନ୍ତି । ଦୀପକଙ୍କ ମୁଣ୍ଡଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥବବା ବେଳେ ଶରୀର ଉଲଗ୍ନ ଅବସ୍ଥାରେ ରେଳ ଧାରଣାରେ ପଡିଥିଲାା ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ଥିବା ବେଳେ ଡାହାଣ ଗୋଡଟି ଛିଡି ଘଟଣାସ୍ଥଳରୁ ପ୍ରାୟ ୨୦ ଫୁଟ ଦୂରରେ ପଡିଛି । ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ଭଦ୍ରକ ପଠାଇଛି । ଏନେଇ ପୁଲିସ ୩୮/୧୯ ରେ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ ଆରମ୍ଭ କରିଛି ।
ରାମକୋ କର୍ମଚାରୀଙ୍କ ସନ୍ଦେହ ଜନକ ମୃତ୍ୟୁ
|
November 19, 2019 |
